ସୂର୍ଯ୍ୟ ଚନ୍ଦ୍ର ଅନ୍ଧକାରମୟ ହେବ
ଏବଂ ତାରକାଗଣ କିରଣ ଦେବା ବନ୍ଦ କରି ଦେବେ।
ପୁଣି ସଦାପ୍ରଭୁ ପରମେଶ୍ୱର ସିୟୋନରୁ ଚିତ୍କାର କରିବେ,
ସେ ଯିରୁଶାଲମରୁ ମଧ୍ୟ ଚିତ୍କାର କରିବେ।
ସେହି ଚିତ୍କାରରେ ଆକାଶ ଓ ପୃଥିବୀ ଥରି ଉଠିବ।
ମାତ୍ର ସଦାପ୍ରଭୁ ପରମେଶ୍ୱର ତାଙ୍କ ସନ୍ତାନଗଣଙ୍କ ପାଇଁ
ନିରାପଦ ସ୍ଥାନ ହେବ।
ସେ ମଧ୍ୟ ଇସ୍ରାଏଲର ଲୋକମାନଙ୍କ ପାଇଁ
ନିରାପଦ ସ୍ଥାନ ହେବେ।