ମାଥିଉଲିଖିତ 25
25
ଦଶ କୁମାରୀଙ୍କ ଦୃଷ୍ଟାନ୍ତ-ଗଳ୍ପ
1“ସେତେବେଳେ ସ୍ଵର୍ଗରାଜ୍ୟ ଦଶ କୁମାରୀଙ୍କ ସଦୃଶ ହେବ, ଯେଉଁମାନେ ନିଜ ନିଜ ଦୀପଧରି ବରଙ୍କୁ ଭେଟିବା ପାଇଁ ବାହାରିଲେ 2ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ବୁଦ୍ଧିହୀନା ଓ ଆଉ ପାଞ୍ଚ ଜଣ ବୁଦ୍ଧିମତୀ ଥିଲେ 3ବୁଦ୍ଧିହୀନା କୁମାରୀମାନେ ନିଜର ଦୀପ ନେଇଥିଲେ, ଅଥଚ ସଙ୍ଗରେ ତେଲ ନେଇ ନ ଥିଲେ 4କିନ୍ତୁ ବୁଦ୍ଧିମତୀ କୁମାରୀମାନେ ସେମାନଙ୍କ ଦୀପ ସହିତ ପାତ୍ରରେ ତେଲ ନେଇଥିଲେ 5ବରଙ୍କ ଆସିବାରେ ବିଳମ୍ବ ହେବାରୁ ସେମାନେ ସମସ୍ତେ ଘୁମାଉ ଘୁମାଉ ଶୋଇ ପଡ଼ିଲେ।
6“ଅଧରାତିରେ ହୁରି ପଡ଼ିଲା, ‘ଏହି ଦେଖ ବର ଆସିଲେଣି, ବରଙ୍କୁ ପାଛୋଟି ନେବାକୁ ବାହାରି ଆସ।’
7“ସବୁ କୁମାରୀ ଉଠି ପଡ଼ି ନିଜ ନିଜ ଦୀପ ସଜାଡ଼ିଲେ। 8ବୁଦ୍ଧିହୀନା କୁମାରୀମାନେ ବୁଦ୍ଧିମତୀ ମାନଙ୍କୁ କହିଲେ, ‘ଆମ ଦୀପଗୁଡ଼ିକ ଲିଭି ଆସୁଅଛି, ତୁମ ତେଲରୁ ଆମକୁ କିଛି ଦିଅ।’
9“ସେମାନେ ଉତ୍ତର ଦେଲେ, ନା ତା ‘କଲେ ତୁମ ପାଇଁ ଓ ଆମ ପାଇଁ ତେଲ ଯଥେଷ୍ଟ ହେବ ନାହିଁ। ବରଂ ତୁମେମାନେ ଦୋକାନୀମାନଙ୍କ ପାଖକୁ ଯାଇ ନିଜ ପାଇଁ ତେଲ କିଣି ଆଣ।’
10“ମାତ୍ର ସେମାନେ ତେଲ କିଣିବାକୁ ଯାଉଥିବା ବେଳେ ବର ପହଞ୍ଚିଗଲେ, ଯେଉଁ କୁମାରୀମାନେ ପ୍ରସ୍ତୁତ ଥିଲେ, ସେମାନେ ବରଙ୍କ ସଙ୍ଗେ ବିବାହ ଭୋଜିରେ ଯୋଗ ଦେବାକୁ ଭିତରକୁ ଗଲେ ଏବଂ ଦ୍ଵାର ବନ୍ଦ ହେଲା।
11“ପରେ ଅନ୍ୟ କୁମାରୀମାନେ ମଧ୍ୟ ଆସି ଡାକ ପକାଇଲେ, ‘ପ୍ରଭୁ, ପ୍ରଭୁ ଆମ ପାଇଁ ଦ୍ଵାର ଖୋଲନ୍ତୁ!’
