YouVersion Logo
Search Icon

ଯୋୟେଲ 3

3
ଯିହୁଦାର ଶତ୍ରୁମାନେ ଦଣ୍ତିତ ହେବେ
1“ହଁ ଦେଖ, ସେହି ସମୟରେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ଆମ୍ଭେ ବନ୍ଦୀ ଅବସ୍ଥାରୁ ଉଦ୍ଧାର କରିବା। 2ଆମ୍ଭେ ମଧ୍ୟ ସମସ୍ତ ରାଜ୍ୟକୁ ଏକତ୍ରିତ କରିବା। ସେହି ସମୟରେ, ଆମ୍ଭେ ସବୁ ରାଜ୍ୟକୁ ଯିହୋଶାଫଟ୍ ଉପତ୍ୟକାକୁ ଓହ୍ଲାଇ ଆଣିବା। ସେଠାରେ ଆମ୍ଭେ ସେମାନଙ୍କର ବିଗ୍ଭର କରିବା। ସେହି ଗୋଷ୍ଠୀଗୁଡ଼ିକ ଆମ୍ଭ ଇସ୍ରାଏଲର ଲୋକମାନଙ୍କୁ ଛିନ୍ନଭିନ୍ନ କରିଛନ୍ତି। ସେମାନେ ଆମ୍ଭର ଲୋକମାନଙ୍କୁ ଅନ୍ୟ ସ୍ଥାନକୁ ଜୋର୍ କରି ନିର୍ବାସିତ କରି ଦେଇଛନ୍ତି। ସେମାନେ ଆମ୍ଭର ଭୂମି ସେମାନଙ୍କ ମଧ୍ୟରେ ଭାଗ କରିଛନ୍ତି। ତେଣୁ ଆମ୍ଭେ ସେମାନଙ୍କୁ ଦଣ୍ତ ଦେବା। 3ସେମାନେ ଆମ୍ଭ ଲୋକମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଗୁଲିବାଣ୍ଟ କରିଛନ୍ତି। ଗୋଟିଏ ବେଶ୍ୟା ପାଇଁ ସେମାନେ ଗୋଟିଏ ବାଳକ ବିକ୍ରୀ କରିଛନ୍ତି ଓ ସେମାନେ ଦ୍ରାକ୍ଷାରସ ପାନ କରିବା ପାଇଁ ଗୋଟିଏ ବାଳିକା ବିକ୍ରୀ କରିଛନ୍ତି।
4“ଏପରିକି, ହେ ସୋର, ସୀଦୋନ ଓ ପଲେଷ୍ଟୀୟର ସକଳ ଅଞ୍ଚଳ, ତୁମ୍ଭେମାନେ ଆମ୍ଭ ପ୍ରତି କିଛି ନୁହଁ। ଆମ୍ଭେ କିଛି କଲେ ତୁମ୍ଭେମାନେ ଆମ୍ଭଙ୍କୁ ଦଣ୍ତ ଦେଇ ପାରିବ କି? କିନ୍ତୁ ଆମ୍ଭେ ଖୁବ୍ ଶୀଘ୍ର ତୁମ୍ଭମାନଙ୍କୁ ଦଣ୍ତ ଦେବା। 5ତୁମ୍ଭେମାନେ ଆମ୍ଭର ସମସ୍ତ ରୂପା ଓ ସୁନା ଅପହରଣ କରିଅଛ। ଆମ୍ଭର ମୂଲ୍ୟବାନ ଭଣ୍ତାରକୁ ଖାଲି କରି ତୁମ୍ଭ ମନ୍ଦିରରେ ରଖିଅଛ।
