YouVersion Logo
Search Icon

ମାର୍କାସ୍ 1

1
ଡୁବକ ଯୋହନ ପଥ ପ୍ରସ୍ତୁତ କଲେ
1ଈଶ୍ୱରତନୟ ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ସୁସମାଚାରର ଆରମ୍ଭ। 2ଭାବବାଦୀ ଯିଶାଇୟଙ୍କ ପୁସ୍ତକରେ ଏହିପରି ଲେଖାଅଛି:
“ଦେଖ, ମୁଁ ତୁମ ଆଗରେ ମୋର ବାର୍ତ୍ତାବହଙ୍କୁ ପଠାଇବି।
ସେ ତୁମର ପଥ ପ୍ରସ୍ତୁତ କରିବେ”
3“ମରୁପ୍ରାନ୍ତରରେ ଚିତ୍କାର କରୁଥିବା ଜଣକର ସ୍ଵର,
‘ପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର,
ତାହାଙ୍କ ପାଇଁ ସଳଖ ପଥସବୁ ତିଆରି କର।’ ”
4ଏହିରୂପେ ଡୁବକ ଯୋହନ ମରୁପ୍ରାନ୍ତରକୁ ଆସି ପାପକ୍ଷମା ନିମନ୍ତେ ଅନୁତାପର ଡୁବନ ବିଷୟରେ ଘୋଷଣା କଲେ। 5ଯିହୁଦାର ସମଗ୍ର ଅଞ୍ଚଳର ଓ ଯିରୂଶାଲମର ସବୁ ଅଧିବାସୀମାନେ ବାହାରି ତାହାଙ୍କ ନିକଟକୁ ଯିବାକୁ ଲାଗିଲେ ସେମାନେ ନିଜର ପାପ ସ୍ୱୀକାର କରିବାରୁ ସେ ସେମାନଙ୍କୁ ଯର୍ଦ୍ଦନ ନଦୀରେ ଡୁବନ ଦେଲେ 6ଯୋହନ ଓଟଲୋମରେ ତିଆରି ବସ୍ତ୍ର ପିନ୍ଧୁଥିଲେ, ଅଣ୍ଟାରେ ଚମଡ଼ାର କଟିବନ୍ଧ ବାନ୍ଧୁଥିଲେ ପଙ୍ଗପାଳ ଓ ବନମଧୁ ତାଙ୍କର ଖାଦ୍ୟ ଥିଲା। 7ଏହା ଥିଲା ତାଙ୍କର ବାର୍ତ୍ତା: “ମୋ ଠାରୁ ଅଧିକ ଶକ୍ତିମନ୍ତ ଜଣେବ୍ୟକ୍ତି ମୋ ପରେ ଆସିବେ, ଯାହାଙ୍କର ପାଦୁକାର ଫିତା ନଇଁପଡ଼ି ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ। 8ମୁଁ ତୁମ୍ଭମାନଙ୍କୁ ଜଳରେ ଡୁବନ ଦେଉଛି, ମାତ୍ର ସେ ତୁମ୍ଭମାନଙ୍କୁ ପବିତ୍ରଆତ୍ମାରେ ଡୁବନ ଦେବେ।”
ଯୀଶୁଙ୍କର ଡୁବନ ଗ୍ରହଣ ଓ ଶୟତାନଦ୍ଵାରା ପରୀକ୍ଷା
9ସେହି ସମୟରେ ଗାଲିଲୀ ପ୍ରଦେଶରେ ନାଜରିତରୁ ଯୀଶୁ ଆସିଲେ ଏବଂ ଯର୍ଦ୍ଦନ ନଦୀରେ ଯୋହନଙ୍କ ଦ୍ଵାରା ଡୁବନ ଗ୍ରହଣ କଲେ 10ଯୀଶୁ ଜଳରୁ ଉଠି ଆସିଲାକ୍ଷଣି ସ୍ଵର୍ଗ ବିଦାରିତ ହୋଇ ଉନ୍ମୁକ୍ତ ହେବାର ଓ ଆତ୍ମାକୁ କପୋତ ରୂପେ ତାହାଙ୍କ ଉପରେ ଅବତରଣ କରିବାର ସେ ଦେଖିଲେ 11ପୁଣି ସ୍ଵର୍ଗରୁ ଏହି ବାଣୀ ହେଲା, “ତୁମ୍ଭେ ମୋର ପ୍ରିୟ ପୁତ୍ର, ତୁମ୍ଭଠାରେ ମୁଁ ପରମପ୍ରୀତ।”
