ଗାଲାତୀୟ 6

6
ପରସ୍ପରର ଭାର ବହନ କର
1ହେ ଭାଇମାନେ! ଯଦି କେହି କୌଣସି ପ୍ରକାର ଅସତ୍ କାର୍ଯ୍ୟରେ ଧରା ପଡ଼େ, ତୁମ ମଧ୍ୟରୁ ଯେଉଁମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ପରିଚାଳିତ, ସେମାନେ ତାହାକୁ ସଂଶୋଧନ କରିବା ଉଚିତ, କିନ୍ତୁ ତୁମ୍ଭେମାନେ ଏହି କାର୍ଯ୍ୟ ମୃଦୁ, ନମ୍ର ଭାବରେ କରିବା ଆବଶ୍ୟକ। ପୁଣି ସାବଧାନ, ନିଜେ ଯେପରି ସେହିଭଳି କାର୍ଯ୍ୟ କରିବାକୁ ପ୍ରଲୋଭିତ ନ ହୁଅ। 2ପରସ୍ପରର ଭାର ବହନ କରିବା ନିମନ୍ତେ ସାହାଯ୍ୟ କର। ଏହା କରିବା ଦ୍ୱାରା ତୁମ୍ଭେମାନେ ଖ୍ରୀଷ୍ଟଙ୍କର ଆଜ୍ଞା ପାଳନ କରିବ। 3ନଗଣ୍ୟ ହୋଇ ଯେ ନିଜକୁ ବିଶିଷ୍ଟ ବୋଲି ଭାବେ, ସେ ନିଜକୁ କେବଳ ପ୍ରତାରଣା କରେ। 4ପ୍ରତ୍ୟେକେ ନିଜ ନିଜର ଆଚରଣକୁ ବିଚାର କରି ଦେଖିବା ଉଚିତ। ଯଦି ତାହା ଉକ୍ରୃଷ୍ଟ ହୋଇଥାଏ, ସେଥିପାଇଁ ସେ ନିଜକୁ କୃତାର୍ଥ ମନେକରୁ ଏବଂ ଅନ୍ୟର କାର୍ଯ୍ୟକଳାପ ସହିତ ନିଜର କୃତିତ୍ୱକୁ ତୁଳନା କରି ସେ ଗର୍ବ ନ କରୁ। 5କାରଣ ପ୍ରତ୍ୟେକଙ୍କୁ ନିଜ ନିଜର ଭାର ବହନ କରିବାକୁ ପଡ଼ିବ।
6ଖ୍ରୀଷ୍ଟୀୟ ସୁସମାଚାର ଶିକ୍ଷା କରିବା ବେଳେ ଶିକ୍ଷାଦାତା ଗୁରୁଙ୍କୁ ନିଜେ ଉପଭୋଗ କରୁଥିବା ସମସ୍ତ ଉତ୍ତମ ବିଷୟର ଅଂଶୀ କରାଇବା ଉଚିତ।
7ଈଶ୍ୱର ପ୍ରତାରିତ ହୁଅନ୍ତି ନାହିଁ; ତାହା କରିବାକୁ ଯାଇ ନିଜେ ପ୍ରତାରିତ ହୁଅ ନାହିଁ। ଯାହା ବୁଣିବ, ଠିକ୍ ତାହା ହିଁ କାଟିବ। 8ଯିଏ ପ୍ରାକୃତିକ ଲାଳସା କ୍ଷେତ୍ରରେ ବୀଜ ବୁଣେ, ସେ ମୃତ୍ୟୁରୂପ ଫସଲ ଅମଳ କରିବ। ଯଦି ସେ ପବିତ୍ର ଆତ୍ମାଙ୍କ କ୍ଷେତ୍ରରେ ବୁଣିବ, ତେବେ ଅନନ୍ତ ଜୀବନରୂପ ଫସଲ ଅମଳ କରିବ। 9ତେଣୁ ସତ୍କର୍ମ କରିବାରେ ଆମେ କ୍ଲାନ୍ତ ହେବା ଅନୁଚିତ। କାରଣ ସେଥିରୁ ବିରତ ନ ହେଲେ, ଯଥା ସମୟରେ ଆମେ ଫସଲ ଅମଳ କରି ପାରିବା। 10ତେଣୁ ଯେତେ ଥର ସୁଯୋଗ ପାଉଛୁ, ସବୁବେଳେ ସମସ୍ତଙ୍କର, ବିଶେଷରେ ଯେଉଁମାନେ ଆମ ବିଶ୍ୱାସୀ ପରିବାରଭୁକ୍ତ, ସେମାନଙ୍କର ମଙ୍ଗଳ କରିବା ଆମର ଉଚିତ।
