YouVersion Logo
Search Icon

ମାଥିଉଲିଖିତ 20

20
ଅଙ୍ଗୁରକ୍ଷେତ ମୂଲିଆଙ୍କ ଦୃଷ୍ଟାନ୍ତ-ଗଳ୍ପ
1“କାରଣ ସ୍ଵର୍ଗରାଜ୍ୟ ଜଣେ ଜମିଦାରଙ୍କ ସଦୃଶ, ଯେ କି ନିଜ ଅଙ୍ଗୁରକ୍ଷେତରେ କାମ କରିବାକୁ ବଡ଼ି ସକାଳୁ ମୂଲିଆ ଖୋଜିବାକୁ ବାହାରିଲେ 2ସେହିଦିନ ପାଇଁ ଗୋଟିଏ ଦୀନାର ମଜୁରି ଦେବାକୁ ସେମାନଙ୍କ ସହିତ ଚୁକ୍ତି କରି ସେ ସେମାନଙ୍କୁ ଅଙ୍ଗୁରକ୍ଷେତରେ କାମ କରିବାକୁ ପଠାଇଲେ।
3“ପ୍ରାୟ ନଅଟାବେଳେ ସେ ପୁଣି ବାହାରକୁ ଯାଇ ବଜାରରେ ଆଉ କେତେକଙ୍କୁ ବେକାର ଠିଆ ହୋଇଥିବା ଦେଖିଲେ 4ସେ ସେମାନଙ୍କୁ କହିଲେ, ‘ତୁମେମାନେ ମଧ୍ୟ ଯାଇ ମୋର ଅଙ୍ଗୁରକ୍ଷେତରେ କାମ କର ଓ ମୁଁ ତୁମ୍ଭମାନଙ୍କୁ ଉଚିତ୍ ମୂଲ୍ୟ ଦେବି।’ 5ଅତଏବ ସେମାନେ ଗଲେ।
“ସେ ପୁଣି ବାରଟା ବେଳେ ଓ ତିନିଟା ବେଳେ ଯାଇ ସେହିପ୍ରକାରେ ମୂଲିଆମାନଙ୍କୁ ନିଯୁକ୍ତ କଲେ 6ପ୍ରାୟ ପାଞ୍ଚଟା ସମୟରେ ସେ ବାହାରକୁ ଯାଇ ଆହୁରି କେତେ ଜଣଙ୍କୁ ଠିଆ ହୋଇଥିବା ଦେଖି ସେମାନଙ୍କୁ ପଚାରିଲେ, ‘ତୁମ୍ଭେମାନେ କାହିଁକି କାମ ନ କରି ସାରାଦିନ ଏଠାରେ ବେକାର ଠିଆ ହୋଇ ରହିଅଛ?’
7“ ‘ସେମାନେ ଉତ୍ତର କଲେ, ଆମକୁ’ କେହି କାମରେ ଲଗାଇ ନାହିଁ।
“ସେ ସେମାନଙ୍କୁ କହିଲେ, ‘ତାହାହେଲେ, ତୁମେମାନେ ମଧ୍ୟ ଯାଇ ମୋର ଅଙ୍ଗୁରକ୍ଷେତରେ କାମ କର।’
8“ସନ୍ଧ୍ୟା ହେଲାରୁ ଅଙ୍ଗୁର କ୍ଷେତର ମାଲିକ ତାଙ୍କ ଗୁମାସ୍ତାକୁ କହିଲେ, ‘ମୂଲିଆମାନଙ୍କୁ ଡାକ ଓ ଶେଷରେ କାମକୁ ଆସିଥିବା ଲୋକଙ୍କଠାରୁ ଆରମ୍ଭ କରି ପ୍ରଥମେ ଆସିଥିବା ଲୋକ ପର୍ଯ୍ୟନ୍ତ ସମସ୍ତଙ୍କୁ ମୂଲ ଦେଇଦିଅ।’
