ପ୍ରେରିତ 6
6
ସାତଜଣ ସହାୟକ
1କିଛି ସମୟ ପରେ ଶିଷ୍ୟମାନଙ୍କ ସଂଖ୍ୟା ବଢ଼ିବା ସଙ୍ଗେ ସଙ୍ଗେ ଗ୍ରୀକ୍ଭାଷାବାଦୀ ଇହୁଦୀ ଓ ସ୍ଥାନୀୟ ଇହୁଦୀମାନଙ୍କ ମଧ୍ୟରେ କଳହ ହେଲା। ଦୈନିକ ଆର୍ଥିକ ସାହାଯ୍ୟ ବଣ୍ଟନ ସମୟରେ ସେମାନଙ୍କର ବିଧବାମାନଙ୍କୁ ଅବହେଳିତ କରାଯାଉଛି ବୋଲି ଗ୍ରୀକ୍ ଭାଷାବାଦୀ ଇହୁଦୀମାନେ ଆପତ୍ତି କଲେ। 2ତେଣୁ ବାରଜଣ ପ୍ରେରିତ ଶିଷ୍ୟ ସମସ୍ତ ବିଶ୍ୱାସୀ ଦଳକୁ ଏକତ୍ର କରି କହିଲେ, “ଆର୍ଥିକ କାରବାର ହେତୁ ଈଶ୍ୱରଙ୍କ ବାକ୍ୟ ପ୍ରଚାରରେ ଅବହେଳା କରିବା ଆମ୍ଭମାନଙ୍କ ପକ୍ଷରେ ଯଥାର୍ଥ ନୁହେଁ। 3ତେଣୁ ହେ ଭାଇମାନେ, ତୁମ୍ଭମାନଙ୍କ ମଧ୍ୟରୁ ପବିତ୍ରଆତ୍ମା ଓ ଜ୍ଞାନରେ ପରିପୂର୍ଣ୍ଣ ହୋଇଥିବା ସାତଜଣଙ୍କୁ ମନୋନୀତ କର। ଆମେ ସେମାନଙ୍କୁ ଏ ସମସ୍ତ ବିଷୟରେ ଦାୟିତ୍ୱ ଦେବା। 4ତାହାହେଲେ ପ୍ରାର୍ଥନା ଓ ପ୍ରଚାର କାର୍ଯ୍ୟରେ ଆମେ ସଂପୂର୍ଣ୍ଣ ସମୟ ଦେଇପାରିବା।
5ଦଳର ସମସ୍ତେ ପ୍ରେରିତ ଶିଷ୍ୟମାନଙ୍କ ପ୍ରସ୍ତାବରେ ସନ୍ତୁଷ୍ଟ ହେଲେ ଏବଂ ଏହି କାର୍ଯ୍ୟ ପାଇଁ ବିଶ୍ୱାସ ଓ ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇଥିବା ସ୍ତିଫାନ ନାମକ ଜଣେ ବ୍ୟକ୍ତିଙ୍କୁ, ପୁଣି ଫିଲିପ୍ପ, ପ୍ରଖର, ନୀକାନୋର୍, ତୀମୋନ, ପାର୍ମନା ଓ ପୂର୍ବେ ଇହୁଦୀ ଧର୍ମରେ ଦୀକ୍ଷିତ ହୋଇଥିବା ଆଣ୍ଟିୟୋଖର ଅଣଇହୁଦୀ ନିକୋଲାୟଙ୍କୁ ମନୋନୀ କଲେ। 6ପ୍ରେରିତ ଶିଷ୍ୟମାନେ ଏହି ସାତଜଣଙ୍କ ପାଇଁ ପ୍ରାର୍ଥନା କରି ସେମାନଙ୍କ ଉପରେ ହସ୍ତାର୍ପଣ କଲେ।
7ଏହିପରି ଭାବରେ ଈଶ୍ୱରଙ୍କ ବାକ୍ୟ ପ୍ରସାର ଲାଭ କଲା। ଯିରୂଶାଲମରେ ଶିଷ୍ୟମାନଙ୍କ ସଂଖ୍ୟା ଅଧିକରୁ ଅଧିକ ବଢ଼ିବାକୁ ଲାଗିଲା; ବହୁସଂଖ୍ୟକ ଯାଜକ ମଧ୍ୟ ଖ୍ରୀଷ୍ଟ ବିଶ୍ୱାସୀ ହେଲେ।
ସ୍ତିଫାନ ଗିରଫ ହେଲେ
