ତତ୍ପରେ ଶୟତାନ ତାଙ୍କୁ ଏକ ଉଚ୍ଚ ସ୍ଥାନକୁ ନେଇ ମୁହୂର୍ତ୍ତକ ମଧ୍ୟରେ ଜଗତର ସମସ୍ତ ରାଜ୍ୟ ଦେଖାଇଲା। ସେ ତାହାଙ୍କୁ କହିଲା, “ମୁଁ ତୁମକୁ ଏହିସବୁର କ୍ଷମତା ଓ ଐଶ୍ୱର୍ଯ୍ୟ ଦେବି; କାରଣ ଏହା ମୋତେ ଦତ୍ତ ହୋଇଛି, ଏବଂ ଯାହାକୁ ଇଚ୍ଛା ତାହାକୁ ମୁଁ ଏହା ଦେଇପାରେ। ଅତଏବ ତୁମେ ଯେବେ ମୋର ଆରାଧନା କରିବ, ତେବେ ଏସମସ୍ତ ତୁମର ହେବ।”
ଯୀଶୁ ଉତ୍ତର ଦେଲେ, “ଏହା ଲେଖାଅଛି: ‘ତୁମେ ତୁମର ପ୍ରଭୁ ଈଶ୍ୱରଙ୍କର ଆରାଧନା କର ଓ କେବଳ ତାହାଙ୍କର ସେବା କର।’ ”