12“ମାତ୍ର ସେ କହିଲେ, ‘ମୁଁ ସତ୍ୟ କହୁଅଛି ମୁଁ ତୁମ୍ଭମାନଙ୍କୁ ଜାଣେ ନାହିଁ।’
13“ସେଥିପାଇଁ ତୁମ୍ଭେମାନେ ସଜାଗ ଥାଅ, କାରଣ ସେହିଦିନ ବା ସେହି ସମୟ ତୁମ୍ଭେମାନେ ଜାଣ ନାହିଁ।
ତାଳନ୍ତ ର ଦୃଷ୍ଟାନ୍ତ-ଗଳ୍ପ
14“ପୁନଶ୍ଚ, ବିଦେଶକୁ ଯାତ୍ରା କରୁଥିବା ଜଣେବ୍ୟକ୍ତି ଯେ କି ନିଜ ଦାସମାନଙ୍କୁ ଡାକି ତାଙ୍କର ସମ୍ପତ୍ତି ସେମାନଙ୍କ ଜିମାରେ ଦେଲେ, ସ୍ଵର୍ଗରାଜ୍ୟ ସେହିପରି ହେବ। 15ସେ ସେମାନଙ୍କ ଦକ୍ଷତାନୁସାରେ ଜଣକୁ ପାଞ୍ଚ ତାଳନ୍ତ, ଅନ୍ୟଜଣକୁ ଦୁଇ ତାଳନ୍ତ ଓ ଅନ୍ୟ ଏକ ଜଣକୁ ଏକ ତାଳନ୍ତ ଦେଇ ବିଦେଶ ଯାତ୍ରା କଲେ 16ଯେଉଁ ଲୋକ ପାଞ୍ଚ ତାଳନ୍ତ ପାଇଲା, ସେ ସଙ୍ଗେସଙ୍ଗେ ତାକୁ ବ୍ୟବସାୟରେ ଲଗାଇ ଆଉ ପାଞ୍ଚ ତାଳନ୍ତ ଲାଭ କଲା। 17ସେହିପରି ଦୁଇ ତାଳନ୍ତ ପାଇଥିବା ଲୋକ ଆଉ ଦୁଇ ତାଳନ୍ତ ଲାଭ କଲା। 18କିନ୍ତୁ ଯେଉଁ ଜଣକ ଏକ ତାଳନ୍ତ ପାଇଥିଲା, ସେ ଯାଇ ଗୋଟିଏ ଗାତ ଖୋଳିଲା ଓ ତା ମୁନିବର ଟଙ୍କା ମାଟିରେ ପୋତି ରିଖିଲା।
19“ବହୁକାଳ ପରେ ସେହି ଦାସମାନଙ୍କର ମୁନିବ ଫେରି ଆସିଲେ ଏବଂ ସେମାନଙ୍କଠାରୁ ହିସାବ ନେଲେ 20ଯେଉଁ ଲୋକ ପାଞ୍ଚ ତାଳନ୍ତ ପାଇଥିଲା, ସେ ଆଉ ପାଞ୍ଚ ତାଳନ୍ତ ଆଣି କହିଲା, ଆଜ୍ଞା, ଆପଣ ମୋ ଜିମାରେ ପାଞ୍ଚ ତାଳନ୍ତ ଦେଇଥିଲେ ଦେଖନ୍ତୁ, ‘ମୁଁ ଆଉ ପାଞ୍ଚ ତାଳନ୍ତ ଲାଭ କରିଅଛି।’
21“ମୁନିବ ତା ‘ର କାର୍ଯ୍ୟକୁ ପ୍ରଶଂସା କରି କହିଲେ, ଉତ୍ତମ ଓ ବିଶ୍ୱସ୍ତ ଦାସ, ତୁମେ ଖୁବ୍ ଭଲ କରିଅଛ। ତୁମେ ଅଳ୍ପ ବିଷୟରେ ବିଶ୍ୱସ୍ତ ହେଲ, ଏଣିକି ମୁଁ ତୁମକୁ ଆହୁରି ଅନେକ ବିଷୟର ଦାୟିତ୍ଵ ଦେବି। ଆସ, ତୁମ ମୁନିବର ଆନନ୍ଦରେ ଭାଗୀ ହୁଅ!’
