YouVersion Logo
Search Icon

ଯିଖରିୟ 4

4
ଦ୍ୱୀପରୁଖା ଓ ଦୁଇ ଅଲିଭ ବୃକ୍ଷ
1ତା'ପରେ ମୋ’ ସହିତ ଆଳାପ କରୁଥିବା ସେହି ସ୍ୱର୍ଗଦୂତ ମୋ’ ନିକଟକୁ ଫେରି ଆସିଲେ ଓ ମୋତେ ଜାଗ୍ରତ କରାଇଲେ। ମୁଁ ନିଦ୍ରାରୁ ଉଠିଲା ଲୋକ ପରି ଉଠିଲି। 2ତାହାପରେ ସେହି ସ୍ୱର୍ଗଦୂତ ମୋତେ ପଗ୍ଭରିଲେ, “ତୁମ୍ଭେ କ’ଣ ଦେଖୁଛ?”
ମୁଁ କହିଲି, “ମୁଁ ସମ୍ପୂର୍ଣ୍ଣ ସୁବର୍ଣ୍ଣର ଦୀପାଧାର ଦେଖୁଛି। ତାହାର ଉପରେ ଗୋଟିଏ ମାଠିଆ ଅଛି ଏବଂ ତା’ ଉପରେ ସାତୋଟି ପ୍ରଦୀପ ଅଛି, ଆଉ ମଧ୍ୟ ସେଠାରେ ଗୋଟିଏ ପାତ୍ର ଅଛି। ପ୍ରତ୍ୟେକ ପ୍ରଦୀପର ମୂଖନଳ ଅଛି ଓ ସେହି ନଳ ଦେଇ ପ୍ରଦୀପକୁ ତୈଳ ଆସୁଛି। 3ସେହି ପାତ୍ରର ଦକ୍ଷିଣ ଓ ବାମ ପାର୍ଶ୍ୱରେ ଗୋଟିଏ ଗୋଟିଏ ଅଲିଭ ବୃକ୍ଷ ଅଛି।” 4ମୋ’ ସହିତ ଆଳାପ କରୁଥିବା ସ୍ୱର୍ଗଦୂତଙ୍କୁ ମୁଁ ପଗ୍ଭରିଲି, “ମୋର ମହାଶୟ, ଏଗୁଡ଼ିକ ସବୁ କ’ଣ?”
5ମୋ’ ସହିତ ଆଳାପ କରୁଥିବା ସ୍ୱର୍ଗଦୂତ ଉତ୍ତର କଲେ, “ତୁମ୍ଭେ କ’ଣ ଜାଣ ନାହିଁ ଏଗୁଡ଼ିକ ସବୁ କ’ଣ?”
ମୁଁ କହିଲି “ନାଁ, ମୋର ମହାଶୟ।”
6ସେ କହିଲେ, “ଏହା ଯିରୁବ୍ବାବିଲଙ୍କ ପ୍ରତି ସଦାପ୍ରଭୁଙ୍କ ବାର୍ତ୍ତା, ‘ଏହା ପରାକ୍ରମ କି ବଳଦ୍ୱାରା ନୁହେଁ, ଆମ୍ଭର ଆତ୍ମାରୁ ଆସିବ।’ ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କୁହନ୍ତି। 7ହେ ମହାନ ପର୍ବତ! ତୁମ୍ଭେ କ’ଣ? ଯିରୁବ୍ବାବିଲ ସମ୍ମୁଖରେ ତୁମ୍ଭେ ଗୋଟିଏ ସମତଳଭୂମି ପରି। ‘ପରମେଶ୍ୱରଙ୍କର ଏହା ଉପରେ କୃପା ହେଉ! ଧ୍ୱନି ମଧ୍ୟରେ ସେ କୋଣର ପ୍ରସ୍ତର ଆଣିବ।’”
8ସଦାପ୍ରଭୁ ଏହି ବାର୍ତ୍ତା ମୋତେ ପଠାଇଲେ। 9“ଯିରୁବ୍ବାବିଲ ଆମ୍ଭ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିଛି ଓ ସେ ମନ୍ଦିର ନିର୍ମାଣର କାର୍ଯ୍ୟ ଶେଷ କରିବ। ତା'ପରେ ତୁମ୍ଭେମାନେ ଜାଣିବ ସର୍ବଶକ୍ତିମାନ୍ ସଦାପ୍ରଭୁ ମୋତେ ତୁମ୍ଭମାନଙ୍କ ନିକଟକୁ ପଠାଇଛନ୍ତି। 10ଯେଉଁମାନେ କି ଛୋଟ ଜିନିଷଗୁଡ଼ିକୁ ଘୃଣା କରନ୍ତି, ସେମାନେ ଆନନ୍ଦ କରିବେ, ଯେତେବେଳେ ସେମାନେ ଯିରୁବ୍ବାବିଲଙ୍କ ହାତରେ ଓଳମ ଦେଖିବେ। ବର୍ତ୍ତମାନ ଏହି ସାତୋଟି ପାର୍ଶ୍ୱ ସଦାପ୍ରଭୁଙ୍କର ଚକ୍ଷୁ, ଯାହା ସମଗ୍ର ପୃଥିବୀକୁ ଦେଖେ।”
11ତା'ପରେ ମୁଁ ତାଙ୍କୁ କହିଲି, “ଦ୍ୱୀପରୁଖା ବାମ ଓ ଡାହାଣ ପଟେ ଦୁଇ ଦୁଇଟି ଅଲିଭ୍ ବୃକ୍ଷର ଅର୍ଥ କ’ଣ?” 12ମୁଁ ମଧ୍ୟ ତାଙ୍କୁ ପଗ୍ଭରିଲି, “ମୁଁ ଏହି ଯେଉଁ ଦୁଇ ଅଲିଭ୍ ଶାଖାଗୁଡ଼ିକରୁ ଅଲିଭ୍ ତୈଳ ସୁବର୍ଣ୍ଣ ନଳ ଦୁଇଟିକୁ ଢାଳୁଥିବାର ଦେଖୁଛି, ଏହାର ଅର୍ଥ କ’ଣ?”
13ତା'ପରେ ସେହି ସ୍ୱର୍ଗଦୂତ ଉତ୍ତର କଲେ, “ତୁମ୍ଭେ ଏଗୁଡ଼ିକର ଅର୍ଥ କ’ଣ ଜାଣ ନାହିଁ?”
ମୁଁ ଉତ୍ତର ଦେଲି, “ନା, ମୋର ମହାଶୟ!”
14ତେଣୁ ସେ ଉତ୍ତର ଦେଲେ, “ଏହି ଅଭିଷିକ୍ତ ଦୁଇଜଣ ଯିଏ ଠିଆ ହୁଅନ୍ତି ସମଗ୍ର ପୃଥିବୀ ପାଇଁ ସଦାପ୍ରଭୁଙ୍କର ପ୍ରତିନିଧି ଅଟନ୍ତି।”

Currently Selected:

ଯିଖରିୟ 4: OERV

Highlight

Copy

Compare

Share

None

Want to have your highlights saved across all your devices? Sign up or sign in