1
ମାର୍କାସ୍ 9:23
ଓଡିଆ ସମସାମୟିକ ବାଇବଲ
OCB
ଯୀଶୁ କହିଲେ, “ ‘ଯଦି କରିପାରନ୍ତି’? ଯିଏ ବିଶ୍ୱାସ କରେ, ତା ପକ୍ଷେ ସବୁ ସମ୍ଭବ।”
Compare
Explore ମାର୍କାସ୍ 9:23
2
ମାର୍କାସ୍ 9:24
ସଙ୍ଗେସଙ୍ଗେ ପିଲାଟିର ପିତା ଉତ୍ତର ଦେଲା, “ହଁ, ମୋର ବିଶ୍ୱାସ ଅଛି। ମୋର ଅବିଶ୍ୱାସ ଦୂର କରିବାକୁ ମୋତେ ସାହାଯ୍ୟ କରନ୍ତୁ।”
Explore ମାର୍କାସ୍ 9:24
3
ମାର୍କାସ୍ 9:28-29
ଯୀଶୁ ଘର ଭିତରକୁ ଯିବା ପରେ ତାଙ୍କର ଶିଷ୍ୟମାନେ ନିଭୃତରେ ତାଙ୍କୁ ପଚାରିଲେ, “ଆମେ କାହିଁକି ଛଡ଼ାଇ ପାରିଲୁ ନାହିଁ?” ଯୀଶୁ ଉତ୍ତର ଦେଲେ, “ପ୍ରାର୍ଥନା ଓ ଉପବାସ ବିନା ଏପ୍ରକାର ଭୂତ ଛଡ଼ା ଯାଇ ପାରେ ନାହିଁ।”
Explore ମାର୍କାସ୍ 9:28-29
4
ମାର୍କାସ୍ 9:50
“ଲବଣ ଉତ୍ତମ, କିନ୍ତୁ ତାହା ଯଦି ତାହାର ଲବଣତ୍ଵ ହରାଏ, ତେବେ ତୁମେ ତାକୁ କିପରି ପୁନର୍ବାର ଲବଣାକ୍ତ କରିପାରିବ? ତୁମଠାରେ ଲବଣ ରହିଥାଉ ଓ ତୁମେ ପରସ୍ପର ସହ ଶାନ୍ତିରେ ରୁହ।”
Explore ମାର୍କାସ୍ 9:50
5
ମାର୍କାସ୍ 9:37
“ଯେକେହି ମୋ ନାମରେ ଏପରି ସାନ ପିଲାଙ୍କ ମଧ୍ୟରୁ ଜଣକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ ଏବଂ ଯେକେହି ମୋତେ ଗ୍ରହଣ କରେ, ସେ ଯେ ମୋତେ ଗ୍ରହଣ କରେ, ତା ନୁହେଁ, ମୋର ପ୍ରେରଣକର୍ତ୍ତାଙ୍କୁ ମଧ୍ୟ ଗ୍ରହଣ କରେ।”
Explore ମାର୍କାସ୍ 9:37
6
ମାର୍କାସ୍ 9:41
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ତୁମେ ଖ୍ରୀଷ୍ଟଙ୍କର ହୋଇଥିବାରୁ କେହି ଯେବେ ତୁମକୁ ଗିଲାସେ ପାଣି ପିଇବାକୁ ଦିଏ, ସେ କୌଣସିମତେ ତାହାର ପୁରସ୍କାର ହରାଇବ ନାହିଁ।
Explore ମାର୍କାସ୍ 9:41
7
ମାର୍କାସ୍ 9:42
“କେହି ଯଦି ମୋ ଠାରେ ବିଶ୍ୱାସ ରଖିଥିବା ଏହିପରି ସାମାନ୍ୟ ବିଶ୍ୱାସୀମାନଙ୍କ ମଧ୍ୟରୁ ଜଣକୁ ପାପରେ ପକାଏ, ତେବେ ତାହାର ଗଳାରେ ଏକ ପ୍ରକାଣ୍ଡ ଚକିପଥର ବାନ୍ଧି ତାକୁ ସମୁଦ୍ରରେ ପକାଇଦେବା ବରଂ ଭଲ ହେବ।
Explore ମାର୍କାସ୍ 9:42
8
ମାର୍କାସ୍ 9:47
ପୁଣି ତୁମର ଚକ୍ଷୁ ଯେବେ ତୁମକୁ ପାପରେ ପକାଏ, ତେବେ ତାକୁ ଉପାଡ଼ି ଦିଅ। ଦୁଇ ଚକ୍ଷୁ ଥାଇ ନରକରେ ନିକ୍ଷିପ୍ତ ହେବା ଅପେକ୍ଷା ଗୋଟିଏ ଚକ୍ଷୁ ଘେନି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ବରଂ ଭଲ
Explore ମାର୍କାସ୍ 9:47