ଯିଖରିୟ 7
7
ସଦାପ୍ରଭୁ ଦୟା ଓ କରୁଣା ଗ୍ଭହାନ୍ତି
1ରାଜା ଦାରିୟାବସଙ୍କ ରାଜତ୍ୱର ଚତୁର୍ଥ ବର୍ଷରେ ସଦାପ୍ରଭୁ ଏହି ବାର୍ତ୍ତା ଯିଖରିୟଙ୍କୁ ପଠାଇଲେ। ଏହା ତାଙ୍କ ରାଜତ୍ୱର ଚତୁର୍ଥ ବର୍ଷର କିଷ୍ଲେବ ନାମକ ନବମ ମାସର ଚତୁର୍ଥ ଦିବସ ଥିଲା। 2ବୈଥେଲସ୍ଥ ଲୋକମାନେ ଶରେତ୍ସର, ରେଗମ୍ମେଲକ ଓ ତାଙ୍କ ଲୋକଙ୍କୁ ସଦାପ୍ରଭୁଙ୍କର ଅନୁଗ୍ରହ ଦେଖିବା ପାଇଁ ପ୍ରେରଣ କଲେ। 3ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ମନ୍ଦିରର ଯାଜକମାନଙ୍କୁ ଓ ଭବିଷ୍ୟଦ୍ବକ୍ତାମାନଙ୍କୁ ପଗ୍ଭରିବାକୁ ସେମାନେ ପଠାଇଲେ, “ଆମ୍ଭେ କ’ଣ ପଞ୍ଚମ ମାସରେ ବିଳାପ ଓ ଉପବାସ ଗ୍ଭଲୁ ରଖିବା, ଯେପରିକି ଅନେକ ବର୍ଷ ଧରି କରି ଆସିଅଛୁ? ପଞ୍ଚମ ମାସରେ ଆମ୍ଭେମାନେ ବିଶେଷ ବିଳାପ ଓ ଉପବାସ ପାଳନ କରୁ। ଆମ୍ଭେ ଏହି ପାଳନ କରିବା କାର୍ଯ୍ୟ ଗ୍ଭଲୁ ରଖିବା ଉଚିତ୍ କି?”
4ସର୍ବଶକ୍ତିମାନ୍ ସଦାପ୍ରଭୁ ତାଙ୍କର ବାର୍ତ୍ତା ମୋତେ ପଠାଇଲେ, 5“ଦେଶର ଲୋକମାନଙ୍କୁ ଏବଂ ଯାଜକମାନଙ୍କୁ ଏହି କଥା କୁହ, ‘ତୁମ୍ଭେ ଯେତେବେଳେ ପଞ୍ଚମ ଓ ସପ୍ତମ ମାସରେ ଉପବାସ ଓ ବିଳାପ କଲ, ସେହି ସତୁରି ବର୍ଷରେ ସତରେ କ’ଣ ତୁମ୍ଭେ ଆମ୍ଭ ପାଇଁ ଉପବାସ କରିଥିଲ? 6ଏବଂ ତୁମ୍ଭେ ସମସ୍ତେ ଯେତେବେଳେ ଖାଅ ଓ ପିଅ, ତୁମ୍ଭେ କ’ଣ ନିଜ ପାଇଁ ଖାଅ ଓ ପିଅ ନାହିଁ? 7ଏହିଗୁଡ଼ିକ କ’ଣ ସେହି ବାକ୍ୟଗୁଡ଼ିକ ନୁହେଁ? ଯାହା ସଦାପ୍ରଭୁ ପୂର୍ବ ଭବିଷ୍ୟଦ୍ବକ୍ତାମାନଙ୍କ ମାଧ୍ୟମରେ କହିଥିଲେ? ସେ ଏ କଥା କହିଥିଲେ ଯେତେବେଳେ ଯିରୁଶାଲମ ବସତି ବହୁଳ ଓ ସମୃଦ୍ଧିଶାଳୀ ଥିଲା। ଏବଂ ତା'ର ଚତୁର୍ଦ୍ଦିଗର ନଗରଗୁଡ଼ିକ ନେଗେଭ ଏବଂ ସିଫେଲା ବସତି ବହୁଳ ଥିଲା।’”