12ତତ୍‌କ୍ଷଣାତ୍ ଆତ୍ମା ଯୀଶୁଙ୍କୁ ମରୁପ୍ରାନ୍ତରକୁ ପଠାଇଲେ। 13ମରୁପ୍ରାନ୍ତରରେ ସେ ଚାଳିଶ ଦିନ ପର୍ଯ୍ୟନ୍ତ ରହି ଶୟତାନଦ୍ଵାରା ପରୀକ୍ଷିତ ହେଲେ ସେଠାରେ ସେ ବନ୍ୟ ଜନ୍ତୁଙ୍କ ସହିତ ରହିଲେ ଓ ସ୍ଵର୍ଗଦୂତମାନେ ତାଙ୍କର ସେବା କଲେ।
ଯୀଶୁ ସୁସମାଚାର କହିଲେ
14ଯୋହନ କାରାରୁଦ୍ଧ ହେଲାପରେ ଯୀଶୁ ଗାଲିଲୀକୁ ଯାଇ ଈଶ୍ୱରଙ୍କ ସୁସମାଚାର ପ୍ରଚାର କଲେ। 15ସେ କହିଲେ, “ସମୟ ଆସିଲାଣି, ଈଶ୍ୱରଙ୍କ ରାଜ୍ୟ ସନ୍ନିକଟ, ଅନୁତାପ କର ଓ ସୁସମାଚାରରେ ବିଶ୍ୱାସ କର!”
ପ୍ରଥମ ଶିଷ୍ୟଙ୍କୁ ଆହ୍ଵାନ
16ଯୀଶୁ ଗାଲିଲୀ ହ୍ରଦ ତୀରରେ ଯାଉଥିଲା ବେଳେ ଶିମୋନ ଓ ତାଙ୍କ ଭାଇ ଆନ୍ଦ୍ରିୟଙ୍କୁ ହ୍ରଦରେ ଜାଲ ପକାଉଥିବା ଦେଖିଲେ, କାରଣ ସେମାନେ ଧୀବର ଥିଲେ 17ଯୀଶୁ ସେମାନଙ୍କୁ କହିଲେ, “ଆସ, ମୋର ଅନୁଗମନ କର। ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି।” 18ସେହିକ୍ଷଣି ସେମାନେ ଜାଲ ଛାଡ଼ି ତାହାଙ୍କ ଅନୁଗମନ କଲେ।
19ଆଉ ଟିକିଏ ଆଗକୁ ଯାଇ ସେ ଜେବଦୀଙ୍କ ପୁତ୍ର ଯାକୁବଙ୍କୁ ଓ ତାଙ୍କ ଭାଇ ଯୋହନଙ୍କୁ ନୌକାରେ ବସି ଜାଲ ସଜାଡ଼ୁଥିବା ଦେଖିଲେ 20ସେ ସେହିକ୍ଷଣି ସେମାନଙ୍କୁ ଡାକିଲେ ଏବଂ ସେମାନେ ପିତା ଜେବଦୀଙ୍କୁ ନୌକାରେ ମଜୁରିଆମାନଙ୍କ ସହିତ ଛାଡ଼ି ଯୀଶୁଙ୍କ ଅନୁଗମନ କଲେ।
ଭୂତାବିଷ୍ଟ ଲୋକ ସୁସ୍ଥ ହେଲା
21ସେମାନେ କଫର୍ନାହୁମ ସହରକୁ ଗଲେ ଏବଂ ଶାବତବାର#1:21 କିଛି ଲୋକ ଏହାକୁ ବିଶ୍ରାମବାର କହନ୍ତି ହେବାରୁ ଯୀଶୁ ଉପାସନାଗୃହକୁ ଯାଇ ଶିକ୍ଷାଦେବାକୁ ଲାଗିଲେ। 22ଲୋକେ ତାହାଙ୍କ ଶିକ୍ଷା ଶୁଣି ଆଶ୍ଚର୍ଯ୍ୟାନ୍ୱିତ ହେଲେ, କାରଣ ସେ ଶାସ୍ତ୍ରଜ୍ଞମାନଙ୍କ ପରି ଶିକ୍ଷା ନ ଦେଇ କ୍ଷମତାପ୍ରାପ୍ତ ବ୍ୟକ୍ତି ପରି ଶିକ୍ଷା ଦେଉଥିଲେ। 23ଠିକ ସେତିକିବେଳେ ସେମାନଙ୍କ ସମାଜ ଗୃହରେ ଥିବା ଜଣେ ଭୂତାବିଷ୍ଟ ଲୋକ ଚିତ୍କାର କରି କହିଲା, 24“ହେ ନାଜରିତୀୟ ଯୀଶୁ, ତୁମ ସଙ୍ଗେ ଆମର କଣ ଅଛି? ତୁମେ କଣ ଆମକୁ ବିନାଶ କରିବାକୁ ଆସିଛ? ତୁମେ କିଏ, ତାହା ମୁଁ ଜାଣେ ତୁମେ ହେଉଛ, ଈଶ୍ୱରଙ୍କ ପବିତ୍ର ଜନ!”