8ଈଶ୍ୱରଙ୍କଠାରୁ ବହୁଳଭାବେ ଆଶୀର୍ବାଦପ୍ରାପ୍ତ ଓ ଶକ୍ତିରେ ପରିପୂର୍ଣ୍ଣ ହୋଇଥିବା ସ୍ତିଫାନ୍, ଲୋକମାନଙ୍କ ମଧ୍ୟରେ ଅନେକ ଅଲୌକିକ ଓ ଆଶ୍ଚର୍ଯ୍ୟକାର୍ଯ୍ୟ ସାଧନ କଲେ। 9କିନ୍ତୁ କୁରୀଣୀ ଓ ଆଲେକ୍ଜାଣ୍ଡ୍ରିଆର କ୍ରୀତଦାସତ୍ୱରୁ ମୁକ୍ତ ହୋଇଥିବା ଇହୁଦୀମାନଙ୍କୁ ନେଇ ଗଠିତ ସମାଜ ଗୃହର କେତେକ ସ୍ତିଫାନଙ୍କ ବିରୁଦ୍ଧାଚରଣ କଲେ। ସେମାନେ ଏବଂ କିଲିକିୟା ଓ ଆସିଆ ଦେଶର ଅନ୍ୟ ଇହୁଦୀମାନେ ସ୍ତିଫାନଙ୍କ ସହିତ ବାଦାନୁବାଦ କରିବାକୁ ଲାଗିଲେ। 10କିନ୍ତୁ ପବିତ୍ରଆତ୍ମା ସ୍ତିଫାନଙ୍କୁ ଏପରି ଆଜ୍ଞା ଦେଲେ ଯେ, କେହି ତାଙ୍କର ଯୁକ୍ତି ଖଣ୍ଡନ କରିପାରିଲେ ନାହିଁ। 11ତଥାପି “ସେ ମୋଶାଙ୍କ ବିରୁଦ୍ଧରେ ଓ ଈଶ୍ୱରଙ୍କ ବିରୁଦ୍ଧରେ କଥା କହୁଥିବା ଆମେ ଶୁଣିଲୁ,” ଏହି ମିଥ୍ୟା ସାକ୍ଷ୍ୟ ଦେବା ପାଇଁ ସେମାନେ କେତେକ ଲୋକଙ୍କୁ ଲାଞ୍ଚ ଦେଇ ପ୍ରବର୍ତ୍ତାଇଲେ। 12ଏହି ପ୍ରକାରେ ସେମାନେ ଲୋକମାନଙ୍କୁ, ଧର୍ମନେତା ଓ ଗୁରୁମାନଙ୍କୁ ଉତ୍ତେଜିତ କଲେ ଓ ସ୍ତିଫାନଙ୍କୁ ଧରି ମହାସଭାକୁ ନେଇଗଲେ। 13ତା’ପରେ ସେମାନେ ତାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେବା ପାଇଁ କେତେକ ଲୋକଙ୍କୁ ଭିତରକୁ ଆଣିଲେ। ସେମାନେ କହିଲେ, “ଏହି ବ୍ୟକ୍ତି ସବୁବେଳେ ଆମର ପବିତ୍ର ମନ୍ଦିର ଓ ମୋଶାଙ୍କ ବ୍ୟବସ୍ଥା ବିରୁଦ୍ଧରେ ପ୍ରଚାର କରୁଛି। 14ନାଜରିତର ଯୀଶୁ ମନ୍ଦିରକୁ ଭାଙ୍ଗି ପକାଇବେ ଓ ମୋଶାଙ୍କଠାରୁ ଆମ୍ଭେମାନେ ପାଇଥିବା ସମସ୍ତ ବିଧିବିଧାନ ପରିବର୍ତ୍ତନ କରିବେ ବୋଲି ଏହି ଲୋକ କହୁଥିବାର ଆମ୍ଭେମାନେ ଶୁଣିଛୁ!” 15ସେତେବେଳେ ସେଠାରେ ବସିଥିବା ସମସ୍ତେ ଏକ ଲୟରେ ସ୍ତିଫାନଙ୍କ ଆଡ଼େ ଚାହିଁ ଦେଖିଲେ ଯେ ତାଙ୍କ ମୁଖ ସ୍ୱର୍ଗଦୂତଙ୍କ ମୁଖ ପରି ଦିଶୁଥିଲା।
ទើបបានជ្រើសរើសហើយ៖
ପ୍ରେରିତ 6: ODCLBSI
គំនូសចំណាំ
ចែករំលែក
ចម្លង

ចង់ឱ្យគំនូសពណ៌ដែលបានរក្សាទុករបស់អ្នក មាននៅលើគ្រប់ឧបករណ៍ទាំងអស់មែនទេ? ចុះឈ្មោះប្រើ ឬចុះឈ្មោះចូល
Odia (CL) NT - ପବିତ୍ର ବାଇବଲ
© The Bible Society of India, 2018.
Used by permission. All rights reserved worldwide.