ଯିଶାଇୟ 48
48
ଇସ୍ରାଏଲ ପରିଷ୍କୃତ
1ହେ ଇସ୍ରାଏଲ ନାମରେ ଖ୍ୟାତ ଓ ଯିହୁଦାର ଜଳାଶୟରୁ ଉତ୍ପନ୍ନ ଯାକୁବ ବଂଶ, ତୁମ୍ଭେମାନେ ଏହି କଥା ଶୁଣ; ତୁମ୍ଭେମାନେ ସଦାପ୍ରଭୁଙ୍କ ନାମରେ ଶପଥ କରୁଅଛ ଓ ଇସ୍ରାଏଲର ପରମେଶ୍ଵରଙ୍କ ନାମ କୀର୍ତ୍ତନ କରୁଅଛ, ମାତ୍ର ସତ୍ୟରେ କିଅବା ଧାର୍ମିକତାରେ ନୁହେଁ।
2କାରଣ ସେମାନେ ଆପଣାମାନଙ୍କୁ ପବିତ୍ର ନଗରର ଲୋକ ବୋଲି ଖ୍ୟାତ କରନ୍ତି ଓ ଇସ୍ରାଏଲର ପରମେଶ୍ଵରଙ୍କ ଉପରେ ନିର୍ଭର ରଖନ୍ତି; ତାହାଙ୍କର ନାମ ସୈନ୍ୟାଧିପତି ସଦାପ୍ରଭୁ।
3ଆମ୍ଭେ ପୂର୍ବ କାଳର କଥା ପ୍ରାଚୀନ କାଳରୁ ପ୍ରକାଶ କରିଅଛୁ; ହଁ, ତାହା ଆମ୍ଭ ମୁଖରୁ ନିର୍ଗତ ହେଲା ଓ ତାହା ଆମ୍ଭେ ପ୍ରକାଶ କଲୁ; ଆମ୍ଭେ ତାହା କଲୁ ଓ ଅକସ୍ମାତ୍ ସେସବୁ ଘଟିଲା।
4ତୁମ୍ଭେ ଅବାଧ୍ୟ, ତୁମ୍ଭର ଗ୍ରୀବା ଲୌହନଳୀ ଓ ତୁମ୍ଭର କପାଳ ପିତ୍ତଳ ସ୍ଵରୂପ ବୋଲି ଆମ୍ଭେ ଜାଣିଲୁ।
5ଏଥିପାଇଁ ଆମ୍ଭେ ପ୍ରାଚୀନକାଳରୁ ତୁମ୍ଭ ପ୍ରତି ତାହା ପ୍ରକାଶ କଲୁ; ତାହା ଘଟିବା ପୂର୍ବେ ତୁମ୍ଭକୁ ଜଣାଇଲୁ; ନୋହିଲେ ଅବା ତୁମ୍ଭେ କୁହନ୍ତ, ଆମ୍ଭର ଦେବତା ଏହା କରିଅଛି, ଆମ୍ଭର ଖୋଦିତ ଓ ଛାଞ୍ଚରେ ଢଳା ପ୍ରତିମା ଏହା ଆଜ୍ଞା କରିଅଛି।
6ତୁମ୍ଭେ ଶୁଣିଅଛ; ଏହିସବୁ ଦେଖ ଓ ତୁମ୍ଭେମାନେ କି ତାହା ପ୍ରକାଶ କରିବ ନାହିଁ? ଏହି ସମୟଠାରୁ ଆମ୍ଭେ ତୁମ୍ଭକୁ ନୂତନ ବିଷୟ, ଅର୍ଥାତ୍, ତୁମ୍ଭର ଅଜ୍ଞାତ ନିଗୂଢ଼ ବିଷୟ ଦେଖାଇ ଅଛୁ।
7ସେସବୁ ପୂର୍ବ କାଳରୁ ନୁହେଁ, ମାତ୍ର ଏବେ ସୃଷ୍ଟ ହେଲା; ଆଜି ଦିନର ପୂର୍ବେ ତୁମ୍ଭେ ତାହା ଶୁଣିଲ ନାହିଁ; ନୋହିଲେ ଅବା ଦେଖ, ଆମ୍ଭେ ସେସବୁ ଜାଣିଲୁ ବୋଲି ତୁମ୍ଭେ କୁହନ୍ତ।