9“ପାଞ୍ଚଟା ବେଳେ କାମରେ ଲଗାଯାଇଥିବା ମୂଲିଆମାନେ ଆସି ପ୍ରତ୍ୟେକେ ଗୋଟିଏ ଲେଖାଏଁ ଦୀନାର ପାଇଲେ 10ସୁତରାଂ ପ୍ରଥମେ କାମକୁ ଆସିଥିବା ଲୋକମାନେ ଯେତେବେଳେ ଆସିଲେ, ସେମାନେ ଅଧିକ ପାଇବେ ବୋଲି ଆଶା କଲେ ମାତ୍ର ସେମାନେ ମଧ୍ୟ ପ୍ରତ୍ୟେକେ ଗୋଟିଏ ଲେଖାଏଁ ଦୀନାର ପାଇଲେ 11ଯେତେବେଳେ ସେମାନେ ଏହାକୁ ଗ୍ରହଣ କଲେ, ସେମାନେ ତାହା ପାଇ ଜମିଦାରଙ୍କ ପ୍ରତି ଅସନ୍ତୁଷ୍ଟ ହେଲେ 12ସେମାନେ କହିଲେ, ‘ଶେଷରେ କାମକୁ ଆସିଥିବା ଲୋକମାନେ ମୋଟେ ଘଣ୍ଟାଏ କାମ କଲେ ଆମେ ଦିନସାରା ଖଟିଲୁ, ଆଉ ଖରାରେ ସିଝିଲୁ ଅଥଚ ଆପଣ ସେମାନଙ୍କୁ ଆମ ସଙ୍ଗେ ସମାନ କଲେ।’
13“କିନ୍ତୁ ସେ ସେମାନଙ୍କ ମଧ୍ୟରୁ ଜଣକୁ ଉତ୍ତର ଦେଇ କହିଲେ, ‘ବନ୍ଧୁ, ମୁଁ ତ ତୁମ ପ୍ରତି ଅନ୍ୟାୟ କରୁ ନାହିଁ! ତୁମେ କଅଣ ଗୋଟିଏ ଦୀନାରରେ କାମ କରିବାକୁ ରାଜି ହୋଇ ନ ଥିଲେ? 14ତୁମର ମୂଲ ନେଇ ଚାଲିଯାଅ। ତୁମକୁ ଯେତିକି ଦେଲି, ଶେଷରେ ଆସିଥିବା ଲୋକକୁ ସେତିକି ମୂଲ ଦେବାକୁ ମୋର ଇଚ୍ଛା। 15ମୋର ଇଚ୍ଛାନୁସାରେ ନିଜ ଟଙ୍କା ଖର୍ଚ୍ଚ କରିବାକୁ କଅଣ ମୋର ଅଧିକାର ନାହିଁ? କିମ୍ବା ମୁଁ ଉଦାର ବୋଲି କଣ ତୁମେ ଈର୍ଷା କରୁଅଛ?’
16“ଏହିରୂପେ, ପଛ ଲୋକେ ଆଗ ହେବେ ଓ ଆଗ ଲୋକେ ପଛ ହେବେ।”
17ଯୀଶୁ ଯିରୂଶାଲମକୁ ଯିବା ବାଟରେ ଦ୍ଵାଦଶ ଶିଷ୍ୟଙ୍କୁ ଅଲଗା ଡାକି ନେଇ ସେମାନଙ୍କୁ କହିଲେ, 18“ଦେଖ, ଆମେ ଯିରୂଶାଲମକୁ ଯାଉଛୁ। ମନୁଷ୍ୟପୁତ୍ରଙ୍କ ପ୍ରତି ବିଶ୍ୱାସଘାତକତା କରି ତାଙ୍କୁ ପ୍ରଧାନଯାଜକ ଓ ଶାସ୍ତ୍ରଜ୍ଞମାନଙ୍କ ହାତରେ ଧରାଇ ଦିଆଯିବ। ସେମାନେ ତାଙ୍କୁ ମୃତ୍ୟୁଦଣ୍ଡ ଦେବେ 19ପୁଣି, ଅଣଯିହୁଦୀମାନଙ୍କ ହାତରେ ତାଙ୍କୁ ସମର୍ପଣ କରିବେ ସେମାନେ ତାଙ୍କୁ ପରିହାସ ଓ ବେତ୍ରାଘାତ କରି କ୍ରୁଶବିଦ୍ଧ କରିବେ। କିନ୍ତୁ ତୃତୀୟ ଦିନରେ ସେ ପୁନରୁତ୍ଥିତ ହେବେ!”
