YouVersion Logo
Search Icon

ଯୋୟେଲ 2

2
ସଦାପ୍ରଭୁଙ୍କ ଆଗମନ ଦିବସ
1ତୁମ୍ଭେମାନେ ସିୟୋନରେ ତୂରୀ ବଜାଅ।
ଆମ୍ଭର ପବିତ୍ର ପର୍ବତ ଉପରେ ଗୋଟିଏ ବିପଦ ସଙ୍କେତ କରି ପାଟି କର।
ସମଗ୍ର ଦେଶବାସୀ ଭୟରେ କମ୍ପିତ ହେବ।
ସଦାପ୍ରଭୁଙ୍କର ବିଶେଷ ଦିନ ଆସୁଛି।
ସେହି ବିଶେଷ ଦିନଟି ଅତି ସନ୍ନିକଟ।
2ତାହା ଏକ ଅନ୍ଧକାର ଓ ତମସାଚ୍ଛନ୍ନ ଦିନ,
ତାହା ନିବିଡ଼ ଅନ୍ଧକାର ଓ ମେଘାଛନ୍ନ ଦିନ ହେବ।
ସୂର୍ଯ୍ୟୋଦୟରେ ପର୍ବତ ଉପରେ ସୈନ୍ୟମାନେ ଘେରି ଯାଇଥିବାର ତୁମ୍ଭେ ଦେଖିବ।
ସେମାନେ ମହାନ ଶକ୍ତିଶାଳୀ ସୈନ୍ୟବାହିନୀ ହେବେ।
ପୂର୍ବରୁ ଏପରି କେବେ ହୋଇ ନାହିଁ,
ଆଉ ମଧ୍ୟ ଏହା ପୁନର୍ବାର କେବେ ହେବ ନାହିଁ।
3ଜ୍ୱଳନ୍ତ ଅଗ୍ନି ସଦୃଶ ସେହି ସୈନ୍ୟବାହିନୀ ଦେଶକୁ ଧ୍ୱଂସ କରି ଦେବେ।
ସେମାନଙ୍କ ସମ୍ମୁଖରେ ଦେଶ ଏଦନର ବଗିଗ୍ଭ ସଦୃଶ ହେବ।
ପଶ୍ଚାତ୍ ଭାଗରେ ଦେଶଟି ଏକ ଶୂନ୍ୟ ମରୁଭୂମି ସଦୃଶ ହେବ।
ସେମାନଙ୍କଠାରୁ କିଛି ରକ୍ଷା ପାଇବ ନାହିଁ।
4ସେମାନେ ଅଶ୍ୱ ସଦୃଶ ଦେଖାଯାଆନ୍ତି।
ଯୁଦ୍ଧ ଅଶ୍ୱ ପରି ସେମାନେ ଦୌଡ଼ିବେ।
5ସେମାନଙ୍କ ଶବ୍ଦ
ପର୍ବତ ଉପରେ ନାଚୁଥିବା ରଥ ପରି,
ନଡ଼ାକୁ ଅଗ୍ନି ଜାଳିଲା ପରି,
ଯୁଦ୍ଧ ପାଇଁ ପ୍ରସ୍ତୁତ
ବଳବାନ୍ ଲୋକ ପରି ହେବ।
6ଲୋକମାନେ ସେହି ସୈନ୍ୟ ସମ୍ମୁଖରେ ଭୟରେ ଥରିବେ।
ସେମାନଙ୍କର ମୁଖମଣ୍ତଳ ଭୟରେ ମଳିନ ହୋଇଯିବ।
7ସେମାନେ ସୈନ୍ୟ ତୁଲ୍ୟ ଦ୍ରୁତଗତିରେ ଦୌଡ଼ନ୍ତି।
ସେମାନେ କାନ୍ଥ ଉପରେ ଚଢ଼ନ୍ତି।
ପ୍ରତ୍ୟେକ ସୈନ୍ୟ ସଦୃଶ ସିଧା ସମ୍ମୁଖରେ ଅଗ୍ରସର ହୁଅନ୍ତି।
ସେମାନେ ନିଜ ପଥରୁ ବିଚ୍ୟୁତ ହୁଅନ୍ତି ନାହିଁ।
8ସେମାନେ ପରସ୍ପରକୁ ଠେଲନ୍ତି ନାହିଁ।
ପ୍ରତ୍ୟେକ ନିଜ ପଥରେ ଅଗ୍ରସର ହୁଅନ୍ତି।
ଯଦି ଜଣେ ଅନ୍ୟ ଜଣଙ୍କୁ ଆଘାତ କରେ ଓ ସେ ଖସିପଡ଼େ,