ଶେଷ ସତର୍କ ବାଣୀ ଓ ଅଭିବାଦନ
11ଦେଖ, କେଡ଼େ ବଡ଼ ବଡ଼ ଅକ୍ଷରରେ ନିଜ ହାତରେ ମୁଁ ତୁମ୍ଭମାନଙ୍କୁ ଏହା ଲେଖୁଛି। 12ଯେଉଁମାନେ ବାହ୍ୟିକ ବିଷୟରେ ଦେଖେଇ ହୁଅନ୍ତି ଓ ବଡ଼ାଇ କରନ୍ତି, ସେମାନେ ହିଁ ତୁମ୍ଭମାନଙ୍କୁ ସୁନ୍ନତ ହେବା ନିମନ୍ତେ ବାଧ୍ୟ କରୁଛନ୍ତି। ଖ୍ରୀଷ୍ଟଙ୍କ କ୍ରୁଶ ନିମନ୍ତେ ନିର୍ଯ୍ୟାତନା ଭୋଗ ନ କରିବା ଉଦ୍ଦେଶ୍ୟରେ ସେମାନେ ଏହା କରୁଅଛନ୍ତି। 13ଯେଉଁମାନେ ସୁନ୍ନତ ବିଧି ପାଳନ କରନ୍ତି, ସେମାନେ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ପାଳନ କରି ନ ଥାନ୍ତି। ତୁମ୍ଭେମାନେ ସୁନ୍ନତ ହୁଅ ବୋଲି ସେମାନେ ଚାହୁଁଛନ୍ତି। ଏହି ଶାରୀରିକ ବିଧି ପାଳନ କରିବା ପାଇଁ ତୁମ୍ଭମାନଙ୍କୁ ପ୍ରବର୍ତ୍ତାଇ ପାରିଲେ, ସେମାନେ ଗର୍ବ କରିବେ। 14କିନ୍ତୁ ମୁଁ କେବଳ ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶ ବିଷୟରେ ଗର୍ବ କରୁଛି; କାରଣ ତାଙ୍କର କ୍ରୁଶ ଯୋଗୁଁ ଜଗତ ମୋ’ ନିମନ୍ତେ ମୃତ ଏବଂ ମୁଁ ଜଗତ ନିମନ୍ତେ ମୃତ। 15କିଏ ସୁନ୍ନତ ବା ଅସୁନ୍ନତ, ସେଥିରେ କିଛି ଯାଏ ଆସେ ନା, ନୂତନ ସୃଷ୍ଟି ହିଁ ସାର ବିଷୟ। 16ଯେଉଁମାନେ ନିଜ ଜୀବନରେ ଏହି ନୀତି ଅନୁସରଣ କରନ୍ତି, ସେମାନେ ସମସ୍ତେ ଓ ଈଶ୍ୱରଙ୍କ ଲୋକମାନେ ସମସ୍ତେ ଜୀବନରେ ଶାନ୍ତି ଓ ଅନୁଗ୍ରହ ଅନୁଭବ କରନ୍ତୁ।
17ପରିଶେଷରେ, ମୋର ଏତିକି କହିବା କଥା, ମୋତେ କେହି ଆଉ ଦୁଃଖ ନ ଦିଅନ୍ତୁ। କାରଣ ମୋ’ ଶରୀରରେ ଯେଉଁ ସବୁ କ୍ଷତ ଚିହ୍ନ ରହିଛି, ସେଥିରୁ ପ୍ରକାଶିତ ହୁଏ ଯେ, ମୁଁ ଯୀଶୁଙ୍କର କ୍ରୀତଦାସ।
18ହେ ଭାଇମାନେ! ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ ସମସ୍ତଙ୍କ ନିକଟରେ ରହୁ। ଆମେନ୍!

ទើបបានជ្រើសរើសហើយ៖

ଗାଲାତୀୟ 6: ODCLBSI

គំនូស​ចំណាំ

ចែក​រំលែក

ចម្លង

None

ចង់ឱ្យគំនូសពណ៌ដែលបានរក្សាទុករបស់អ្នក មាននៅលើគ្រប់ឧបករណ៍ទាំងអស់មែនទេ? ចុះឈ្មោះប្រើ ឬចុះឈ្មោះចូល