25ଯୀଶୁ ଦୃଢ଼ ସ୍ଵରରେ କହିଲେ, “ଚୁପ୍ ରହ! ଏହି ଲୋକଠାରୁ ବାହାରି ଯାଆ।” 26ଏଥିରେ ଭୂତାତ୍ମା ସେହି ଲୋକଟିକୁ ମୋଡ଼ି ପକାଇ ଚିତ୍କାର କରି ତା ଠାରୁ ବାହାରିଗଲା।
27ଲୋକମାନେ ଏତେ ଆଚମ୍ବିତ ହେଲେ ଯେ, ପରସ୍ପର ମଧ୍ୟରେ କୁହାକୁହି ହେଲେ, “ଏ କି ନୂଆ ଶିକ୍ଷା! ପୁଣି, କ୍ଷମତା ସହ! ଏପରିକି, ସେ ଭୂତାତ୍ମାମାନଙ୍କୁ ମଧ୍ୟ ଆଦେଶ ଦେଲେ ସେମାନେ ପାଳନ କରୁଛନ୍ତି!” 28ତାହାଙ୍କ ବିଷୟରେ ସମ୍ବାଦ ଅତିଶୀଘ୍ର ଗାଲିଲୀ ଅଞ୍ଚଳର ସର୍ବତ୍ର ବ୍ୟାପିଗଲା।
ଯୀଶୁ ଅନେକଙ୍କୁ ସୁସ୍ଥ କଲେ
29ସେମାନେ ଉପାସନାଗୃହରୁ ବାହାରି ଗଲାକ୍ଷଣି ଯାକୁବ ଓ ଯୋହନଙ୍କ ସହିତ ଶିମୋନ ଓ ଆନ୍ଦ୍ରିୟଙ୍କ ଗୃହକୁ ଗଲେ 30ସେଠାରେ ଶିମୋନଙ୍କ ଶାଶୁ ଜ୍ୱରରେ ଶଯ୍ୟାଶାୟୀ ଥିଲେ ଓ ସେମାନେ ଯୀଶୁଙ୍କୁ ତାଙ୍କ ବିଷୟ ଜଣାଇଲେ 31ତେଣୁ ଯୀଶୁ ତାଙ୍କ ନିକଟକୁ ଯାଇ ତାଙ୍କ ହାତ ଧରି ଉଠାଇଲେ ତତ୍‌କ୍ଷଣାତ୍ ତାଙ୍କର ଜ୍ୱର ଛାଡ଼ିଗଲା ଓ ସେ ସେମାନଙ୍କ ପରିଚର୍ଯ୍ୟା କଲେ।
32ସେହିଦିନ ସନ୍ଧ୍ୟାରେ, ସୂର୍ଯ୍ୟ ଅସ୍ତ ହେଲାପରେ ଲୋକେ ଯୀଶୁଙ୍କ ନିକଟକୁ ରୋଗୀ ଓ ଭୂତାବିଷ୍ଟ ଲୋକ ସମସ୍ତଙ୍କୁ ଆଣିବାକୁ ଲାଗିଲେ 33ସହରବାସୀ ସମସ୍ତେ ଆସି ଦ୍ଵାର ପାଖେ ଜମା ହେଲେ 34ନାନାଦି ରୋଗରେ ପୀଡ଼ିତ ଅନେକଙ୍କୁ ଯୀଶୁ ସୁସ୍ଥ କଲେ ସେ ଅନେକ ଭୂତ ମଧ୍ୟ ଛଡ଼ାଇଲେ, ମାତ୍ର ସେ ଭୂତାତ୍ମାମାନଙ୍କୁ କଥା କହିବା ପାଇଁ ଅନୁମତି ଦେଲେ ନାହିଁ, କାରଣ ସେ କିଏ, ସେମାନେ ଜାଣିଥିଲେ।
35ବଡ଼ି ଭୋର୍‌ରୁ, ଅନ୍ଧାର ଥାଉଁ ଥାଉଁ ଯୀଶୁ ଉଠି ଘରୁ ବାହାରିଗଲେ ଓ ଏକ ନିର୍ଜ୍ଜନ ସ୍ଥାନକୁ ଯାଇ ପ୍ରାର୍ଥନା କରିବାକୁ ଲାଗିଲେ 36ଶିମୋନ ଓ ତାଙ୍କ ସଙ୍ଗୀମାନେ ଯୀଶୁଙ୍କୁ ଖୋଜିବାକୁ ବାହାରିଲେ 37ସେମାନେ ତାଙ୍କର ଦେଖା ପାଇ କହିଲେ, “ସମସ୍ତେ ଆପଣଙ୍କୁ ଖୋଜୁଛନ୍ତି।”