ତେବେ ଅନ୍ୟ ଜଣକ ସେହି ପଥରେ ଅଗ୍ରସର ହୁଏ।
9ସେମାନେ ନଗର ଆଡ଼କୁ ଦୌଡ଼ନ୍ତି।
ସେମାନେ ଦ୍ରୁତଗତିରେ କାନ୍ଥଗୁଡ଼ିକ ଆରୋହଣ କରନ୍ତି।
ଘରଗୁଡ଼ିକରେ ଆରୋହଣ କରନ୍ତି।
ଗ୍ଭେର ପରି ଝରକାବାଟେ ପ୍ରବେଶ କରନ୍ତି।
10ସେମାନଙ୍କ ସମ୍ମୁଖରେ ପୃଥିବୀ ଓ ଆକାଶ ଥରିଉଠେ।
ସୂର୍ଯ୍ୟ ଚନ୍ଦ୍ର ଅନ୍ଧକାରମୟ ହୁଏ।
ତାରକାଗଣ ନିଜର ତେଜ ହରାନ୍ତି।
11ସଦାପ୍ରଭୁ ଉଚ୍ଚ ସ୍ୱରରେ ତାଙ୍କର ସୈନ୍ୟବାହିନୀକୁ ଆହ୍ୱାନ କରନ୍ତି।
ତାଙ୍କର ଶିବୀର ଅତି ବିରାଟ।
ସେହି ସୈନ୍ୟଗଣ ତାଙ୍କର ଆଦେଶକୁ ପାଳନ କରନ୍ତି।
ସେମାନେ ଅତି ଶକ୍ତିଶାଳୀ।
ସଦାପ୍ରଭୁଙ୍କର ସେହି ଦିନଟି ଅତି ମହାନ ଓ ଭୟଙ୍କର।
କେହି ତାକୁ ଅଟକାଇ ପାରିବେ ନାହିଁ।
ସଦାପ୍ରଭୁ ଲୋକମାନଙ୍କୁ ପରିବର୍ତ୍ତନ ହେବାକୁ କୁହନ୍ତି
12ଏହା ସଦାପ୍ରଭୁଙ୍କର ବାର୍ତ୍ତା:
“ବର୍ତ୍ତମାନ ତୁମ୍ଭେମାନେ ସର୍ବାନ୍ତକରଣରେ ଆମ୍ଭ ନିକଟକୁ ଫେରି ଆସ।
ମନ୍ଦ କର୍ମ କରିଥିଲ ବୋଲି ବିଳାପ କର।
ସେଥିପାଇଁ ଉପବାସ କରି ପ୍ରାର୍ଥନା କର।
13ନିଜର ବସ୍ତ୍ରକୁ ନ ଫୋପାଡ଼ି ହୃଦୟକୁ ଚିର।”
ତୁମ୍ଭର ପ୍ରିୟ ସଦାପ୍ରଭୁ ପରମେଶ୍ୱରଙ୍କ ନିକଟକୁ ଫେରି ଆସ।
ସେ ଅତି ଦୟାଳୁ ଓ କରୁଣାମୟ।
ସେ ହଠାତ୍ ରାଗନ୍ତି ନାହିଁ।
ତାଙ୍କର ଅନନ୍ତ ପ୍ରେମ ଅଛି।
ସେ ହୁଏତ ତାଙ୍କର ମନକୁ ବଦଳାଇ ପାରନ୍ତି।
ଯେଉଁ କଠୋର ଦଣ୍ତ ଦେବାକୁ ଯୋଜନା କରିଥିଲେ
ହୁଏତ ତାହା ଦେଇ ନ ପାରନ୍ତି।
14କିଏ ଜାଣେ ସଦାପ୍ରଭୁ ତାଙ୍କର ହୃଦୟ ପରିବର୍ତ୍ତନ କରିବେ,
ଏବଂ ତୁମ୍ଭମାନଙ୍କ ପାଇଁ ଆଶୀର୍ବାଦ ରଖିଯିବେ।
ତା'ପରେ ତୁମ୍ଭେମାନେ ତୁମ୍ଭ ପ୍ରିୟ ସଦାପ୍ରଭୁ ପରମେଶ୍ୱରଙ୍କୁ ଭକ୍ଷ୍ୟ ନୈବେଦ୍ୟ
ଓ ପେୟନୈବେଦ୍ୟ ଦେଇ ପାରିବ।
ସଦାପ୍ରଭୁଙ୍କୁ ପ୍ରାର୍ଥନା କର
15ସିୟୋନରେ ତୂରୀ ବଜାଅ।