6“ତୁମ୍ଭେମାନେ ଯିହୁଦା ଓ ଯିରୁଶାଲମର ସନ୍ତାନଗଣଙ୍କୁ ଗ୍ରୀ‌‌ସ୍‌‌ରେ ବିକ୍ରୀ କରିଛ ଏବଂ ସେମାନଙ୍କୁ ସେମାନଙ୍କର ସୀମାରୁ ବହୁଦୂରକୁ ନେଇଯାଇଛ। 7ତୁମ୍ଭେମାନେ ଆମ୍ଭର ସନ୍ତାନମାନଙ୍କୁ ବହୁଦୂରକୁ ପଠାଇ ଦେଇଛ। କିନ୍ତୁ ଆମ୍ଭେ ସେମାନଙ୍କୁ ଫେରାଇ ଆଣିବା। ଆଉ ମଧ୍ୟ ତୁମ୍ଭର ଏହି କର୍ମ ଲାଗି ତୁମ୍ଭମାନଙ୍କୁ ଦଣ୍ତ ଦେବା। 8ତୁମ୍ଭମାନଙ୍କର ପୁତ୍ରକନ୍ୟାମାନଙ୍କୁ ଯିହୁଦାର ଲୋକମାନଙ୍କୁ ବିକ୍ରୀ କରିବା। ତେଣୁ ସେମାନେ ସେହି ସନ୍ତାନମାନଙ୍କୁ ଦୂର ଦେଶୀୟ ଶୀବାୟୀୟ ଲୋକମାନଙ୍କୁ ବିକ୍ରୀ କରିବେ,” କାରଣ ସଦାପ୍ରଭୁ ଏହା କହିଛନ୍ତି।
ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ
9ତୁମ୍ଭମାନଙ୍କ ରାଜ୍ୟ ମଧ୍ୟରେ ଏହା ଘୋଷଣା କର।
ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ।
ସମସ୍ତ ଯୋଦ୍ଧାମାନେ ଜାଗ୍ରତ ହୁଅ।
ଯୁଦ୍ଧର ସମସ୍ତ ଲୋକମାନଙ୍କୁ ଜାଗ୍ରତ ହେବାକୁ ଡାକ
ଏବଂ ଯୁଦ୍ଧ ଭୂମିରେ ସମ୍ମୁଖୀନ ହୁଅ।
10ତୁମ୍ଭର ଲଙ୍ଗଳର ଲୁହାକୁ ଭାଙ୍ଗି ‌‌ଖ‌ଡ଼୍‌ଗ ତିଆରି କର।
ନିଜ ନିଜର ଦାଆକୁ ଭାଙ୍ଗି ବର୍ଚ୍ଛା ତିଆରି କର।
ଦୁର୍ବଳ ଲୋକ କହୁ,
“ମୁଁ ବଳବାନ”
11ହେ ସବୁ ରାଜ୍ୟ! ଚଞ୍ଚଳ ହୁଅ।
ଗୋଟିଏ ସ୍ଥାନରେ ଏକତ୍ରିତ ହୁଅ।
ହେ! ପରମେଶ୍ୱର! ଆପଣଙ୍କର ଶକ୍ତିଶାଳୀ ବୀରମାନଙ୍କୁ ନେଇ ଆସନ୍ତୁ।
12ହେ, ରାଜ୍ୟବାସୀ! ଜାଗ୍ରତ ହୁଅ,
ଯିହୋଶାଫଟର ଉପତ୍ୟକାକୁ ଆସ
କାରଣ ସେହି ସ୍ଥାନରେ ଆମ୍ଭେ ଇସ୍ରାଏଲର ଚତୁର୍ପାର୍ଶ୍ୱରେ ଥିବା
ରାଜ୍ୟମାନଙ୍କର ବିଗ୍ଭର କରିବା ପାଇଁ ଫେରି ଆସିବା।
13ଦାଆ ଆଣ,
କାରଣ ଶସ୍ୟ ପାଚିଅଛି।
ଆସ, ଅଙ୍ଗୁର ଲତା ଉପରେ ଗ୍ଭଲ।
କାରଣ ଦ୍ରାକ୍ଷାରସ ପରିପୂର୍ଣ୍ଣ ହୋଇଅଛି।
କୁଣ୍ତଗୁଡ଼ିକ ଉଚ୍ଛୁଳି ପଡ଼ୁଛି,
କାରଣ ସେମାନଙ୍କର ମନ୍ଦ କର୍ମ ବହୁତ ଅଧିକ।
14ଦଣ୍ତ ବିଗ୍ଭର ଉପତ୍ୟକାରେ ଲୋକାରଣ୍ୟ।
ସଦାପ୍ରଭୁଙ୍କର ବିଶେଷ ବିଗ୍ଭରଦିନ ନିକଟବର୍ତ୍ତୀ।
15ସୂର୍ଯ୍ୟ ଚନ୍ଦ୍ର ଅନ୍ଧକାରମୟ ହେବ
ଏବଂ ତାରକାଗଣ କିରଣ ଦେବା ବନ୍ଦ କରି ଦେବେ।
