1
ମାଥିଉଲିଖିତ 15:18-19
ଓଡିଆ ସମସାମୟିକ ବାଇବଲ
OCB
ମାତ୍ର ଯାହା ମୁଖରୁ ବାହାରେ, ତାହା ହୃଦୟରୁ ବାହାରେ ଓ ଏହିସବୁ ମନୁଷ୍ୟକୁ ଅଶୁଚି କରେ। କାରଣ ହୃଦୟରୁ ବାହାରେ-କୁଚିନ୍ତା, ନରହତ୍ୟା, ବ୍ୟଭିଚାର, ଅବୈଧ ଯୌନସମ୍ପର୍କ, ଚୋରି, ମିଥ୍ୟାସାକ୍ଷ୍ୟ ଓ ପରନିନ୍ଦା।
Compare
Explore ମାଥିଉଲିଖିତ 15:18-19
2
ମାଥିଉଲିଖିତ 15:11
ମନୁଷ୍ୟର ମୁଖ ଦେଇ ଯାହା ପ୍ରବେଶ କରେ, ତାହା ଯେ ତାକୁ ଅଶୁଚି କରେ, ତା ନୁହେଁ, କିନ୍ତୁ ତା ମୁଖରୁ ଯାହା ବାହାରେ, ତାହା ହିଁ ତାକୁ ଅଶୁଚି କରେ।”
Explore ମାଥିଉଲିଖିତ 15:11
3
ମାଥିଉଲିଖିତ 15:8-9
“ ‘ଏହି ଲୋକମାନେ ମୋତେ ମାନ୍ୟ କରନ୍ତି ବୋଲି କେବଳ କଥାରେ କହନ୍ତି, କିନ୍ତୁ ସେମାନଙ୍କ ହୃଦୟ ମୋ ଠାରୁ ବହୁ ଦୂରରେ। ସେମାନେ ବୃଥାରେ ମୋର ଆରାଧନା କରନ୍ତି, କାରଣ ସେମାନଙ୍କ ନିତିନିୟମ ସବୁ ମନୁଷ୍ୟରଚିତ।’ ”
Explore ମାଥିଉଲିଖିତ 15:8-9
4
ମାଥିଉଲିଖିତ 15:28
ଯୀଶୁ ତାକୁ ଉତ୍ତର ଦେଲେ, “ଆଗୋ ନାରୀ, ତୁମର ବିଶ୍ୱାସ ମହତ୍, ତୁମର ମନୋକାମନା ପୂର୍ଣ୍ଣ ହେଲା।” ତାହାର ଝିଅଟି ସେହି ମୁହୂର୍ତ୍ତରୁ ସୁସ୍ଥ ହେଲା।
Explore ମାଥିଉଲିଖିତ 15:28
5
ମାଥିଉଲିଖିତ 15:25-27
କିନ୍ତୁ ସେହି ସ୍ତ୍ରୀଲୋକ ଆସି ତାଙ୍କ ପାଦତଳେ ପଡ଼ି କହିଲା, “ପ୍ରଭୁ, ମୋତେ ସାହାଯ୍ୟ କରନ୍ତୁ!” ସେ ଉତ୍ତର ଦେଲେ, “ପିଲାମାନଙ୍କ ରୋଟୀ ନେଇ କୁକୁରମାନଙ୍କ ଆଗରେ ପକାଇବା ଉଚିତ୍ ନୁହେଁ।” ସେ କହିଲା, “ହଁ ପ୍ରଭୁ, କିନ୍ତୁ କୁକୁରମାନେ ତ ମୁନିବର ମେଜ ତଳେ ପଡ଼ିଥିବା ରୋଟୀଗୁଣ୍ଡ ଖାଇ ଥାଆନ୍ତି!”
Explore ମାଥିଉଲିଖିତ 15:25-27