1
ମାଥିଉଲିଖିତ 16:24
ଓଡିଆ ସମସାମୟିକ ବାଇବଲ
OCB
ତତ୍ପରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, “କେହି ଯେବେ ମୋର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ନିଜକୁ ତ୍ୟାଗ କରୁ ଓ ଆପଣାର କ୍ରୁଶ ବହନ କରି ମୋର ଅନୁଗମନ କରୁ।
Compare
Explore ମାଥିଉଲିଖିତ 16:24
2
ମାଥିଉଲିଖିତ 16:18
ମୁଁ ତୁମକୁ କହୁଅଛି, ତୁମେ ପିତର, ଓ ଏହି ପ୍ରସ୍ତର ଉପରେ ମୁଁ ମୋହର ମଣ୍ଡଳୀ ଗଢ଼ିବି ଓ ନରକର ଶକ୍ତି ତାହାକୁ ପରାଜିତ କରିପାରିବ ନାହିଁ।
Explore ମାଥିଉଲିଖିତ 16:18
3
ମାଥିଉଲିଖିତ 16:19
ମୁଁ ତୁମକୁ ସ୍ଵର୍ଗ-ରାଜ୍ୟର ଚାବି ଦେବି। ଏହି ପୃଥିବୀରେ ଯାହାକିଛି ତୁମେ ବନ୍ଦ କରିବ, ତାହା ସ୍ଵର୍ଗରେ ବନ୍ଦ ହୋଇ ରହିବ ଏବଂ ପୃଥିବୀରେ ଯାହାକିଛି ତୁମେ ଖୋଲିବ, ତାହା ସ୍ଵର୍ଗରେ ଖୋଲା ହେବ!”
Explore ମାଥିଉଲିଖିତ 16:19
4
ମାଥିଉଲିଖିତ 16:25
କାରଣ ଯେକେହି ନିଜର ଜୀବନକୁ ଧରି ରିଖିବାକୁ ଚାହେଁ, ସେ ନିଜ ଜୀବନ ହରାଇବ କିନ୍ତୁ ଯେକେହି ମୋ ସକାଶେ ନିଜର ଜୀବନ ହରାଇ ଦେବ, ସେ ଅନନ୍ତଜୀବନ ଲାଭ କରିବ।
Explore ମାଥିଉଲିଖିତ 16:25
5
ମାଥିଉଲିଖିତ 16:26
ମନୁଷ୍ୟ ଯଦି ସମଗ୍ର ଜଗତ ଲାଭକରି ନିଜ ଅନ୍ତରାତ୍ମାକୁ ହରାଏ, ତେବେ ସେଥିରେ କି ଲାଭ? କିମ୍ବା, ନିଜ ଅନ୍ତରାତ୍ମା ବଦଳରେ ମନୁଷ୍ୟ କଅଣ ଦେଇପାରେ?
Explore ମାଥିଉଲିଖିତ 16:26
6
ମାଥିଉଲିଖିତ 16:15-16
ସେ ପଚାରିଲେ, “କିନ୍ତୁ ମୁଁ କିଏ, ଏ ବିଷୟରେ ତୁମେମାନେ କଅଣ କହୁଛ?” ଶିମୋନ ପିତର ଉତ୍ତର ଦେଲେ, “ଆପଣ ଖ୍ରୀଷ୍ଟ, ନିତ୍ୟଜୀବି ଈଶ୍ୱରଙ୍କ ପୁତ୍ର।”
Explore ମାଥିଉଲିଖିତ 16:15-16
7
ମାଥିଉଲିଖିତ 16:17
ଯୀଶୁ କହିଲେ, “ହେ ଯୂନସ-ପୁତ୍ର ଶିମୋନ, ତୁମେ ଧନ୍ୟ, କାରଣ ଏହା ମନୁଷ୍ୟ ଦ୍ଵାରା ପ୍ରକାଶିତ ହୋଇନାହିଁ, ମାତ୍ର ମୋର ସ୍ଵର୍ଗସ୍ଥପିତାଙ୍କ ଦ୍ଵାରା ତୁମ ନିକଟରେ ପ୍ରକାଶିତ ହୋଇଅଛି।
Explore ମାଥିଉଲିଖିତ 16:17