1
ମାର୍କାସ୍ 10:45
ଓଡିଆ ସମସାମୟିକ ବାଇବଲ
OCB
କାରଣ ମନୁଷ୍ୟପୁତ୍ର ସୁଦ୍ଧା ସେବା ପାଇବାକୁ ଆସିଲେ ନାହିଁ, ମାତ୍ର ସେବା କରିବାକୁ ଏବଂ ଅନେକଙ୍କ ମୁକ୍ତିରମୂଲ୍ୟ ସ୍ଵରୂପ ନିଜର ଜୀବନ ଦେବାକୁ ଆସିଲେ।”
Compare
Explore ମାର୍କାସ୍ 10:45
2
ମାର୍କାସ୍ 10:27
ଯୀଶୁ ସେମାନଙ୍କୁ ଚାହିଁ କହିଲେ, “ଏହା ମନୁଷ୍ୟର ଅସାଧ୍ୟ, କିନ୍ତୁ ଈଶ୍ୱରଙ୍କର ଅସାଧ୍ୟ ନୁହେଁ। ସବୁକିଛି ଈଶ୍ୱରଙ୍କର ସାଧ୍ୟ।”
Explore ମାର୍କାସ୍ 10:27
3
ମାର୍କାସ୍ 10:52
ଯୀଶୁ କହିଲେ, “ଯାଅ, ତୁମର ବିଶ୍ୱାସ ତୁମକୁ ସୁସ୍ଥ କରିଛି।” ତତ୍କ୍ଷଣାତ୍ ସେ ଦୃଷ୍ଟିଶକ୍ତି ପାଇଲା ଓ ଯୀଶୁଙ୍କ ପଛେ ପଛେ ରାସ୍ତାରେ ଚାଲିବାକୁ ଲାଗିଲା।
Explore ମାର୍କାସ୍ 10:52
4
ମାର୍କାସ୍ 10:9
ଈଶ୍ୱର ଯାହା ସଂଯୁକ୍ତ କରିଛନ୍ତି, ମନୁଷ୍ୟ ତାହା ପୃଥକ୍ ନ କରୁ।”
Explore ମାର୍କାସ୍ 10:9
5
ମାର୍କାସ୍ 10:21
ଯୀଶୁ ତାଙ୍କୁ ଏକଦୃଷ୍ଟିରେ ଚାହିଁ ତାଙ୍କ ପ୍ରତି ସ୍ନେହରେ ପୂର୍ଣ୍ଣ ହୋଇ କହିଲେ, “ତୁମର ଗୋଟିଏ ବିଷୟ ଊଣା ଅଛି। ଯାଅ, ତୁମର ସର୍ବସ୍ଵ ବିକ୍ରୟ କରି ଦରିଦ୍ରମାନଙ୍କୁ ଦାନ କର। ତା ହେଲେ, ସ୍ଵର୍ଗରେ ତୁମେ ଧନଲାଭ କରିବ। ତା ପରେ ଆସ, ମୋର ଅନୁଗମନ କର।”
Explore ମାର୍କାସ୍ 10:21
6
ମାର୍କାସ୍ 10:51
ଯୀଶୁ ତାକୁ ପଚାରିଲେ, “ତୁମ ପାଇଁ ମୁଁ କଣ କରିବି ବୋଲି ଇଚ୍ଛା କରୁଛ?” ସେହି ଅନ୍ଧ କହିଲା, “ଗୁରୁ, ମୁଁ ଯେପରି ଦୃଷ୍ଟି ପାଏ।”
Explore ମାର୍କାସ୍ 10:51
7
ମାର୍କାସ୍ 10:43
କିନ୍ତୁ ତୁମ୍ଭମାନଙ୍କମଧ୍ୟରେ ସେପରି ହେବ ନାହିଁ। ବରଞ୍ଚ, ତୁମ୍ଭମାନଙ୍କମଧ୍ୟରେ କେହି ଯଦି ମହାନ୍ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ଦାସ ହେଉ।
Explore ମାର୍କାସ୍ 10:43
8
ମାର୍କାସ୍ 10:15
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଶିଶୁ ପରି ଯିଏ ଈଶ୍ୱରଙ୍କ ରାଜ୍ୟ ଗ୍ରହଣ ନ କରେ, ସେ କଦାପି ତହିଁରେ ପ୍ରବେଶ କରିବ ନାହିଁ।”
Explore ମାର୍କାସ୍ 10:15
9
ମାର୍କାସ୍ 10:31
କିନ୍ତୁ ଯେଉଁମାନେ ପ୍ରଥମରେ ଅଛନ୍ତି, ସେମାନେ ଶେଷରେ ପଡ଼ିବେ ଏବଂ ଶେଷରେ ଥିବା ଅନେକେ ପ୍ରଥମରେ ରହିବେ।”
Explore ମାର୍କାସ୍ 10:31
10
ମାର୍କାସ୍ 10:6-8
କିନ୍ତୁ ସୃଷ୍ଟିର ଆରମ୍ଭରେ ଈଶ୍ୱର ସେମାନଙ୍କୁ ନର ଓ ନାରୀ ରୂପେ ସୃଷ୍ଟି କଲେ ଏହି କାରଣରୁ ପୁରୁଷ ଆପଣା ପିତାମାତାକୁ ଛାଡ଼ି ସ୍ତ୍ରୀ ସହିତ ମିଳିତ ହେବ, ପୁଣି ସେ ଦୁହେଁ ଏକ ହେବେ। ତେଣୁ ସେମାନେ ଆଉ ଦୁଇ ନୁହନ୍ତି, ମାତ୍ର ଏକ ଅଟନ୍ତି।
Explore ମାର୍କାସ୍ 10:6-8