22“ତା ପରେ ଦୁଇ ତାଳନ୍ତ ପାଇଥିବା ଲୋକ ମଧ୍ୟ ଆସି କହିଲା, ‘ଆଜ୍ଞା,’ ଆପଣ ମୋ ‘ଜିମାରେ ଦୁଇ ତାଳନ୍ତ ଦେଇଥିଲେ ଦେଖନ୍ତୁ, ମୁଁ ଆଉ ଦୁଇ ତାଳନ୍ତ ଲାଭ କରିଅଛି!’
23“ତା ‘ର ମୁନିବ କହିଲେ, ଉତ୍ତମ ଓ ବିଶ୍ୱସ୍ତ ଦାସ, ଖୁବ୍ ଭଲ କରିଛ। ତୁମେ ଅଳ୍ପ ବିଷୟରେ ବିଶ୍ୱସ୍ତ ହେଲ, ଏଣିକି ମୁଁ ତୁମକୁ ଆହୁରି ଅନେକ ବିଷୟର ଦାୟିତ୍ଵ ଦେବି। ଆସ, ତୁମ ମୁନିବର ଆନନ୍ଦରେ ଭାଗୀ ହୁଅ!’
24“ଏହାପରେ ଏକ ତାଳନ୍ତ ପାଇଥିବା ଲୋକ ଆସି କହିଲା ଆଜ୍ଞା ‘ଆପଣ ଜଣେ ନିର୍ଦ୍ଦୟ ଲୋକ ବୋଲି ମୁଁ ଜାଣିଥିଲି ଓ ଆପଣ ଯେଉଁଠାରେ ବୁଣି ନ ଥାଆନ୍ତି, ସେଠାରେ ଫସଲ କାଟନ୍ତି ଓ ଯେଉଁଠାରେ ମଞ୍ଜି ପକାଇ ନ ଥାଆନ୍ତି, ସେଠାରେ ସଂଗ୍ରହ କରନ୍ତି। 25ତେଣୁ ମୁଁ ଭୟ କରି ଆପଣଙ୍କ ତାଳନ୍ତ ମାଟିରେ ପୋତି ରଖିଲି। ଆପଣ ଯେତିକି ଦେଇଥିଲେ, ତାହା ନିଅନ୍ତୁ।’
26“କିନ୍ତୁ ତାହାର ମୁନିବ ଉତ୍ତର ଦେଲେ, ‘ଆରେ ଦୁରାଚାରୀ, ଅଳସୁଆ ଦାସ! ତା ହେଲେ ତୁ ଜାଣିଥିଲୁ, ମୁଁ ଯେଉଁଠି ବୁଣି ନ ଥାଏ, ସେଇଠି କାଟେ ଓ ଯେଉଁଠି ମଞ୍ଜି ପକାଇ ନ ଥାଏ, ସେଇଠି ସଂଗ୍ରହ କରେ? 27ତେବେ ମୋର ଟଙ୍କା ବ୍ୟାଙ୍କ୍ରେ ଜମା ରିଖିବା ତୋର ଉଚିତ ଥିଲା, ତାହାହେଲେ, ମୁଁ ଫେରିଲା ପରେ ସୁଧ ସହ ମୋର ଟଙ୍କା ଫେରି ପାଇଥା ନ୍ତି।
28“ ‘ଏହି ଲୋକଠାରୁ ତାଳନ୍ତଟି ନେଇଯାଅ ଓ ଯାହାର ଦଶ ତାଳନ୍ତ ଅଛି, ତାକୁ ଦିଅ। 29କାରଣ ଯାହାର ଅଛି, ତାହାକୁ ଆହୁରି ଦିଆଯିବ ଓ ତାହାର ପ୍ରଚୁର ହେବ। କିନ୍ତୁ ଯାହାର ନାହିଁ, ତାହାର ଯାହାକିଛି ଅଛି, ତାହା ମଧ୍ୟ ତା ଠାରୁ କାଢ଼ି ନିଆଯିବ। 30ପୁଣି, ଏହି ଅଯୋଗ୍ୟ ଦାସକୁ ବାହାରେ, ଅନ୍ଧକାରରେ ପକାଇ ଦିଅ, ଯେଉଁଠାରେ କ୍ରନ୍ଦନ ଓ ଦନ୍ତର କିଡ଼ିମିଡ଼ି ହେବ।’