8ଏହା ପରେ ସଦାପ୍ରଭୁ ତାଙ୍କ ବାର୍ତ୍ତା ଯିଖରିୟଙ୍କ ନିକଟକୁ ପଠାଇଲେ।
9“ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କଥା କହିଲେ,
‘ଯଥାର୍ଥ ନ୍ୟାୟ ଆଚରଣ କର, ନିଜ ନିଜ ଭ୍ରାତୃଗଣଙ୍କ ପ୍ରତି ଦୟା
ଓ କରୁଣା ପ୍ରକାଶ କର।
10ବିଧବା, ଅନାଥ, ବିଦେଶୀ
ଓ ଦରିଦ୍ରମାନଙ୍କୁ ପ୍ରତାରିତ କର ନାହିଁ।
ତୁମ୍ଭ ଭାଇ ବିରୁଦ୍ଧରେ ନିଜ ହୃଦୟରେ ଷଡ଼ଯନ୍ତ୍ର କର ନାହିଁ।’”
11କିନ୍ତୁ ସେହି ଲୋକମାନେ
ଆମ୍ଭ କଥା ଶୁଣିବାକୁ ମନା କଲେ।
ସେମାନେ ଜିଦ୍ଖୋର ହୋଇ ତାଙ୍କ ମୁହଁ ଫେରାଇଲେ
ଏବଂ ତାଙ୍କ କାନ ଘୋଡ଼ାଇ ପକାଇଲେ।
12ସେମାନେ ଜିଦ୍ଖୋର
ଏବଂ ସର୍ବଶକ୍ତିମାନ ସଦାପ୍ରଭୁ
ତାଙ୍କ ପୂର୍ବରୁ ଭବିଷ୍ୟଦ୍ବକ୍ତାଙ୍କ ମାଧ୍ୟମରେ ପଠାଇଥିବା ନିର୍ଦ୍ଦେଶ
ମାନିବାକୁ ମନା କଲେ।
ତେଣୁ ସର୍ବଶକ୍ତିମାନ ସଦାପ୍ରଭୁ
ବିଶେଷ କ୍ରୋଧାନ୍ୱିତ ହେଲେ।
13ଯେତେବେଳେ ସେମାନଙ୍କୁ ସେ ଡାକିଲେ,
“ସେମାନେ ଶୁଣିଲେ ନାହିଁ।
ସେଥିପାଇଁ ସେମାନେ ଯେତେବେଳେ ଆମ୍ଭକୁ ଡାକିବେ
ଆମ୍ଭେ ମଧ୍ୟ ଶୁଣିବା ନାହିଁ।
ସର୍ବଶକ୍ତିମାନ ସଦାପ୍ରଭୁ ଏହିକଥା କହନ୍ତି।
14ସେଥିପାଇଁ ସେମାନଙ୍କୁ ସମଗ୍ର ଦେଶମାନଙ୍କରେ ଛିନ୍ନଭିନ୍ନ କଲି,
ଯେଉଁଠାକୁ ସେମାନେ କେବେ ଯାଇ ନାହାନ୍ତି।
ସେହି ଦେଶ ବିନା କାର୍ଯ୍ୟକଳାପରେ
ଏକ ଉଚ୍ଛିନ୍ନ ଦେଶରେ ପରିଣତ ହେଲା।
ସେମାନେ ଏକ ଆକାଂକ୍ଷିତ ଦେଶକୁ ଏକ ଉଚ୍ଛିନ୍ନ ଦେଶରେ ପରିଣତ କଲେ।”
Currently Selected:
ଯିଖରିୟ 7: OERV
Highlight
Copy
Compare
Share
Want to have your highlights saved across all your devices? Sign up or sign in
Odia Holy Bible: Easy-to-Read Version (OERV)
@ 2004 Bible League International