YouVersion Logo
Search Icon

ଯିଖରିୟ 5

5
ଉଡ଼ନ୍ତା ନଳାକାର ପୁସ୍ତକ
1ମୁଁ ପୁଣି ଊର୍ଦ୍ଧ୍ୱକୁ ଦୃଷ୍ଟି କଲି ଓ ଏକ ଉଡ଼ନ୍ତା ନଳାକାର ପୁସ୍ତକ ଦେଖିଲି। 2ସେହି ସ୍ୱର୍ଗଦୂତ ମୋତେ ପ୍ରଶ୍ନ କଲେ, “ତୁମ୍ଭେ କ’ଣ ଦେଖୁଛ?”
ମୁଁ କହିଲି, “ମୁଁ ଏକ ଉଡ଼ନ୍ତା ନଳାକାର ପୁସ୍ତକ ଦେଖୁଛି। ସେହି ନଳାକାର ପୁସ୍ତକର ଦୈର୍ଘ୍ୟ କୋଡ଼ିଏ ହାତ ଓ ପ୍ରସ୍ଥ ଦଶ ହାତ।”
3ତା'ପରେ ସେହି ସ୍ୱର୍ଗଦୂତ କହିଲେ, “ଏହି ନଳାକାର ପୁସ୍ତକରେ ଅଭିଶାପ ଅଛି, ଯାହା ସାରା ପୃଥିବୀ ବିରୁଦ୍ଧରେ ଯାଉଛି। ଏହା ଗ୍ଭେର ଏବଂ ମିଥ୍ୟାଶପଥକାରୀ ଦୁଇଜଣଙ୍କୁ ଅଭିଶାପ ଦିଏ, ଯେଉଁମାନେ ଦଣ୍ତିତ ନ ହୋଇ ଖସି ଯାଇଛନ୍ତି। 4ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, ‘ମୁଁ ସେହି ନଳାକାର ପୁସ୍ତକକୁ ଗ୍ଭେରମାନଙ୍କର ଗୃହକୁ ପଠାଇବି ଏବଂ ସେହିମାନଙ୍କ ଘରକୁ, ଯେଉଁମାନେ ମୋର ନାମ ବ୍ୟବହାର କରି ମିଥ୍ୟା ଶପଥ ନେଇଛନ୍ତି। ସେହି ନଳାକାର ପୁସ୍ତକ ପ୍ରତ୍ୟେକ ଗୃହରେ ରହିବ ଏବଂ ଧ୍ୱଂସକାରୀ, କଡ଼ିକାଠ ତଳେ ଓ ପ୍ରସ୍ତର ତଳେ ରହିବ। ଏପରିକି ପ୍ରସ୍ତର ତଥା କାଷ୍ଠର ସ୍ତମ୍ଭଗୁଡ଼ିକ ମଧ୍ୟ ବିନଷ୍ଟ ହେବ।’”
ସ୍ତ୍ରୀ ଓ ଐଫା ପାତ୍ର
5ମୋ’ ସହିତ ଆଳାପ କରୁଥିବା ସ୍ୱର୍ଗଦୂତ ବାହାରକୁ ଆସିଲେ। ମୋତେ କହିଲେ, “ଦେଖ, କ’ଣ ଆସୁଥିବାର ଦେଖୁଛ?”
6ମୁଁ ଉତ୍ତର କଲି, “ଏହା କ’ଣ?” ସେ କହିଲେ, “ତାହା ଏକ ମାପ କରିବା ଟୋକେଇ” ଏବଂ “ତାହା ଦେଶର ଲୋକମାନଙ୍କର ପାପକୁ ମାପିପାରିବ।”
7ଗୋଟିଏ ସୀମାର ନିର୍ମିତ ଘୋଡ଼ଣୀ ଟୋକେଇରୁ କଢ଼ାଗଲା। ସେହି ମାପିବାର ଟୋକେଇ ମଧ୍ୟରେ ଗୋଟିଏ ସ୍ତ୍ରୀଲୋକ ଥିଲା। 8ସ୍ୱର୍ଗଦୂତ କହିଲେ, “ଏହି ନାରୀ ଦୁଷ୍ଟପଣିଆର ପ୍ରତିନିଧି ସ୍ୱରୂପ।” ତା'ପରେ ସେ ସ୍ୱର୍ଗଦୂତ ସେହି ନାରୀକୁ ମାପ ଟୋକେଇ ଭିତରକୁ ଠେଲିଦେଇ ତାହାର ସୀମା ଘୋଡ଼ଣୀ ବନ୍ଦ କରିଦେଲେ। 9ତା'ପରେ ମୁଁ ଊର୍ଦ୍ଧ୍ୱକୁ ଦୃଷ୍ଟି କଲି ଏବଂ ସାରସ ପକ୍ଷୀ ପରି ପକ୍ଷୀଥିବା ଦୁଇଟି ନାରୀ ଦେଖିଲି। ସେମାନେ ଉଡ଼ି ଆସିଲେ ଏବଂ ସେମାନଙ୍କ ପକ୍ଷରେ ପବନ ଥିଲା। ସେମାନେ ସେ ମାପିବାର ଟୋକେଇକୁ ଉଠାଇଲେ ପୃଥିବୀ ଓ ସ୍ୱର୍ଗ ମଧ୍ୟରେ ବୋହି ନେଲେ। 10ତା'ପରେ ମୁଁ ମୋ’ ସହିତ ଆଳାପ କରୁଥିବା ସ୍ୱର୍ଗଦୂତକୁ ପଗ୍ଭରିଲି, “ସେମାନେ ସେହି ମାପିବାର ଟୋକେଇଟିକୁ କେଉଁଠାକୁ ନେଉଛନ୍ତି।”
11ସ୍ୱର୍ଗଦୂତ ମୋତେ ଉତ୍ତର କଲେ, “ସେମାନେ ଶିନିଅର ଦେଶରେ ଗୋଟିଏ ଗୃହ ନିର୍ମାଣ କରିବାକୁ ଯାଉଛନ୍ତି। ଗୃହ ପ୍ରସ୍ତୁତ ହେଲା ପରେ ଏହା ଯଥା ସ୍ଥାନରେ ସ୍ଥାପିତ ହେବ।”

Currently Selected:

ଯିଖରିୟ 5: OERV

Highlight

Copy

Compare

Share

None

Want to have your highlights saved across all your devices? Sign up or sign in