8ବାସ୍ତବିକ, ତୁମ୍ଭେ ଶୁଣିଲ ନାହିଁ; ତୁମ୍ଭେ ଜାଣିଲ ନାହିଁ; ପୂର୍ବରୁ ତୁମ୍ଭର କର୍ଣ୍ଣ ମୁକ୍ତ ହୋଇ ନ ଥିଲା; କାରଣ ତୁମ୍ଭେ ଯେ ଭାରୀ ବିଶ୍ଵାସଘାତକତା କଲ ଓ ଗର୍ଭରୁ ଅଧର୍ମାଚାରୀ ବୋଲି ବିଖ୍ୟାତ ହୋଇଥିଲ, ଏହା ଆମ୍ଭେ ଜାଣିଲୁ।
9ଆମ୍ଭେ ଯେପରି ତୁମ୍ଭକୁ ଉଚ୍ଛିନ୍ନ ନ କରୁ, ଏଥିପାଇଁ ଆମ୍ଭେ ଆପଣା ନାମ ସକାଶୁ ଆପଣା କ୍ରୋଧ ସମ୍ଵରଣ କରିବା ଓ ଆପଣା ପ୍ରଶଂସା ପାଇଁ ତୁମ୍ଭ ପ୍ରତି କ୍ଷା; ହେବା।
10ଦେଖ, ଆମ୍ଭେ ତୁମ୍ଭକୁ ପରିଷ୍କାର କରିଅଛୁ, ମାତ୍ର ରୂପା ପରି ନୁହେଁ; ଆମ୍ଭେ ଦୁଃଖରୂପ ଉହ୍ମାଇରେ ତୁମ୍ଭକୁ ମନୋନୀତ କରିଅଛୁ।
11ଆମ୍ଭେ ଆପଣା ସକାଶୁ, କେବଳ ଆପଣା ସକାଶୁ ତାହା କରିବା; କାରଣ ଆମ୍ଭର ନାମ କାହିଁକି ଅପବିତ୍ରୀକୃତ ହେବ? ପୁଣି, ଆମ୍ଭେ ଆପଣା ଗୌରବ ଅନ୍ୟକୁ ଦେବା ନାହିଁ।
ଇସ୍ରାଏଲ ପ୍ରତି ଈଶ୍ଵରଙ୍କ ଆହ୍ଵାନ
12ହେ ଯାକୁବ, ହେ ଆମ୍ଭର ଆହୂତ ଇସ୍ରାଏଲ, ଆମ୍ଭ ବାକ୍ୟରେ ମନୋଯୋଗ କର; ଆମ୍ଭେ ସେହି ଅଟୁ; ଆମ୍ଭେ ଆଦି, ଆମ୍ଭେ ହିଁ ଅ;।
13ଆହୁରି, ଆମ୍ଭର ହସ୍ତ ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛି ଓ ଆମ୍ଭର ଦକ୍ଷିଣ ହସ୍ତ ଗଗନମଣ୍ତଳ ବିସ୍ତାର କରିଅଛିନ୍ତ ଆମ୍ଭେ ସେମାନଙ୍କୁ ଡାକିଲେ, ସେମାନେ ଏକତ୍ର ଛିଡ଼ା ହୁଅନ୍ତି।
14ତୁମ୍ଭେ ସମସ୍ତେ ଏକତ୍ର ହୋଇ ଶୁଣ; ସେମାନଙ୍କ ମଧ୍ୟରେ କିଏ ଏହିସବୁ ପ୍ରକାଶ କରିଅଛି? ସଦାପ୍ରଭୁ ତାହାକୁ ପ୍ରେମ କରିଅଛନ୍ତି; ସେ ବାବିଲ ଉପରେ ତାହାଙ୍କର ମନୋରଥ ସିଦ୍ଧ କରିବ ଓ କଲ୍ଦୀୟମାନଙ୍କ ଉପରେ ତାହାଙ୍କର ବାହୁ ରହିବ।
15ଆମ୍ଭେ, ଆମ୍ଭେ ହିଁ ବାକ୍ୟ କହିଅଛୁ; ହଁ, ଆମ୍ଭେ ତାହାକୁ ଆହ୍ଵାନ କରିଅଛୁ; ଆମ୍ଭେ ତାହାକୁ ଆଣିଅଛୁ, ଆଉ ସେ ଆପଣା ପଥରେ କୃତକାର୍ଯ୍ୟ ହେବ।
