1
ମାର୍କାସ୍ 6:31
ଓଡିଆ ସମସାମୟିକ ବାଇବଲ
OCB
ଏତେ ଲୋକ ଯିବା ଆସିବା କରୁଥିଲେ ଯେ, ସେମାନେ ଖାଇବାକୁ ସୁଦ୍ଧା ବେଳ ପାଉ ନ ଥିଲେ; ସେଥିପାଇଁ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ନିଭୃତରେ ବାହାରି ଆସି ମୋ ସହିତ ଏକ ନିରୋଳା ସ୍ଥାନକୁ ଚାଲ ଓ କିଛିକାଳ ବିଶ୍ରାମ କର।”
Compare
Explore ମାର୍କାସ୍ 6:31
2
ମାର୍କାସ୍ 6:4
ଯୀଶୁ ସେମାନଙ୍କୁ କହିଲେ, “ଭାବବାଦୀ ନିଜ ସହର, ସ୍ଵଜନ ଓ ନିଜ ଘର ଛଡ଼ା ଅନ୍ୟ କୌଣସିଠାରେ ଅନାଦୃତ ହୁଏ ନାହିଁ।”
Explore ମାର୍କାସ୍ 6:4
3
ମାର୍କାସ୍ 6:34
ଯୀଶୁ ନୌକାରୁ ଓହ୍ଲାଇ ଯେତେବେଳେ ଏକ ବିରାଟ ଜନତା ଦେଖିଲେ, ସେମାନଙ୍କ ପ୍ରତି ତାହାଙ୍କର ଦୟା ଜାତ ହେଲା, କାରଣ ସେମାନେ ପାଳକବିହୀନ ମେଷମାନଙ୍କ ପରି ଥିଲେ ଏବଂ ସେ ସେମାନଙ୍କୁ ଅନେକ ବିଷୟ ଶିକ୍ଷାଦେବାକୁ ଲାଗିଲେ।
Explore ମାର୍କାସ୍ 6:34
4
ମାର୍କାସ୍ 6:5-6
ସେମାନଙ୍କ ଅବିଶ୍ୱାସ ହେତୁ ସେ ଅଳ୍ପ କେତେକ ରୋଗୀଲୋକଙ୍କ ଉପରେ ହାତ ରଖି ସେମାନଙ୍କୁ ସୁସ୍ଥକରିବା ଛଡ଼ା ଅନ୍ୟ କୌଣସି ଅଲୌକିକ କାର୍ଯ୍ୟ କରିପାରିଲେ ନାହିଁ। ସେମାନଙ୍କର ଅବିଶ୍ୱାସ ହେତୁ ସେ ଆଚମ୍ବିତ ହେଲେ। ଏହାପରେ ଯୀଶୁ ଗ୍ରାମେ ଗ୍ରାମେ ବୁଲି ଶିକ୍ଷାଦେବାକୁ ଲାଗିଲେ।
Explore ମାର୍କାସ୍ 6:5-6
5
ମାର୍କାସ୍ 6:41-43
ଯୀଶୁ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ନେଇ ସ୍ଵର୍ଗଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି ଧନ୍ୟବାଦ ଦେଲେ ଏବଂ ରୋଟୀଗୁଡ଼ିକୁ ଭାଙ୍ଗି ଲୋକମାନଙ୍କୁ ପରିବେଷଣ କରିବା ପାଇଁ ଶିଷ୍ୟମାନଙ୍କୁ ଦେଲେ। ମାଛ ଦୁଇଟିକୁ ମଧ୍ୟ ସେ ଲୋକଙ୍କ ମଧ୍ୟରେ ଭାଗ କରିଦେଲେ। ସେମାନେ ସମସ୍ତେ ଖାଇ ପରିତୃପ୍ତ ହେଲେ ଶିଷ୍ୟମାନେ ଭଙ୍ଗାଭଙ୍ଗି ବଳକା ରୋଟୀ ଓ ମାଛ ଗୋଟାଇବାରୁ ବାରଟି ଟୋକାଇ ପୂର୍ଣ୍ଣ ହେଲା!
Explore ମାର୍କାସ୍ 6:41-43