ខគម្ពីរពេញនិយមពី ଯୋହନ 21

ସମସ୍ତେ ଖାଇ ସାରିବା ପରେ ଯୀଶୁ ଶିମୋନ ପିତରଙ୍କୁ ପଚାରିଲେ, “ଯୋହନଙ୍କ ପୁତ୍ର ଶିମୋନ, ତୁମେ କ’ଣ ଏମାନଙ୍କଠାରୁ ମୋତେ ଅଧିକ ପ୍ରେମ କରୁଛ?” ଶିମୋନ କହିଲେ, “ହଁ ପ୍ରଭୁ ଆପଣ ଜାଣନ୍ତି, ମୁଁ ଆପଣଙ୍କୁ ପ୍ରେମ କରେ।” ଯୀଶୁ ତାହାଙ୍କୁ କହିଲେ, “ତା’ହେଲେ ମୋର ମେଷଶାବକଙ୍କୁ ଖୁଆଅ।” ଯୀଶୁ ଦ୍ୱିତୀୟ ଥର ପଚାରିଲେ, “ଯୋହନଙ୍କ ପୁତ୍ର ଶିମୋନ, ତୁମେ କ’ଣ ମୋତେ ପ୍ରେମ କର?” ଶିମୋନ ଉତ୍ତର ଦେଲେ, “ହଁ ପ୍ରଭୁ, ଆପଣ ଜାଣନ୍ତି, ମୁଁ ଆପଣଙ୍କୁ ଭଲ ପାଏ।” ଯୀଶୁ ତାଙ୍କୁ କହିଲେ, “ମୋ’ ମେଷମାନଙ୍କର ତତ୍ତ୍ୱ ନିଅ।” ଯୀଶୁ ଶିମୋନଙ୍କୁ ତୃତୀୟ ଥର ପଚାରିଲେ, “ଯୋହନଙ୍କ ପୁତ୍ର ଶିମୋନ, ତୁମେ ମୋତେ ସ୍ନେହ କରୁଛ?” ଏଥିରେ ପିତର ଦୁଃଖିତ ହେଲେ। କାରଣ ଯୀଶୁ ତାଙ୍କୁ ତୃତୀୟ ଥର ପଚାରିଲେ, “ତୁମେ ମୋତେ ସ୍ନେହ କରୁଛ?” ସେ କହିଲେ, “ପ୍ରଭୁ, ଆପଣ ସବୁ ଜାଣନ୍ତି- ମୁଁ ଯେ ଆପଣଙ୍କୁ ସ୍ନେହ କରେ, ଆପଣ ତାହା ଜାଣନ୍ତି।” ଯୀଶୁ ତାଙ୍କୁ କହିଲେ, “ମୋର ମେଷମାନଙ୍କର ଯତ୍ନ ନିଅ।

គម្រោង​អាន​និង​អត្ថបទស្មឹងស្មាធិ៍ជាមួយ​ព្រះ ​​ដោយ​ឥត​គិត​ថ្លៃ​ ដែល​ទាក់​ទង​ទៅ​នឹង ଯୋହନ 21