16ତୁମ୍ଭେମାନେ ଆମ୍ଭ ନିକଟକୁ ଆସି ଏହି କଥା ଶୁଣ; ଆମ୍ଭେ ପ୍ରଥମରୁ ଗୋପନରେ କହି ନାହୁଁନ୍ତ ତାହା ହେଉଥିବା ସମୟରୁ ଆମ୍ଭେ ସେଠାରେ ଅଛୁ; ପୁଣି, ଏବେ ପ୍ରଭୁ, ସଦାପ୍ରଭୁ ମୋତେ ଓ ତାହାଙ୍କ ଆତ୍ମାକୁ ପ୍ରେରଣ କରିଅଛନ୍ତି।
ତାଙ୍କ ଲୋକମାନଙ୍କ ପାଇଁ ସଦାପ୍ରଭୁଙ୍କ ଯୋଜନା
17ସଦାପ୍ରଭୁ ତୁମ୍ଭର ମୁକ୍ତିଦାତା, ଇସ୍ରାଏଲର ଧର୍ମସ୍ଵରୂପ, ଏହି କଥା କହନ୍ତି; ଆମ୍ଭେ ସଦାପ୍ରଭୁ, ତୁମ୍ଭ ପରମେଶ୍ଵର, ତୁମ୍ଭକୁ ଉପକାରଜନକ ଶିକ୍ଷା ଦେଉ, ତୁମ୍ଭର ଗନ୍ତବ୍ୟ ପଥରେ ତୁମ୍ଭକୁ ଗମନ କରାଉ।
18ଆଃ, ତୁମ୍ଭେ ଯେବେ ଆମ୍ଭ ଆଜ୍ଞାରେ ମନୋଯୋଗ କରିଥାʼନ୍ତଣ! ତେବେ ତୁମ୍ଭର ଶାନ୍ତି ନଦୀ ତୁଲ୍ୟ ଓ ତୁମ୍ଭର ଧାର୍ମିକତା ସମୁଦ୍ରର ତରଙ୍ଗ ତୁଲ୍ୟ ହୋଇଥାʼନ୍ତା;
19ତୁମ୍ଭର ବଂଶ ମଧ୍ୟ ବାଲୁକା ତୁଲ୍ୟ ଓ ତୁମ୍ଭର ଔରସଜାତ ସନ୍ତାନଗଣ ତହିଁର କଣିକାସମୂହର ତୁଲ୍ୟ ହୋଇଥାʼନ୍ତେ; ତାହାର ନାମ ଆମ୍ଭ ସମ୍ମୁଖରୁ ଉଚ୍ଛିନ୍ନ କିଅବା ବିନଷ୍ଟ ହୋଇ ନ ଥାʼନ୍ତା।
20ତୁମ୍ଭେମାନେ ବାବିଲରୁ ବାହାରି ଯାଅ, କଲଦୀୟ-ମାନଙ୍କ ମଧ୍ୟରୁ ପଳାଅନ୍ତ ତୁମ୍ଭେମାନେ ଗାୟନ ଧ୍ଵନିରେ ପ୍ରଚାର କରି ଜଣାଅ, ପୃଥିବୀର ପ୍ରା; ପର୍ଯ୍ୟନ୍ତ ଏହା ପ୍ରକାଶ କର; ତୁମ୍ଭେମାନେ କୁହ, ସଦାପ୍ରଭୁ ଆପଣା ଦାସ ଯାକୁବକୁ ମୁକ୍ତ କରିଅଛନ୍ତି।
21ପୁଣି, ସେ ମରୁଭୂମି ଦେଇ ସେମାନଙ୍କୁ ଗମନ କରାଇବା ବେଳେ ସେମାନେ ତୃଷାର୍ତ୍ତ ନୋହିଲେ, ସେ ସେମାନଙ୍କ ନିମନ୍ତେ ଶୈଳରୁ ଜଳସ୍ରୋତ ବୁହାଇଲେ, ଆହୁରି ସେ ଶୈଳକୁ ବିଦୀର୍ଣ୍ଣ କଲେ, ପୁଣି ତହିଁରୁ ଜଳ ନିର୍ଗତ ହେଲା।
22ସଦାପ୍ରଭୁ କହନ୍ତି, ଦୁଷ୍ଟ ଲୋକମାନଙ୍କର କିଛି ଶାନ୍ତି ନାହିଁ।
Currently Selected:
ଯିଶାଇୟ 48: ODIAOV-BSI
Highlight
Copy
Compare
Share
Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.