YouVersion Logo
Search Icon

ଯିଖରିୟ 6

6
ଗ୍ଭରିରଥ
1ତା'ପରେ ମୁଁ ପୁନର୍ବାର ଅନାଇଲି ଓ ଦେଖିଲି, ଦୁଇଟି ତମ୍ବା ପର୍ବତ ମଧ୍ୟରୁ ଗ୍ଭରି ଗୋଟି ରଥ ନିର୍ଗତ ହେଲା। 2ରକ୍ତବର୍ଣ୍ଣର ଅଶ୍ୱଗୁଡ଼ିକ ପ୍ରଥମ ରଥକୁ ଟାଣୁଥିଲା ବେଳେ କଳାରଙ୍ଗର ଅଶ୍ୱଗଣ ଦ୍ୱିତୀୟ ରଥକୁ ଟାଣୁଥିଲେ। 3ଧଳା ଅଶ୍ୱଗୁଡ଼ିକ ତୃତୀୟ ରଥକୁ ଓ ଚିତ୍ରବିଚିତ୍ର ଅଶ୍ୱଗୁଡ଼ିକ ଚତୁର୍ଥ ରଥକୁ ଟାଣୁଥିଲେ। ସେଗୁଡ଼ିକ ଶକ୍ତିଶାଳୀ ଅଶ୍ୱ ଥିଲେ। 4ମୋ’ ସହିତ ଆଳାପ କରୁଥିବା ସ୍ୱର୍ଗଦୂତକୁ ମୁଁ ପଗ୍ଭରିଲି, “ମୋର ମହାଶୟ, ଏଗୁଡ଼ିକର ଅର୍ଥ କ’ଣ?”
5ସେହି ସ୍ୱର୍ଗଦୂତ ଉତ୍ତର ଦେଲେ, “ଏଗୁଡ଼ିକ ସ୍ୱର୍ଗର ଗ୍ଭରି ବାୟୁ। ସେମାନେ ସଦାପ୍ରଭୁଙ୍କର ନିକଟରୁ ବାହାରି ସମଗ୍ର ପୃଥିବୀକୁ ଯାଆନ୍ତି। 6କୃଷ୍ଣବର୍ଣ୍ଣ ଅଶ୍ୱଗୁଡ଼ିକ ଦ୍ୱାରା ଟଣାଯାଉଥିବା ରଥ ଉତ୍ତର ଦିଗର ଦେଶ ଆଡ଼କୁ ଯିବେ, ଲାଲ ଅଶ୍ୱଗୁଡ଼ିକ ଦ୍ୱାରା ଟଣାଯାଉଥିବା ରଥ ପୂର୍ବ ଦିଗର ଦେଶ ଆଡ଼େ, ଧଳା ଘୋଡ଼ାଗୁଡ଼ିକ ଦ୍ୱାରା ଟଣାଯାଉଥିବା ପଶ୍ଚିମ ଦିଗର ଦେଶଆଡ଼େ ଓ ପାଣ୍ତୁର ଅଶ୍ୱଗୁଡ଼ିକ ଦ୍ୱାରା ଟଣାଯାଉଥିବା ରଥ ଦକ୍ଷିଣ ଦିଗର ଦେଶଆଡ଼େ ଯିବେ।”
7ସେହି ଶକ୍ତିଶାଳୀ ଅଶ୍ୱଗୁଡ଼ିକ ପୃଥିବୀର ଏଣେତେଣେ ବିଚରଣ କରିବାକୁ ଆଗ୍ରହ ପ୍ରକାଶ କଲେ। ତେଣୁ ସେହି ସ୍ୱର୍ଗଦୂତ ସେମାନଙ୍କୁ କହିଲେ, “ଯାଅ ପୃଥିବୀର ଗ୍ଭରିଆଡ଼େ ବିଚରଣ କର।” ତେଣୁ ସେମାନେ ଗଲେ।
8ତା'ପରେ ସଦାପ୍ରଭୁ ପାଟିକରି ମୋତେ କହିଲେ, “ଦେଖ, ସେହି ଅଶ୍ୱଗୁଡ଼ିକ ଯେଉଁମାନେ ଉତ୍ତର ଦେଶଆଡ଼କୁ ଯାଇଛନ୍ତି ଆମ୍ଭ ଆତ୍ମାକୁ ସେମାନେ ଉତ୍ତର ଦେଶରେ ସୁସ୍ଥିର କରିଅଛନ୍ତି।”
ଯାଜକ ଯିହୋଶୂୟଙ୍କ ମୁକୁଟ ଲାଭ