ଜଣେ ମାତାର ଅନୁରୋଧ
20ଏହାପରେ ଜେବଦୀଙ୍କ ସ୍ତ୍ରୀ ତାଙ୍କ ପୁତ୍ରମାନଙ୍କ ସହିତ ଯୀଶୁଙ୍କ ନିକଟକୁ ଆସିଲେ ଓ ଆଣ୍ଠୋଇ ପଡ଼ି ଗୋଟିଏ ବିଷୟରେ ଅନୁଗ୍ରହ ଭିକ୍ଷା କଲେ।
21ଯୀଶୁ ପଚାରିଲେ, “ତୁମେ କଅଣ ଚାହୁଁଛ?”
ସେ କହିଲେ, “ଆପଣଙ୍କ ରାଜ୍ୟରେ ମୋର ଏହି ଦୁଇ ପୁଅଙ୍କ ମଧ୍ୟରୁ ଜଣେ ଆପଣଙ୍କ ଦକ୍ଷିଣ ପାଖରେ ଓ ଅନ୍ୟ ଜଣକ ବାମ ପାଖରେ ଯେପରି ବସିବ, ଏହି ଅନୁମତି ଦିଅନ୍ତୁ।”
22“ଯୀଶୁ ସେମାନଙ୍କୁ କହିଲେ, ତୁମେ କଅଣ ମାଗୁଛ, ତାହା ନିଜେ ବୁଝୁନାହଁ! ମୁଁ ଯେଉଁ ପାତ୍ରରୁ ପାନ କରିବାକୁ ଯାଉଛି, ତୁମେମାନେ କଅଣ ସେଥିରୁ ପାନ କରିପାରିବ?”
ସେମାନେ ଉତ୍ତର ଦେଲେ, “ହଁ, ଆମେ ପାରିବୁ।”
23ଯୀଶୁ ସେମାନଙ୍କୁ କହିଲେ, “ତୁମେମାନେ ମୋର ପାତ୍ରରୁ ରୁ ପାନ କରିବ ସତ, କିନ୍ତୁ ମୋର ଦକ୍ଷିଣ ବା ବାମ ପାଖରେ ବସିବାକୁ ଦେବା ଅଧିକାର ମୋର ନାହିଁ। ମୋର ପିତା ଯେଉଁମାନଙ୍କ ପାଇଁ ଏହି ସ୍ଥାନସବୁ ପ୍ରସ୍ତୁତ କରିଛନ୍ତି, ତାହା ସେମାନଙ୍କ ପାଇଁ ଉଦ୍ଦିଷ୍ଟ।”
24ଅନ୍ୟ ଦଶ ଜଣ ଶିଷ୍ୟ ଏହା ଶୁଣି ସେହି ଦୁଇ ଭାଇଙ୍କ ଉପରେ ଅତିଶୟ ବିରକ୍ତ ହେଲେ 25ମାତ୍ର ଯୀଶୁ ସେମାନଙ୍କୁ ଏକତ୍ର ଡାକି କହିଲେ, “ତୁମେମାନେ ଏହା ଜାଣିଛ ଯେ, ଅଣଯିହୁଦୀଜାତିର ଶାସକମାନେ ସେମାନଙ୍କ ଉପରେ ପ୍ରଭୁତ୍ଵ କରନ୍ତି ଓ ସେମାନଙ୍କ ଉଚ୍ଚପଦସ୍ଥ କର୍ମଚାରିମାନେ ସେମାନଙ୍କ ଉପରେ ଆଧିପତ୍ୟ କରନ୍ତି। 