ମହାସଭା ପାଇଁ ଆହ୍ୱାନ କର।
ପ୍ରଭୁଙ୍କ ପାଇଁ ଉପବାସ କରିବାକୁ ଆହ୍ୱାନ କର।
16ସବୁ ଲୋକଙ୍କୁ ଏକତ୍ରିତ କର।
ସ୍ୱତନ୍ତ୍ର ସଭାର ଆୟୋଜନ କର।
ବୃଦ୍ଧ, ପିଲା, ଶିଶୁ
ଓ ଦୁ‌ଗ୍‌ଧପୋଷ୍ୟ ଶିଶୁମାନଙ୍କୁ ଏକତ୍ରିତ କର।
ନବ ବିବାହିତ ବର କନ୍ୟା
ନିଜ ଶୟନକକ୍ଷରୁ ବାହାରକୁ ଆସନ୍ତୁ।
17ସଦାପ୍ରଭୁଙ୍କର ସେବକଗଣ, ଯାଜକମାନେ
ମଣ୍ତପ ଓ ଯଜ୍ଞବେଦିରେ ନିଶ୍ଚିତ କାନ୍ଦିବେ
ଓ ଆକୁଳରେ ସଦାପ୍ରଭୁଙ୍କୁ ନିବେଦନ କରିବେ, “ହେ ସଦାପ୍ରଭୁ, ଆପଣଙ୍କର ଲୋକମାନଙ୍କୁ ଦୟାକର,
ଏବଂ ଆପଣଙ୍କର ଲୋକମାନଙ୍କୁ ଲଜ୍ଜିତ କରାଅ ନାହିଁ।
ଅନ୍ୟମାନଙ୍କ ଦ୍ୱାରା ନିଜର ଲୋକଙ୍କୁ ପରିହାସ କରିବାକୁ ଦିଅ ନାହିଁ
ଏବଂ ଅନ୍ୟ ଦେଶର ଲୋକମାନଙ୍କ ଦ୍ୱାରା ଆପଣାର ଲୋକଙ୍କୁ ଶାସନ କରିବାକୁ ଦିଅ ନାହିଁ
ଏବଂ ସେମାନଙ୍କୁ କହିବାକୁ ସୁଯୋଗ ଦିଅ ନାହିଁ ଯେ,
‘ତୁମ୍ଭର ସଦାପ୍ରଭୁ କାହାନ୍ତି?’”
ସଦାପ୍ରଭୁ ଆପଣାର ଦେଶକୁ ପୁନରୁଦ୍ଧାର କରିବେ
18ତା'ପରେ ସଦାପ୍ରଭୁ ନିଜ ଭୂମି ପାଇଁ ଈର୍ଷାପରାୟଣ ହେଲେ।
ସେ ତାଙ୍କର ଲୋକମାନଙ୍କ ଉପରେ ଦୟା ଦେଖାଇଲେ।
19ସଦାପ୍ରଭୁ ତାଙ୍କ ନିଜ ଲୋକଙ୍କୁ କହିଲେ,
“ଆମ୍ଭେ ତୁମ୍ଭମାନଙ୍କୁ ଶସ୍ୟ, ଦ୍ରାକ୍ଷାରସ ଓ ତୈଳ ପ୍ରଚୁର ପରିମାଣରେ ଦେବା
ଓ ତୁମ୍ଭେମାନେ ସେଥିରେ ତୃପ୍ତ ହେବ।
ଆଉ ଏଣିକି ତୁମ୍ଭମାନଙ୍କୁ ଅନ୍ୟ ଦେଶର ଲୋକମାନଙ୍କ ଦ୍ୱାରା ନିନ୍ଦିତ କରିବା ନାହିଁ।
20ଆମ୍ଭେ ସେହି ଲୋକମାନଙ୍କୁ ତୁମ୍ଭର ରାଜ୍ୟ ଛାଡ଼ି ଯିବାକୁ ଉତ୍ତର ଦିଗକୁ ବିତାଡ଼ିତ କରିବା।
ସେମାନଙ୍କୁ ଏକ ଶୁଷ୍କ, ଶୂନ୍ୟ ସ୍ଥାନକୁ ତଡ଼ିଦେବା।
ସେମାନଙ୍କ ମଧ୍ୟରୁ କେତେକ ପୂର୍ବ ସମୁଦ୍ର ଆଡ଼େ ଯିବେ
ଓ ଆଉ କେତେକ ପଶ୍ଚିମ ସମୁଦ୍ର ଆଡ଼େ ଯିବେ।
ସେମାନେ ଏପରି ଭୟଙ୍କର କାର୍ଯ୍ୟ କରିଛନ୍ତି,
