ଏହା ହିଁ ଭାବବାଦୀ ଯିଶାଇୟଙ୍କ ପୁସ୍ତକରେ ଲେଖାଅଛି:
“ମରୁପ୍ରାନ୍ତରରେ ଚିତ୍କାର କରୁଥିବା ଜଣକର ସ୍ଵର
‘ପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର,
ତାହାଙ୍କ ପାଇଁ ସଳଖ ପଥସବୁ ତିଆରି କର।
ପ୍ରତ୍ୟେକ ଉପତ୍ୟକା ପୂର୍ଣ୍ଣ କରାଯିବ,
ପ୍ରତ୍ୟେକ ପାହାଡ଼ପର୍ବତ ସମତଳ ଭୂମି କରାଯିବ।
ବଙ୍କା ରାସ୍ତା ସବୁ ସଳଖ ହେବ,
ଓ ଅସମତଳ ଭୂମି ସମତଳ ହେବ।
ପୁଣି ସମଗ୍ର ମନୁଷ୍ୟଜାତି ଈଶ୍ୱରଙ୍କ ପରିତ୍ରାଣ ଦେଖିବେ।’ ”