1
ଆଦି ପୁସ୍ତକ 50:20
ପବିତ୍ର ବାଇବଲ (Re-edited) - (BSI)
ODIAOV-BSI
ତୁମ୍ଭେମାନେ ମୋʼ ବିରୁଦ୍ଧରେ ମନ୍ଦ କଳ୍ପନା କରିଥିଲ ପ୍ରମାଣ, ମାତ୍ର ପରମେଶ୍ଵର ତାହା ମଙ୍ଗଳର କଳ୍ପନା କଲେ; ଏବେ ଯେପରି ଦେଖୁଅଛ, ସେପରି ଅନେକ ଲୋକଙ୍କର ପ୍ରାଣରକ୍ଷା କରିବାକୁ ତାହାଙ୍କର ଅଭିପ୍ରାୟ ଥିଲା।
ប្រៀបធៀប
រុករក ଆଦି ପୁସ୍ତକ 50:20
2
ଆଦି ପୁସ୍ତକ 50:19
ତହିଁରେ ଯୋଷେଫ ସେମାନଙ୍କୁ କହିଲେ, ତୁମ୍ଭେମାନେ କିଛି ଭୟ କର ନାହିଁ, ମୁଁ କʼଣ ପରମେଶ୍ଵରଙ୍କର ପ୍ରତିନିଧି?
រុករក ଆଦି ପୁସ୍ତକ 50:19
3
ଆଦି ପୁସ୍ତକ 50:21
ଏଣୁକରି ତୁମ୍ଭେମାନେ ଏବେ ଭୀତ ହୁଅ ନାହିଁ, ମୁଁ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କ ବାଳକଗଣକୁ ପ୍ରତିପାଳନ କରିବି। ଏହି ପ୍ରକାରେ ଚିତ୍ତପ୍ରବୋଧକ କଥା କହି ସେ ସେମାନଙ୍କୁ ସାନ୍ତ୍ଵନା ଦେଲେ।
រុករក ଆଦି ପୁସ୍ତକ 50:21
4
ଆଦି ପୁସ୍ତକ 50:17
ତୁମ୍ଭ ଭାଇମାନେ ତୁମ୍ଭର ମନ୍ଦ କରିଅଛନ୍ତି; ମାତ୍ର ତୁମ୍ଭେ ଅନୁଗ୍ରହ କରି ସେମାନଙ୍କର ସେହି ଅଧର୍ମ ଓ ପାପ ମାର୍ଜ୍ଜନା କରିବ; ଏଣୁକରି ଆମ୍ଭେମାନେ ବିନୟ କରୁଅଛୁ, ତୁମ୍ଭ ପୈତୃକ ପରମେଶ୍ଵରଙ୍କ ଦାସଗଣର ଅଧର୍ମ ମାର୍ଜ୍ଜନା କର। ସେମାନେ ଏହି କଥା କହିବା ବେଳେ ଯୋଷେଫ କାନ୍ଦିବାକୁ ଲାଗିଲେ।
រុករក ଆଦି ପୁସ୍ତକ 50:17
5
ଆଦି ପୁସ୍ତକ 50:24
ଅନନ୍ତର ଯୋଷେଫ ଭାଇମାନଙ୍କୁ କହିଲେ, ମୁଁ ମରୁଅଛି, ମାତ୍ର ପରମେଶ୍ଵର ଅବଶ୍ୟ ତୁମ୍ଭମାନଙ୍କର ତତ୍ତ୍ଵାବଧାନ କରିବେ, ପୁଣି ଏହି ଦେଶରୁ ତୁମ୍ଭମାନଙ୍କୁ ବାହାର କରି ଯେଉଁ ଦେଶ ଦେବା ପାଇଁ ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ନିକଟରେ ଶପଥ କରିଅଛନ୍ତି, ସେହି ଦେଶକୁ ତୁମ୍ଭମାନଙ୍କୁ ନେଇ ଯିବେ।
រុករក ଆଦି ପୁସ୍ତକ 50:24
6
ଆଦି ପୁସ୍ତକ 50:25
ଆହୁରି ଯୋଷେଫ ଇସ୍ରାଏଲଙ୍କର ସନ୍ତାନମାନଙ୍କୁ ଏହି ଶପଥ କରାଇ କହିଲେ, ପରମେଶ୍ଵର ଅବଶ୍ୟ ତୁମ୍ଭମାନଙ୍କର ତତ୍ତ୍ଵାବଧାନ କରିବେ, ସେହି ସମୟରେ ତୁମ୍ଭେମାନେ ଏ ସ୍ଥାନରୁ ମୋହର ଅସ୍ଥି ନେଇଯିବ।
រុករក ଆଦି ପୁସ୍ତକ 50:25
7
ଆଦି ପୁସ୍ତକ 50:26
ଏହି ପ୍ରକାରେଯୋଷେଫ ଶହେ ଦଶ ବର୍ଷ ବୟସରେ ମଲେ; ତହିଁରେ ସେମାନେ ତାଙ୍କର ଶବକୁ ପୂତିଘ୍ନ ଦ୍ରବ୍ୟାକ୍ତ କରି ମିସର ଦେଶରେ ଏକ ସିନ୍ଦୁକ ମଧ୍ୟରେ ରଖିଲେ।
រុករក ଆଦି ପୁସ୍ତକ 50:26
គេហ៍
ព្រះគម្ពីរ
គម្រោងអាន
វីដេអូ