ସେମାନେ ମୃତ ପ୍ରାୟ ହେବେ,
ପଚିଯିବେ ଓ ସେଠାରୁ ଦୁର୍ଗନ୍ଧ ନିର୍ଗତ ହେବ।”
ପୁନର୍ବାର ନୂତନ ରାଜ୍ୟ ନିର୍ମିତ ହେବ
21ହେ ଦେଶ, ଭୟ କର ନାହିଁ।
ସୁଖୀ ହୁଅ, ଆନନ୍ଦ କର
କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ମହାନ କାର୍ଯ୍ୟ କରିବେ।
22ହେ କ୍ଷେତ୍ରସ୍ଥ ପଶୁଗଣ, ଭୟଭୀତ ହୁଅ ନାହିଁ।
ମରୁପ୍ରାୟ ଗ୍ଭରଣଭୂମି ତୃଣାଚ୍ଛାଦିତ ହେବ।
ବୃକ୍ଷଗୁଡ଼ିକ ଫଳ ଧାରଣ କରିବେ।
ଡିମ୍ବିରି ବୃକ୍ଷ ଓ ଦ୍ରାକ୍ଷାଲତା ପ୍ରଚୁର ଫଳ ଧାରଣ କରିବ।
23ତେଣୁ ହେ ସିୟୋନର ସନ୍ତାନଗଣ, ତୁମ୍ଭେମାନେ ସୁଖ କର,
ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନିକଟରେ ଆନନ୍ଦ ଉଲ୍ଲାସ କର।
ସେ ମଙ୍ଗଳମୟ ଏବଂ ତୁମ୍ଭମାନଙ୍କୁ ବୃଷ୍ଟି ଦେବେ।
ସେ ତୁମ୍ଭକୁ ଆଦ୍ୟ ବୃଷ୍ଟି ଓ ଶେଷ ବୃଷ୍ଟି ପୂର୍ବପରି ଦେବେ।
24ତୁମ୍ଭମାନଙ୍କର ଖଳାସବୁ ଗହମରେ ପରିପୂର୍ଣ୍ଣ ହେବ
ଏବଂ ତୁମ୍ଭମାନଙ୍କର କୁଣ୍ତଗୁଡ଼ିକ ଦ୍ରାକ୍ଷାରସ ଓ ତୈଳରେ ଉଚ୍ଛୁଳି ପଡ଼ିବ।
25“ଆମ୍ଭେ ସଦାପ୍ରଭୁ, ତୁମ୍ଭମାନଙ୍କ ମଧ୍ୟକୁ ଆପଣା ଯେଉଁ ମହା ସୈନ୍ୟଦଳ
ଅର୍ଥାତ ପଙ୍ଗପାଳ, ଶୂକ ଘୁର୍ଘୁରିୟା ଓ ପରିପକ୍ୱ ତୁମ୍ଭମାନଙ୍କ ବିରୁଦ୍ଧରେ ପଠାଇଲୁ।
ସେମାନେ ତୁମ୍ଭମାନଙ୍କର ଯେଉଁ ସମସ୍ତ ଖାଦ୍ୟ ଖାଇ ଦେଲେ।
ଆମ୍ଭେ ତାହା ତୁମ୍ଭମାନଙ୍କୁ ଫେରାଇ ଦେବା,
ଯାହା ବର୍ଷଧରି ଖାଇଯାଇଛନ୍ତି।
26ତତ୍ପରେ ତୁମ୍ଭେ ପ୍ରଚୁର ଖାଇବାକୁ ପାଇବ।
ତୁମ୍ଭର ସବୁ ପରିପୂର୍ଣ୍ଣ ହେବ।
ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କର ପ୍ରଶଂସା ଗାନ କରିବ।
କାରଣ ସେ ତୁମ୍ଭମାନଙ୍କ ପାଇଁ ଆଶ୍ଚର୍ଯ୍ୟ କାର୍ଯ୍ୟମାନ କରିଛନ୍ତି।
ସେ ଆପଣାର ଲୋକମାନଙ୍କୁ ଆଉ ଲଜ୍ଜିତ କରିବାକୁ ଦେବେ ନାହିଁ।