16ପୁଣି ସଦାପ୍ରଭୁ ପରମେଶ୍ୱର ସିୟୋନରୁ ଚିତ୍କାର କରିବେ,
ସେ ଯିରୁଶାଲମରୁ ମଧ୍ୟ ଚିତ୍କାର କରିବେ।
ସେହି ଚିତ୍କାରରେ ଆକାଶ ଓ ପୃଥିବୀ ଥରି ଉଠିବ।
ମାତ୍ର ସଦାପ୍ରଭୁ ପରମେଶ୍ୱର ତାଙ୍କ ସନ୍ତାନଗଣଙ୍କ ପାଇଁ
ନିରାପଦ ସ୍ଥାନ ହେବ।
ସେ ମଧ୍ୟ ଇସ୍ରାଏଲର ଲୋକମାନଙ୍କ ପାଇଁ
ନିରାପଦ ସ୍ଥାନ ହେବେ।
17“ତା'ପରେ ତୁମ୍ଭେମାନେ ଜାଣିବ ଯେ,
ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର।
ଆମ୍ଭେ ପବିତ୍ର ପର୍ବତ ସିୟୋନରେ ବାସ କରିବା।
ଯିରୁଶାଲମ ଗୋଟିଏ ପବିତ୍ର ସ୍ଥାନରେ ପରିଣତ ହେବ।
ବିଦେଶୀୟମାନେ ଆଉ ଏହି ନଗରରେ
ପ୍ରବେଶ କରି ପାରିବେ ନାହିଁ।
ଯିହୁଦା ପାଇଁ ଗୋଟିଏ ନୂତନ ଜୀବନର ପ୍ରତିଜ୍ଞା
18“ସେହି ଦିନ ପର୍ବତଗୁଡ଼ିକ ମଧୁର ଦ୍ରାକ୍ଷାରସ କ୍ଷରଣ କରିବେ।
ପାହାଡ଼ଗୁଡ଼ିକରୁ ଦୁ‌ଗ୍‌ଧ ପ୍ରବାହିତ ହେବ।
ଯିହୁଦାର ସମସ୍ତ ଶୁଷ୍କ ନଦୀଗୁଡ଼ିକ ଜଳପୂର୍ଣ୍ଣ ହେବେ।
ସଦାପ୍ରଭୁଙ୍କ ମନ୍ଦିରରୁ ଏକ ଝରଣା ନିର୍ଗତ ହେବ।
ତାହା ଶିଟୀମର ଉପତ୍ୟକାକୁ ଜଳମୟ କରିବ।
19ମିଶର ଗୋଟିଏ ନିର୍ଜନ ସ୍ଥାନ ହେବ ଏବଂ ଶୂନ୍ୟ ମରୁଭୂମି ହେବ।
କାରଣ ସେମାନେ ଯିହୁଦାର ଲୋକମାନଙ୍କ ପ୍ରତି ନିଷ୍ଠୁର ହୋଇଥିଲେ।
ସେମାନେ ସେହି ଦେଶର ନିରୀହ ଲୋକମାନଙ୍କୁ
ହତ୍ୟା କରିଥିଲେ।
20କିନ୍ତୁ ଯିହୁଦା ଓ ଯିରୁଶାଲମରେ
ଲୋକମାନେ ପୁରୁଷାନୁକ୍ରମେ ଚିରକାଳ ବାସ କରିବେ।
21କିନ୍ତୁ ଯେଉଁ ଲୋକମାନେ ଆମ୍ଭ ସନ୍ତାନଗଣଙ୍କୁ ହତ୍ୟା କରିଛନ୍ତି
ଆମ୍ଭେ ପ୍ରକୃତରେ ସେମାନଙ୍କୁ ଶାସ୍ତି ଦେବା।”
କାରଣ ସଦାପ୍ରଭୁ ପରମେଶ୍ୱର ସିୟୋନରେ ବାସ କରନ୍ତି।

Currently Selected:

ଯୋୟେଲ 3: OERV

Highlight

Copy

Compare

Share

None

Want to have your highlights saved across all your devices? Sign up or sign in