9ତା'ପରେ ସଦାପ୍ରଭୁ ଏହି ବାର୍ତ୍ତା ପଠାଇଲେ, 10“ହି‌‌ଲ୍‌‌ଦୟ, ଟୋବିୟ ଓ ଯିଦାୟ ବାବିଲରୁ ଆସିଥିବା ସେହି ନିର୍ବାସିତଙ୍କ ମଧ୍ୟରୁ ଅଟନ୍ତି। ସୁନା ଓ ରୂପା ସେମାନଙ୍କଠାରୁ ନିଅ ଏବଂ ସିଫନିୟର ପୁତ୍ର ଯୋଶିୟର ଗୃହକୁ ଯାଅ। 11ସେହି ରୌପ୍ୟ ଓ ସୁବର୍ଣ୍ଣରେ ମୁକୁଟ ନିର୍ମାଣ କର ଓ ସେହି ମୁକୁଟକୁ ମହାଯାଜକ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟ ମସ୍ତକରେ ରଖ। ଯିହୋଶୂୟ ଜଣେ ମହାଯାଜକ ଓ ସେ ଯିହୋଷାଦକଙ୍କ ପୁତ୍ର ଥିଲେ। ତା'ପରେ ଏହିସବୁ ତାଙ୍କୁ କୁହ: 12ତା'ପରେ ତାଙ୍କୁ କୁହ, ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି,
‘ଜଣେ ବ୍ୟକ୍ତି ଅଛନ୍ତି, ତାଙ୍କ ନାମ ଶାଖା,
ସେ ତାଙ୍କ ସ୍ଥାନରୁ ଅଙ୍କୁରିତ ହେବେ
ଏବଂ ସେ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବେ।
13ସେ ନିଶ୍ଚିତ ଭାବରେ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବେ
ଓ ମହିମା ପ୍ରାପ୍ତ ହେବେ।
ସେ ମଧ୍ୟ ଆପଣା ସିଂହାସନରେ ବସିବେ ଓ ରାଜତ୍ୱ କରିବେ।
ଆଉ ମଧ୍ୟ ଜଣେ ଯାଜକ ତାଙ୍କ ସିଂହାସନରେ ବସି ଯାଜକ ହେବେ।
ସେହି ଦୁଇଜଣ ମଧ୍ୟରେ ଶାନ୍ତିର ନେତୃତ୍ୱ ହେବ।’
14ସେହି ମୁକୁଟଗୁଡ଼ିକ ସଦାପ୍ରଭୁଙ୍କର ମନ୍ଦିରରେ ସ୍ମାରକପତ୍ର ସ୍ୱରୂପ ହି‌‌ଲ୍‌‌ଦୟ, ଟୋବିୟ, ଯିଦାୟ ଏବଂ ସିଫନିୟରଙ୍କ ପୁତ୍ର ଯୋଶିୟଙ୍କ ସ୍ମରଣାର୍ଥେ ରହିବ।”
15ଯେଉଁମାନେ ଦୂରରେ ଅଛନ୍ତି ଆସିବେ ଏବଂ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବେ। ତା'ପରେ ତୁମ୍ଭେମାନେ ଜାଣିବ ଯେ ସଦାପ୍ରଭୁ ମୋତେ ତୁମ୍ଭମାନଙ୍କ ନିକଟକୁ ପ୍ରେରଣ କରିଛନ୍ତି। ଏହିସବୁ ଘଟିବ, ଯଦି ତୁମ୍ଭେ ମନୋଯୋଗ ସହକାରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଆଜ୍ଞା ପାଳନ କରିବ।

Currently Selected:

ଯିଖରିୟ 6: OERV

Highlight

Copy

Compare

Share

None

Want to have your highlights saved across all your devices? Sign up or sign in