କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ ଉପକ୍ରମଣିକା

ଉପକ୍ରମଣିକା
କରିନ୍ଥରେ ପାଉଲ ଏକ ମଣ୍ଡଳୀ ସ୍ଥାପନ କରିଥିଲେ। ସେହି ମଣ୍ଡଳୀରେ ଖ୍ରୀଷ୍ଟୀୟ ଜୀବନ ଓ ବିଶ୍ୱାସ ସମ୍ପର୍କରେ କେତେଗୁଡ଼ିଏ ମସସ୍ୟା ଦେଖାଯାଇଥିଲା। ଏହିସବୁ ସମସ୍ୟା ସମାଧାନ କରିବା ଉଦ୍ଦେଶ୍ୟରେ “କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର” ଲିଖିତ। ସେହି ସମୟରେ କରିନ୍ଥ ଏକ ବୃହତ୍ ଗ୍ରୀକ୍ ସହର ଓ ରୋମୀୟ ପ୍ରଦେଶ ଆଖିଆର ରାଜଧାନୀ ଥିଲା। ସମୃଦ୍ଧ ବାଣିଜ୍ୟ, ଉନ୍ନତ ସଂସ୍କୃତି ତଥା ବ୍ୟାପକ ଅନୈତିକତା ଓ ବିଭିନ୍ନ ଧର୍ମାବଲମ୍ବୀମାନଙ୍କର ସମାବେଶ ଲାଗି କରିନ୍ଥ ପ୍ରସିଦ୍ଧି ଲାଭ କରିଥିଲା।
ନିମ୍ନଲିଖିତ ସମସ୍ୟାଗୁଡ଼ିକ ପ୍ରେରିତ ଶିଷ୍ୟଙ୍କର ପ୍ରଧାନ ଚିନ୍ତାର ବିଷୟ ଥିଲା:- ମଣ୍ଡଳୀର ଅନୈତିକ ଭାବ, ବ୍ୟଭିଚାର, ବିବାହ ଓ ଦାମ୍ପତ୍ୟ ଜୀବନରେ ଅଶାନ୍ତି, ଖ୍ରୀଷ୍ଟୀୟ ମଣ୍ଡଳୀର ପରିଚାଳନା, ପବିତ୍ରଆତ୍ମାଙ୍କ ଦାନ ଏବଂ ପୁନରୁତ୍ଥାନ। ଖ୍ରୀଷ୍ଟୀୟ ସୁସମାଚାର କିପରି ଏହିସବୁ ପ୍ରଶ୍ନର ଉତ୍ତର ଦିଏ, ତାହା ପାଳକ ଏ ପତ୍ରରେ ଗଭୀର ଅନ୍ତର୍ଦୃଷ୍ଟି ସହ ଦର୍ଶାଇଛନ୍ତି।
୧ କରିନ୍ଥୀ ୧୩ ଅଧ୍ୟାୟ - ବାଇବଲର ଗୋଟିଏ ଅତି ସୁପରିଚିତ ଅଂଶ। ମନୁଷ୍ୟକୁ ପ୍ରଦତ୍ତ ଈଶ୍ୱରଙ୍କ ଦାନମାନଙ୍କ ମଧ୍ୟରେ ପ୍ରେମ ହିଁ ସର୍ବୋକ୍ରୃଷ୍ଟ ବୋଲି ଏଥିରେ ପାଉଲ ଉଚ୍ଛ୍ୱସିତ ଭାଷାରେ ବର୍ଣ୍ଣନା କରିଛନ୍ତି।
ବିଷୟ ସୂଚୀ
ପୂର୍ବାଭାସ - ୧:୧-୯
ମଣ୍ଡଳୀରେ ଦଳଭେଦ - ୧:୧୦-୪:୨୧
ଦାମ୍ପତ୍ୟ ନୈତିକତା ଓ ପାରିବାରିକ ଜୀବନ - ୫:୧-୭:୪୦
ଖ୍ରୀଷ୍ଟିୟାନ ଓ ପ୍ରତିମାପୂଜକ - ୮:୧-୧୧:୧
ଖ୍ରୀଷ୍ଟୀୟ ମଣ୍ଡଳୀରେ ଜୀବନଧାରା ଓ ଉପାସନା ବିଧି - ୧୧:୨ - ୧୪:୪୦
ଖ୍ରୀଷ୍ଟ ଓ ଖ୍ରୀଷ୍ଟବିଶ୍ୱାସୀମାନଙ୍କ ପୁନରୁତ୍ଥାନ - ୧୫:୧ - ୫୮
ଯିହୂଦାର ଖ୍ରୀଷ୍ଟିୟାନମାନଙ୍କ ନିମନ୍ତେ ଦାନ ସଂଗ୍ରହ - ୧୬:୧-୪
ବ୍ୟକ୍ତିଗତ ବିଷୟ ଓ ଉପସଂହାର - ୧୬:୫-୨୪

គំនូស​ចំណាំ

ចែក​រំលែក

ចម្លង

None

ចង់ឱ្យគំនូសពណ៌ដែលបានរក្សាទុករបស់អ្នក មាននៅលើគ្រប់ឧបករណ៍ទាំងអស់មែនទេ? ចុះឈ្មោះប្រើ ឬចុះឈ្មោះចូល