1
ମାର୍କାସ୍ 7:21-22-23
ଓଡିଆ ସମସାମୟିକ ବାଇବଲ
OCB
କାରଣ ଭିତରୁ, ମନୁଷ୍ୟମାନଙ୍କ ହୃଦୟରୁ କୁଚିନ୍ତା, ଅବୈଧ ଯୌନସମ୍ପର୍କ, ଚୋରୀ, ନରହତ୍ୟା, ବ୍ୟଭିଚାର, ଲୋଭ, ବିଦ୍ୱେଷ, ପ୍ରବଞ୍ଚନା, ଲୋଲୁପଦୃଷ୍ଟି, ପରଶ୍ରୀକାତରତା, ପରନିନ୍ଦା, ଅହଂକାର ଓ ମୂର୍ଖତା ବାହାରେ। ଏହିସମସ୍ତ ମନ୍ଦ ଗୁଣ ଅନ୍ତରରୁ ବାହାରେ ଏବଂ ମନୁଷ୍ୟକୁ ଅଶୁଚି କରେ।”
Compare
Explore ମାର୍କାସ୍ 7:21-22-23
2
ମାର୍କାସ୍ 7:15
ବାହାରର ଏପରି କୌଣସି ବିଷୟ ନାହିଁ, ଯାହା ମନୁଷ୍ୟ ମଧ୍ୟରେ ପ୍ରବେଶ କରି ତାକୁ ‘ଅଶୁଚି’ କରିପାରେ, ବରଞ୍ଚ ଯାହା ମନୁଷ୍ୟ ମଧ୍ୟରୁ ବାହାରେ, ତାହା ତାକୁ ‘ଅଶୁଚି’ କରେ।
Explore ମାର୍କାସ୍ 7:15
3
ମାର୍କାସ୍ 7:6
ସେ ଉତ୍ତର ଦେଲେ, “ହେ କପଟାଚାରୀମାନେ: ଯିଶାଇୟ ଯଥାର୍ଥରେ ତୁମ୍ଭମାନଙ୍କ ବିଷୟରେ ଭାବବାଣୀ କହିଛନ୍ତି, କାରଣ ଏହା ଲେଖାଅଛି: “ ‘ଏହି ଲୋକମାନେ ମୋତେ ମାନ୍ୟ କରିବା କଥା ମୁହଁରେ ଧରନ୍ତି, କିନ୍ତୁ ଏମାନଙ୍କ ହୃଦୟ ମୋ ଠାରୁ ବହୁ ଦୂରରେ।
Explore ମାର୍କାସ୍ 7:6
4
ମାର୍କାସ୍ 7:7
ଏମାନେ ବୃଥାରେ ମୋର ଆରାଧନା କରନ୍ତି। ଏମାନଙ୍କ ଶିକ୍ଷାଗୁଡ଼ିକ କେବଳ ମନୁଷ୍ୟରଚିତ କେତେଗୁଡ଼ିଏ ନୀତିନିୟମ ମାତ୍ର।’
Explore ମାର୍କାସ୍ 7:7
5
ମାର୍କାସ୍ 7:8
ତୁମ୍ଭେମାନେ ଈଶ୍ୱରଙ୍କ ଆଜ୍ଞାସବୁ ଅଗ୍ରାହ୍ୟ କରି ମନୁଷ୍ୟମାନଙ୍କର ପରମ୍ପରାଗତ ପ୍ରଥାଗୁଡ଼ିକୁ ଧରି ବସିଛ।”
Explore ମାର୍କାସ୍ 7:8