ମେଷ ଓ ଛାଗ
31“ମନୁଷ୍ୟପୁତ୍ର ଯେତେବେଳେ ସ୍ଵର୍ଗଦୂତମାନଙ୍କ ସହିତ ସ୍ଵଗୌରବରେ ଆସିବେ, ସେ ତାହାଙ୍କ ଗୌରବମୟ ସିଂହାସନରେ ବସିବେ। 32ତାହାଙ୍କ ସମ୍ମୁଖରେ ସବୁ ଜାତି ଏକତ୍ର କରାଯିବେ। ମେଷପାଳକ ଯେପରି ମେଷ ଓ ଛାଗମାନଙ୍କୁ ପୃଥକ୍ କରେ, ସେ ମନୁଷ୍ୟମାନଙ୍କୁ ସେହିପରି ପୃଥକ୍ କରିବେ। 33ସେ ମେଷମାନଙ୍କୁ ନିଜର ଦକ୍ଷିଣପାର୍ଶ୍ୱରେ ଓ ଛାଗମାନଙ୍କୁ ବାମ ପାର୍ଶ୍ୱରେ ରିଖିବେ।
34“ତତ୍ପରେ ରାଜା ଦକ୍ଷିଣ ପାର୍ଶ୍ୱର ଲୋକମାନଙ୍କୁ କହିବେ, ‘ଆସ, ତୁମ୍ଭେମାନେ ମୋର ପିତାଙ୍କ ଆଶୀର୍ବାଦର ପାତ୍ର, ଜଗତର ସୃଷ୍ଟି ସମୟରୁ ଯେଉଁ ରାଜ୍ୟ ତୁମ୍ଭମାନଙ୍କ ପାଇଁ ପ୍ରସ୍ତୁତ ହୋଇଛି ତାହା ଅଧିକାର କର। 35କାରଣ ମୁଁ କ୍ଷ୍ୱଧିତ ଥିଲି, ତୁମ୍ଭେମାନେ ମୋତେ ଆହାର ଦେଲ, ମୁଁ ତୃଷିତ ଥିଲି, ମୋତେ ପାନ କରିବାକୁ ଦେଲ ମୁଁ ଅପରିଚିତ ଥିଲି, ମୋର ଆତିଥ୍ୟ କଲ 36ମୋର ବସ୍ତ୍ରର ଅଭାବ ଥିଲା, ମୋତେ ବସ୍ତ୍ର ପିନ୍ଧାଇଲ ମୁଁ ପୀଡ଼ିତ ଥିଲି, ମୋର ସେବା କଲ ଓ ମୁଁ କାରାଗାରରେ ଥିଲି, ମୋତେ ଶଂଖୋଳିବାକୁ ମୋ ନିକଟକୁ ଆସିଲ।’
37“ସେତେବେଳେ ଧାର୍ମିକମାନେ ଉତ୍ତର ଦେବେ, ‘ପ୍ରଭୁ, କେବେ ଆମେ ଆପଣଙ୍କୁ କ୍ଷୁଧିତ ଦେଖି ଆହାର ଦେଲୁ, କିମ୍ବା ତୃଷିତ ଦେଖି ପାନ କରିବାକୁ ଦେଲୁ? 38କେବେ ଆମେ ଆପଣଙ୍କୁ ଅପରିଚିତ ଦେଖି ଆତିଥ୍ୟ କଲୁ, କିମ୍ବା ବସ୍ତ୍ରର ଅଭାବ ଦେଖି ବସ୍ତ୍ର ପିନ୍ଧ। ଇଲୁ? 39କେବେ ଆମେ ଆପଣଙ୍କୁ ପୀଡ଼ିତ ଅବା କାରାଗାରରେ ଦେଖିଲୁ ଯେ ଶଂଖୋଳିବାକୁ ଆପଣଙ୍କ ନିକଟକୁ ଗଲୁ?’
