1
ମାଥିଉଲିଖିତ 27:46
ଓଡିଆ ସମସାମୟିକ ବାଇବଲ
OCB
ପ୍ରାୟ ତିନି ଘଣ୍ଟା ସମୟରେ ଯୀଶୁ ଉଚ୍ଚସ୍ଵରରେ ଡାକି କହିଲେ, “ଏଲୀ, ଏଲୀ, ଲେମା ଶବକ୍ଥାନୀ?” ଅର୍ଥାତ୍, “ହେ ମୋହର ଈଶ୍ୱର, ହେ ମୋହର ଈଶ୍ୱର, କାହିଁକି ମୋତେ ପରିତ୍ୟାଗ କରିଅଛ?”
Compare
Explore ମାଥିଉଲିଖିତ 27:46
2
ମାଥିଉଲିଖିତ 27:51-52
ଆଉ ଦେଖ! ସେହି ମୁହୂର୍ତ୍ତରେ ମନ୍ଦିରର ବିଚ୍ଛେଦପର୍ଦା ଉପରୁ ତଳ ପର୍ଯ୍ୟନ୍ତ ଚିରି ଦୁଇଖଣ୍ଡ ହେଲା। ମେଦିନୀ କମ୍ପି ଉଠିଲା ଓ ଶୈଳସବୁ ବିଦୀର୍ଣ୍ଣ ହେଲା। ସମାଧି ଗୁଡ଼ିକ ଉନ୍ମୁକ୍ତ ହେଲା ଓ ମୃତ୍ୟୁଭୋଗ କରିଥିବା ଅନେକ ପୁଣ୍ୟବାନ୍ ଲୋକଙ୍କ ଶରୀର ସଜୀବ ହୋଇ ଉତ୍ଥାପିତ ହେଲା।
Explore ମାଥିଉଲିଖିତ 27:51-52
3
ମାଥିଉଲିଖିତ 27:50
ଏହାପରେ ଯୀଶୁ ପୁନର୍ବାର ଉଚ୍ଚସ୍ଵରରେ ଆର୍ତ୍ତନାଦ କରି ଆତ୍ମା ତ୍ୟାଗ କଲେ।
Explore ମାଥିଉଲିଖିତ 27:50
4
ମାଥିଉଲିଖିତ 27:54
ଯୀଶୁଙ୍କୁ ଜଗିଥିବା ଶତସେନାପତି ଓ ତାଙ୍କ ସହିତ ଥିବା ଅନ୍ୟମାନେ ଯେତେବେଳେ ଭୂମିକମ୍ପ ଓ ଅନ୍ୟାନ୍ୟ ଘଟଣାସବୁ ଦେଖିଲେ, ସେମାନେ ଭିତତ୍ରସ୍ତ ହେଲେ ଏବଂ କହିଲେ, “ପ୍ରକୃତରେ, ସେ ଈଶ୍ୱରଙ୍କ ପୁତ୍ର ଥିଲେ!”
Explore ମାଥିଉଲିଖିତ 27:54
5
ମାଥିଉଲିଖିତ 27:45
ଏହାପରେ ଦିନ ବାର ଘଣ୍ଟାଠାରୁ ତିନି ଘଣ୍ଟା ପର୍ଯ୍ୟନ୍ତ ସମଗ୍ର ଦେଶରେ ଅନ୍ଧକାର ଘୋଟିଗଲା।
Explore ମାଥିଉଲିଖିତ 27:45
6
ମାଥିଉଲିଖିତ 27:22-23
ପୀଲାତ ପଚାରିଲେ, “ତା ହେଲେ, ଖ୍ରୀଷ୍ଟ ବୋଲି ପରିଚିତ ଯୀଶୁଙ୍କ ପ୍ରତି ମୁଁ କଣ କରିବି?” ସେମାନେ ସମସ୍ତେ କହିଲେ, “ତାକୁ କ୍ରୁଶରେ ଚଢ଼ାଅ!” ପୀଲାତ ପ୍ରଶ୍ନ କଲେ, “କାହିଁକି? ସେ କି ଅପରାଧ କରିଛନ୍ତି?” ମାତ୍ର ସେମାନେ ଆହୁରି ଜୋର୍ରେ ଚିତ୍କାର କରିବାକୁ ଲାଗିଲେ, “ତାହାକୁ କ୍ରୁଶରେ ଚଢ଼ାଅ।”
Explore ମାଥିଉଲିଖିତ 27:22-23