1
ମାର୍କାସ୍ 5:34
ଓଡିଆ ସମସାମୟିକ ବାଇବଲ
OCB
ଯୀଶୁ ତାକୁ କହିଲେ, “ଝିଅ, ତୋର ବିଶ୍ୱାସ ତୋତେ ସୁସ୍ଥ କରିଅଛି, ଶାନ୍ତିରେ ଯାଅ ଓ ରୋଗମୁକ୍ତ ରୁହ।”
Compare
Explore ମାର୍କାସ୍ 5:34
2
ମାର୍କାସ୍ 5:25-26
ସେଠାରେ ବାର ବର୍ଷ ପର୍ଯ୍ୟନ୍ତ ରକ୍ତପ୍ରଦର ରୋଗରେ ପୀଡ଼ିତା ଜଣେ ସ୍ତ୍ରୀ ଥିଲା। ସେ ଅନେକ ବୈଦ୍ୟଙ୍କର ଚିକିତ୍ସ। ଧୀନରେ ଥାଇ ବହୁତ କଷ୍ଟ ଭୋଗିଥିଲା ଓ ସମସ୍ତ ଅର୍ଥ ବ୍ୟୟ କରି ସୁଦ୍ଧା ଭଲ ହେବା ପରିବର୍ତ୍ତେ ତାହାର ଅବସ୍ଥା ଖରାପ ହେଉଥିଲା।
Explore ମାର୍କାସ୍ 5:25-26
3
ମାର୍କାସ୍ 5:29
ସେ ସ୍ପର୍ଶ କଲାକ୍ଷଣି ତାହାର ରକ୍ତସ୍ରାବ ବନ୍ଦ ହୋଇଗଲା ଓ ସେ ରୋଗମୁକ୍ତ ବୋଲି ନିଜ ଶରୀରରେ ଅନୁଭବ କଲା।
Explore ମାର୍କାସ୍ 5:29
4
ମାର୍କାସ୍ 5:41
ଯୀଶୁ ବାଳିକାର ହାତ ଧରି ତାକୁ କହିଲେ, “ଟାଲିଥା କୁମ୍!” (ଯାହାର ଅର୍ଥ, “ଛୋଟ ପିଲା, ମୁଁ ତୁମକୁ କହୁଛି, ଉଠ!”)।
Explore ମାର୍କାସ୍ 5:41
5
ମାର୍କାସ୍ 5:35-36
ଯୀଶୁ ଏହା କହୁଥିବା ସମୟରେ ଉପାସନାଗୃହର ଅଧ୍ୟକ୍ଷ ଯାଇରସଙ୍କ ଗୃହରୁ କେତେକ ଲୋକ ଆସି ପହଞ୍ଚିଲେ ସେମାନେ କହିଲେ, “ଆପଣଙ୍କ ଝିଅଟି ମରିଗଲା। ଗୁରୁଙ୍କୁ ଆଉ କାହିଁକି ହଇରାଣ କରୁଅଛନ୍ତି?” ଯୀଶୁ ସେମାନଙ୍କ କଥାକୁ ଭ୍ରକ୍ଷେପ ନ କରି ଉପାସନାଗୃହର ଅଧ୍ୟକ୍ଷଙ୍କୁ କହିଲେ, “ଭୟ କର ନାହିଁ କେବଳ ବିଶ୍ୱାସ କର।”
Explore ମାର୍କାସ୍ 5:35-36
6
ମାର୍କାସ୍ 5:8-9
କାରଣ ଯୀଶୁ ଠିକ ସେତିକିବେଳେ ତାକୁ କହୁଥିଲେ, “ଆରେ ଭୂତାତ୍ମା ଏହି ଲୋକଠାରୁ ବାହାରି ଯା।” ତହୁଁ ଯୀଶୁ ତାକୁ ପଚାରିଲେ, “ତୋର ନା କଅଣ?” ସେ ଉତ୍ତର ଦେଲା, “ମୋ ନା ବାହିନୀ, କାରଣ ଆମେ ଅନେକ!”
Explore ମାର୍କାସ୍ 5:8-9