27ଏହା ଦ୍ୱାରା ତୁମ୍ଭେମାନେ ଜାଣିବ ଯେ ଆମ୍ଭେ ଇସ୍ରାଏଲ ସହିତ ଅଛୁ।
ଆଉ ମଧ୍ୟ ତୁମ୍ଭେମାନେ ଜାଣିବ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର,
ତୁମ୍ଭର ଅନ୍ୟ କେହି ପରମେଶ୍ୱର ନାହାନ୍ତି।
ଆମ୍ଭର ଲୋକମାନେ ଆଉ କେବେ ଲଜ୍ଜିତ ହେବେ ନାହିଁ।”
ପରମେଶ୍ୱର ତାଙ୍କର ଆତ୍ମା ସବୁ ଲୋକଙ୍କୁ ପ୍ରଦାନ କରିବେ
28“ଏହା ପରେ ସବୁପ୍ରକାର ଲୋକଙ୍କ ଉପରେ
ଆମ୍ଭର ଆତ୍ମା ପ୍ରଦାନ କରିବା।
ତହିଁରେ ତୁମ୍ଭର ପୁତ୍ର ଓ କନ୍ୟାଗଣ ସଦାପ୍ରଭୁଙ୍କର ଭବିଷ୍ୟତବାର୍ତ୍ତା ଗ୍ରହଣ କରି ଲୋକମାନଙ୍କ ମଧ୍ୟରେ ପ୍ରଗ୍ଭର କରିବେ।
ତୁମ୍ଭର ବୃଦ୍ଧ ଲୋକମାନେ ସ୍ୱପ୍ନ ଦେଖିବେ
ଓ ତୁମ୍ଭର ଯୁବକଗଣ ଦର୍ଶନ ଲାଭ କରିବେ।
29ସେହି ସମୟରେ ଆମ୍ଭେ ମଧ୍ୟ ଆପଣା ଦାସ
ଓ ଦାସୀଙ୍କ ଉପରେ ଆମ୍ଭର ଆତ୍ମା ଢାଳିବା।
30ସେହି ସମୟରେ ଆମ୍ଭେ ଆକାଶ ଓ ପୃଥିବୀରେ ଅଲୌକିକ ଦୃଶ୍ୟ ଦେଖାଇବା।
ରକ୍ତ, ଅଗ୍ନି ଓ ଧୂମ ସ୍ତମ୍ଭସବୁ ଦେଖାଯିବ।
31ସଦାପ୍ରଭୁଙ୍କର ସେହି ମହାନ ଓ ଅ‌‌ଦ୍‌‌ଭୂତ ଦିନର ଆଗମନରେ
ସୂର୍ଯ୍ୟ ଅନ୍ଧକାରମୟ
ଓ ଚନ୍ଦ୍ର ରକ୍ତବର୍ଣ୍ଣ ହୋଇଯିବେ।
32ସେହି ସମୟରେ, ଯେ କେହି ସଦାପ୍ରଭୁଙ୍କ ନାମକୁ ଡାକ ପକାଇବ, ସେ ହିଁ ଉଦ୍ଧାର ପାଇବ।
କାରଣ ଶରଣାର୍ଥୀ ଲୋକମାନେ ଯିରୁଶାଲମର ଓ ସିୟୋନ ପର୍ବତ ଉପରେ ରକ୍ଷାପ୍ରାପ୍ତ ଲୋକମାନେ ଏକତ୍ର ହେବେ,
ଯାହାକି ସଦାପ୍ରଭୁ କହିଛନ୍ତି
ଏବଂ ସେମାନେ ବଞ୍ଚିଥିବା ଲୋକମାନଙ୍କ ସହିତ ଥିବେ,
ଯେଉଁମାନଙ୍କୁ ସଦାପ୍ରଭୁ ଆହ୍ୱାନ କରୁଛନ୍ତି।

Currently Selected:

ଯୋୟେଲ 2: OERV

Highlight

Copy

Compare

Share

None

Want to have your highlights saved across all your devices? Sign up or sign in