26କିନ୍ତୁ ତୁମମାନଙ୍କ ମଧ୍ୟରେ ସେପରି ହେବ ନାହିଁ। ବରଞ୍ଚ, ତୁମମାନଙ୍କ ମଧ୍ୟରେ କେହି ଯଦି ମହାନ୍ ହେବାକୁ ଇଚ୍ଛା କରେ, ସେ ତୁମମାନଙ୍କର ସେବକ ହେଉ 27ପୁଣି, କେହି ଯେବେ ପ୍ରଧାନ ହେବାକୁ ଇଚ୍ଛା କରେ, ସେ ତୁମର କ୍ରୀତଦାସ ହେଉ 28ସେହିରୂପେ, ମନୁଷ୍ୟପୁତ୍ର ସେବା ପାଇବାକୁ ଆସିଲେ ନାହିଁ, ମାତ୍ର ସେବା କରିବାକୁ ଓ ଅନେକଙ୍କ ମୁକ୍ତିରମୂଲ୍ୟ ସ୍ଵରୂପେ ନିଜର ଜୀବନ ଦେବାକୁ ଆସିଲେ।”
ଦୁଇଜଣ ଅନ୍ଧ ଦୃଷ୍ଟି ପାଇଲେ
29ଯୀଶୁ ଓ ତାଙ୍କର ଶିଷ୍ୟମାନେ ଯିରିଖୋ ସହରରୁ ବାହାରିବା ସମୟରେ ବହୁସଂଖ୍ୟକ ଲୋକ ସେମାନଙ୍କ ପଛେ ପଛେ ଚାଲିବାକୁ ଲାଗିଲେ 30ରାସ୍ତା-କଡ଼ରେ ଦୁଇଜଣ ଅନ୍ଧ ବସିଥିଲେ ଏବଂ ଯୀଶୁ ସେହିବାଟେ ଯାଉଛନ୍ତି ଶୁଣି ସେମାନେ ଉଚ୍ଚସ୍ଵରରେ ଡାକିବାକୁ ଲାଗିଲେ, “ପ୍ରଭୁ, ଦାଉଦସନ୍ତାନ, ଆମ ପ୍ରତି ଦୟା କରନ୍ତୁ!”
31ଲୋକେ ସେମାନଙ୍କୁ ଭତ୍ସନା କରି ଚୁପ୍ ହେବାକୁ କହିଲେ, କିନ୍ତୁ ସେମାନେ ଆହୁରି ଉଚ୍ଚସ୍ଵରରେ ଚିତ୍କାର କଲେ, “ପ୍ରଭୁ, ଦାଉଦସନ୍ତାନ, ଆମ ପ୍ରତି ଦୟା କରନ୍ତୁ!”
32ଯୀଶୁ ଅଟକି ଯାଇ ସେମାନଙ୍କୁ ଡାକି ପଚାରିଲେ, “ମୁଁ ତୁମମାନଙ୍କ ପାଇଁ କଅଣ କରିବି ବୋଲି ଇଚ୍ଛା କରୁଅଛ?”
33ସେମାନେ ଉତ୍ତର କଲେ, “ପ୍ରଭୁ, ଆମେ ଯେପରି ଦେଖିପାରିବୁ!”
34ଯୀଶୁ ଦୟାରେ ବିଗଳିତ ହୋଇ ସେମାନଙ୍କ ଚକ୍ଷୁ ସ୍ପର୍ଶ କଲେ ତତ୍‌କ୍ଷଣାତ୍ ସେମାନେ ଦୃଷ୍ଟିଶକ୍ତି ପାଇଲେ ଓ ତାହାଙ୍କ ପଛେ ପଛେ ଚାଲିଲେ।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in