40“ରାଜା ଉତ୍ତର ଦେବେ, ‘ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ତୁମେ ମୋର ଏହି ଭାଇମାନଙ୍କ ମଧ୍ୟରୁ ସବୁଠାରୁ ନଗଣ୍ୟ ଭାଇଟି ପ୍ରତି ଯାହା କରିଅଛ, ତାହା ମୋ ପ୍ରତି ହିଁ କରିଅଛ।’
41“ଏହାପରେ ସେ ତାଙ୍କ ବାମ ପାର୍ଶ୍ୱର ଲୋକମାନଙ୍କୁ କହିବେ, ‘ହେ ଅଭୀଶପ୍ତମାନେ, ମୋ ପାଖରୁ ଦୂର ହୁଅ। ଶୟତାନ ଓ ତାହାର ଦୂତମାନଙ୍କ ପାଇଁ ପ୍ରସ୍ତୁତ ଚିରପ୍ରଜ୍ୱଳିତ ଅଗ୍ନି ମଧ୍ୟକୁ ଚାଲିଯାଅ। 42କାରଣ ମୁଁ କ୍ଷୁଧିତ ଥିଲି, ତୁମେମାନେ ମୋତେ ଆହାର ଦେଲ ନାହିଁ ତୃଷିତ ଥିଲି, ପିଇବାକୁ ଦେଲ ନାହିଁ 43ଅପରିଚିତ ଥିଲି, ମୋର ଆତିଥ୍ୟ କଲ ନାହିଁ ମୁଁ ବସ୍ତ୍ର ଅଭାବରେ ଥିଲି, ମୋତେ ବସ୍ତ୍ର ପିନ୍ଧାଇଲ ନାହିଁ, ପୀଡ଼ିତ ଓ କାରାଗାରରେ ଥିଲି, ମୋତେ ସଂଖୋଳିବାକୁ ଗଲ ନାହିଁ।’
44“ସେତେବେଳେ ସେମାନେ ମଧ୍ୟ ଉତ୍ତର ଦେବେ, ‘ପ୍ରଭୁ, କେବେ ଆମେ ଆପଣଙ୍କୁ କ୍ଷୁଧିତ କି ତୃଷିତ, ଅପରିଚିତ କି ବସ୍ତ୍ରହୀନ କିମ୍ବା ପୀଡ଼ିତ ଅବା କାରାଗାରରେ ଦେଖି ସାହାଯ୍ୟ କଲୁ ନାହୁଁ?’
45“ସେ ଉତ୍ତର ଦେବେ, ‘ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ତୁମ୍ଭେମାନେ ଏହି ନଗଣ୍ୟମାନଙ୍କ ମଧ୍ୟରୁ ଜଣକ ପ୍ରତି ଯାହା କରି ନାହଁ, ତାହା ମୋ ପ୍ରତି ହିଁ କରି ନାହଁ।’
46“ଏହିମାନେ ଅନନ୍ତ ଦଣ୍ଡଭୋଗ କରିବାକୁ ଯିବେ, କିନ୍ତୁ ଧାର୍ମିକମାନେ ଅନନ୍ତ-ଜୀବନ ଭୋଗ କରିବାକୁ ଯିବେ।”
Currently Selected:
ମାଥିଉଲିଖିତ 25: OCB
Highlight
Copy
Compare
Share
Want to have your highlights saved across all your devices? Sign up or sign in
ନୂତନ ନିୟମ, ଓଡିଆ ସମସାମୟିକ ବାଇବଲ
କପିରାଇଟ୍ © 1998 2025 by Biblica, Inc.
ଅନୁମତି ସହିତ ବ୍ୟବହାରିତ। ସମଗ୍ର ବିଶ୍ୱରେ ସମସ୍ତ ଅଧିକାର ସଞ୍ଚିତ ଅଛି।
New Testament, Odia Contemporary Bible
Copyright © 1998, 2025 by Biblica, Inc.
Used with permission. All rights reserved worldwide.