1
ମାର୍କାସ୍ 4:39-40
ଓଡିଆ ସମସାମୟିକ ବାଇବଲ
OCB
ଯୀଶୁ ଉଠି ପବନକୁ ଧମକ ଦେଲେ ଓ ଲହରୀକୁ କହିଲେ, “ଶାନ୍ତ ହେଇଯା! ସୁସ୍ଥିର ହେଇଯା!” ବତାସ ବନ୍ଦ ହୋଇ ସବୁ ଶାନ୍ତ ହୋଇଗଲା। ସେ ଶିଷ୍ୟମାନଙ୍କୁ ପଚାରିଲେ, “ତୁମ୍ଭେମାନେ କାହିଁକି ଏତେ ଭୀତତ୍ରସ୍ତ? ଏବେ ସୁଦ୍ଧା କଣ ତୁମର ବିଶ୍ୱାସ ହୋଇନାହିଁ?”
Compare
Explore ମାର୍କାସ୍ 4:39-40
2
ମାର୍କାସ୍ 4:41
ସେମାନେ ଆତଙ୍କିତ ହୋଇ ଆପଣା ଆପଣା ମଧ୍ୟରେ କଥାବାର୍ତ୍ତା ହେଲେ, “ଏ କିଏ ଯେ, ବତାସ ଓ ଲହରୀ ସୁଦ୍ଧା ତାହାଙ୍କର ଆଦେଶ ମାନନ୍ତି!”
Explore ମାର୍କାସ୍ 4:41
3
ମାର୍କାସ୍ 4:38
ଯୀଶୁ ମୁଣ୍ଡ ତଳେ ତକିଆ ଦେଇ ନୌକାର ପଛ ଭାଗରେ ଶୋଇପଡ଼ିଥିଲେ ଶିଷ୍ୟମାନେ ତାଙ୍କୁ ନିଦରୁ ଉଠାଇ କହିଲେ, “ଗୁରୁ, ଆମେ ବୁଡ଼ି ଯାଉଛୁ, ଆପଣଙ୍କର କଣ ଚିନ୍ତା ନାହିଁ?”
Explore ମାର୍କାସ୍ 4:38
4
ମାର୍କାସ୍ 4:24
ସେ ଆହୁରି ମଧ୍ୟ କହିଲେ, “ତୁମ୍ଭେମାନେ ଯାହା ଶୁଣୁଛ, ତାହା ସାବଧାନ ପୂର୍ବକ ବିବେଚନା କର। ତୁମେ ଯେଉଁ ମାପରେ ମାପୁଛ, ସେହି ମାପରେ ତୁମକୁ ମାପି ଦିଆଯିବ, ଏପରିକି ଅଧିକ ଦିଆଯିବ।
Explore ମାର୍କାସ୍ 4:24
5
ମାର୍କାସ୍ 4:26-27
ସେ ଆହୁରି ମଧ୍ୟ କହିଲେ, “ଈଶ୍ୱରଙ୍କ ରାଜ୍ୟ ଏହିପ୍ରକାର। ଜଣେ ଲୋକ ଭୂମିରେ ବିହନ ବୁଣେ। ରାତିରେ ଓ ଦିନରେ ସେ ଶୋଇଥାଉ, କି ଉଠିଥାଉ, ବୀଜ ଅଙ୍କୁରିତ ହୋଇ ବଢ଼ୁଥାଏ ଅଥଚ ତାହା କିପରି ହୁଏ, ସେ ଜାଣେ ନାହିଁ।
Explore ମାର୍କାସ୍ 4:26-27
6
ମାର୍କାସ୍ 4:23
ଯାହାର ଶୁଣିବାକୁ କାନ ଅଛି, ସେ ଶୁଣୁ।”
Explore ମାର୍କାସ୍ 4:23