ଗାଲାତୀୟ ଉପକ୍ରମଣିକା

ଉପକ୍ରମଣିକା
ଯେତେବେଳେ ଯୀଶୁଙ୍କ ସୁସମାଚାର ଅଣଇହୁଦୀମାନଙ୍କ ନିକଟରେ ପ୍ରଚାର କରାଗଲା, ସେମାନେ ତାହା ସାଦରେ ଗ୍ରହଣ କଲେ। ଏହା ଦ୍ୱାରା ଖ୍ରୀଷ୍ଟଙ୍କ ମଣ୍ଡଳୀରେ ଗୋଟିଏ ଜଟିଳ ସମସ୍ୟା ସୃଷ୍ଟି ହେଲା। ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ଇହୁଦୀମାନନେ ଦାବୀ କଲେ ଯେ, ଖ୍ରୀଷ୍ଟଧର୍ମରେ ଦୀକ୍ଷିତ ହୋଇଥିବା ଅଣଇହୁଦୀମାନେ ମଧ୍ୟ ମୋଶାପ୍ରଦତ୍ତ ଇହୁଦୀ ବିଧି ବ୍ୟବସ୍ଥାସବୁ ପାଳନ କରିବାକୁ ବାଧ୍ୟ; କିନ୍ତୁ ଏହା ଆବଶ୍ୟକ ନୁହେଁ ବୋଲି ଯୁକ୍ତି ଦର୍ଶାଇ ଏହି ପତ୍ରରେ ପାଉଲ ଦୃଢ଼ଭାବେ ଘୋଷଣା କରିଛନ୍ତି ଯେ, କେବଳ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ହିଁ ଖ୍ରୀଷ୍ଟୀୟ ଜୀବନର ପ୍ରକୃତ ଭିତ୍ତିମୂଳ। କେବଳ ଏହି ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କ ସହିତ ମନୁଷ୍ୟର ସୁସମ୍ପର୍କ ପ୍ରତିଷ୍ଠିତ ହୁଏ।
ଗାଲାତୀୟା ପଶ୍ଚିମ ଏସିଆରେ ରୋମ୍ ସାମ୍ରାଜ୍ୟର ଏକ ପ୍ରଦେଶ ଥିଲା। ଏହା ଏକ ଅଣଇହୁଦୀବହୁଳ ଅଞ୍ଚଳ ଥିଲା। ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା କେତେକ ଇହୁଦୀ ବାହାରୁ ଆସି ଏଠାରେ ସ୍ଥାପିତ ଖ୍ରୀଷ୍ଟୀୟ ମଣ୍ଡଳୀକୁ ବିଭ୍ରାନ୍ତ କରୁଥିଲେ। ପାଉଲଙ୍କ ଶିକ୍ଷାର ବିରୋଧ କରି ସେମାନେ ଗାଲାତୀୟମାନଙ୍କୁ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ପାଇଁ ପ୍ରବର୍ତ୍ତାଉଥିଲେ। ଗାଲାତୀୟ ମଣ୍ଡଳୀରେ ଯେଉଁମାନେ ଏହି ଭ୍ରାନ୍ତ ଧାରଣାର ବଶବର୍ତ୍ତୀ ହୋଇଥିଲେ, ସେମାନଙ୍କୁ ଖ୍ରୀଷ୍ଟଧର୍ମର ମୂଳ ବିଶ୍ୱାସ ପ୍ରତି ଫେରାଇ ଆଣିବା ନିମନ୍ତେ ଗାଲାତୀୟମାନଙ୍କ ନିକଟକୁ ପାଉଲ ଏହି ପତ୍ର ଲେଖିଛନ୍ତି। ପାଉଲ ନିଜକୁ ଖ୍ରୀଷ୍ଟଙ୍କର ଜଣେ କ୍ଷମତାପ୍ରାପ୍ତ ପ୍ରେରିତ ଶିଷ୍ୟ ବୋଲି ବର୍ଣ୍ଣନା କରି, ଖ୍ରୀଷ୍ଟଙ୍କ ବିଷୟରେ ପ୍ରକୃତ ଶିକ୍ଷା ଦେବା ପାଇଁ ତାଙ୍କର ଯୋଗ୍ୟତା ପ୍ରତିପାଦନ କରିଛନ୍ତି। ସେ ସେହି କ୍ଷମତା କୌଣସି ମନୁଷ୍ୟଠାରୁ ପାଇ ନାହାନ୍ତି। ସ୍ୱୟଂ ଈଶ୍ୱରଙ୍କଠାରୁ ଏହି କାର୍ଯ୍ୟ କରିବାକୁ ସେ ଆହ୍ୱାନ ପାଇଛନ୍ତି। ପୁଣି ବିଶେଷ କରି ଅଣଇହୁଦୀମାନଙ୍କ ନିକଟରେ ପ୍ରଚାର କରିବା ପାଇଁ ସେ ଆହୂତ। ସେମାନଙ୍କ ମଧ୍ୟରେ ମୋଶାଙ୍କ ବ୍ୟବସ୍ଥା ବ୍ୟାଖ୍ୟା ନ କରି, ଖ୍ରୀଷ୍ଟଧର୍ମର ମୂଳ ବିଷୟ ଅର୍ଥାତ୍ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ସ୍ଥାପନର ଏକାନ୍ତ ଆବଶ୍ୟକତା ଉପରେ ଗୁରୁତ୍ୱ ଦେବା ଉଚିତ୍ ବୋଲି ଏହି ପତ୍ରରେ ସେ ବଳିଷ୍ଠ ଯୁକ୍ତି ବାଢ଼ିଛନ୍ତି। କେବଳ ସେହି ବିଶ୍ୱାସ ଦ୍ୱାରା ମନୁଷ୍ୟ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୋଇ ପାରିବ। ପତ୍ରର ଶେଷ ଅଧ୍ୟାୟଗୁଡ଼ିକରେ ପାଉଲ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ, କେବଳ ଖ୍ରୀଷ୍ଟଧର୍ମରେ ଦୃଢ଼ ରହିବା ଦ୍ୱାରା ମନୁଷ୍ୟ ସମସ୍ତ ଖ୍ରୀଷ୍ଟୀୟ ସଦ୍ଗୁଣରେ ପରିପୂର୍ଣ୍ଣ ହୋଇପାରିବ। ବିଷୟ ସୂଚୀ ପୂର୍ବାଭାସ -
୧:୧-୧୦ ପ୍ରେରିତ ଶିଷ୍ୟତ୍ୱ ପାଇଁ ପାଉଲଙ୍କ ଯୋଗ୍ୟତା ୧:୧୧ - ୨:୨୧
ସୁସମାଚାର: ଈଶ୍ୱରଙ୍କ ଅନୁଗ୍ରହର ଦାନ ୩:୧ - ୪:୩୧
ଖ୍ରୀଷ୍ଟୀୟ ସ୍ୱାଧୀନତା ଓ ଦାୟିତ୍ୱ ୫:୧ - ୬:୧୦
ଉପସଂହାର ୬:୧୧-୧୮

ទើបបានជ្រើសរើសហើយ៖

ଗାଲାତୀୟ ଉପକ୍ରମଣିକା: ODCLBSI

គំនូស​ចំណាំ

ចែក​រំលែក

ចម្លង

None

ចង់ឱ្យគំនូសពណ៌ដែលបានរក្សាទុករបស់អ្នក មាននៅលើគ្រប់ឧបករណ៍ទាំងអស់មែនទេ? ចុះឈ្មោះប្រើ ឬចុះឈ្មោះចូល