38ଯୀଶୁ ଉତ୍ତର ଦେଲେ, “ଚାଲ, ଆମେ ଅନ୍ୟ ଜାଗାକୁ ଏଇ ନିକଟବର୍ତ୍ତୀ ଗ୍ରାମଗୁଡ଼ିକୁ ଯିବା, ତା ହେଲେ ମୁଁ ସେଠାରେ ମଧ୍ୟ ପ୍ରଚାର କରିପାରିବି। କାରଣ ମୁଁ ତ ସେଥିପାଇଁ ଆସିଛି।” 39ଅତଏବ ସେ ଗାଲିଲୀ ପ୍ରଦେଶରେ ସବୁଆଡ଼େ ବୁଲି ବୁଲି ସେମାନଙ୍କ ଉପାସନାଗୃହମାନଙ୍କରେ ପ୍ରଚାର କଲେ ଓ ଭୂତ ଛଡ଼ାଇଲେ।
କୁଷ୍ଠରୋଗୀ ସୁସ୍ଥ ହେଲା
40ଜଣେ କୁଷ୍ଠରୋଗୀ ତାଙ୍କ ନିକଟକୁ ଆସି ଆଣ୍ଠୁପାତି ଅନୁନୟ କରି କହିଲା, “ଆପଣ ଇଚ୍ଛା କଲେ ମୋତେ ଶୁଚି କରିପାରିବେ।”
41ଯୀଶୁ ଦୟାରେ ବିଗଳିତ ହୋଇ ଲୋକଟିକୁ ସ୍ପର୍ଶ କରି କହିଲେ, “ମୁଁ ଇଚ୍ଛା କରୁଛି, ଶୁଚି ହୁଅ।” 42ତତ୍‌କ୍ଷଣାତ୍ ତା ଠାରୁ କୁଷ୍ଠରୋଗ ଦୂର ହେଲା ଏବଂ ସେ ଶୁଚି ହେଲା ଓ ଆରୋଗ୍ୟ ଲାଭ କଲା।
43ଯୀଶୁ ତାକୁ ଦୃଢ଼ ଆଦେଶ ଦେଇ ସଙ୍ଗେସଙ୍ଗେ ବିଦାୟ କରି କହିଲେ, 44“ସାବଧାନ, ଏ ବିଷୟ କାହାରିକୁ କୁହ ନାହିଁ। କିନ୍ତୁ ଯାଜକଙ୍କ ନିକଟକୁ ଯାଅ ଓ ନିଜକୁ ଦେଖାଅ ଏବଂ ତୁମର ଶୁଚିକରଣ ପାଇଁ ମୋଶା ଯେପରି ଆଦେଶ ଦେଇଛନ୍ତି, ସେହି ଅନୁଯାୟୀ ନୈବେଦ୍ୟ ଉତ୍ସର୍ଗ କର ତାହା ଲୋକଙ୍କ ନିକଟରେ ପ୍ରମାଣ ସ୍ଵରୂପ ହେବ।” 45କିନ୍ତୁ ଲୋକଟି ଚାଲିଯାଇ ସେହିବିଷୟ ମୁକ୍ତକଣ୍ଠରେ ପ୍ରଚାର କରିବାକୁ ଲାଗିଲା ଫଳରେ, ଯୀଶୁ ଆଉ ପ୍ରକାଶ୍ୟରେ କୌଣସି ସହରରେ ପ୍ରବେଶ କରିପାରିଲେ ନାହିଁ, କିନ୍ତୁ ବାହାରେ ନିର୍ଜ୍ଜନ ସ୍ଥାନ-ମାନଙ୍କରେ ରହିଲେ। ତଥାପି ଚତୁର୍ଦ୍ଦିଗରୁ ଲୋକମାନେ ତାହାଙ୍କ ନିକଟକୁ ଆସିବାକୁ ଲାଗିଲେ।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in