ପ୍ରେରିତ 28:26-27
ପ୍ରେରିତ 28:26-27 ODCLBSI
ସେ କହିଥିଲେ: ‘ଏ ଲୋକମାନଙ୍କୁ ଯାଇ କୁହ - ତୁମ୍ଭେମାନେ ଶୁଣିବ, ବହୁତ ଶୁଣିବ, କିଛି ବୁଝିବ ନାହିଁ। ତୁମ୍ଭେମାନେ ଚାହିଁ ରହିବ, କିନ୍ତୁ ଦେଖିପାରିବ ନାହିଁ। କାରଣ ଏହି ଲୋକମାନେ ସ୍ଥୁଳ ବୁଦ୍ଧି, ସେମାନେ ନିଜ ନିଜର ଆଖି କାନ ବୁଜି ଦେଇଛନ୍ତି, ତାହା ହୋଇ ନ ଥିଲେ, ସେମାନେ ଆଖି ଖୋଲି ଦେଖିପାରିଥା’ନ୍ତେ ଓ କାନ ଦେଇ ଶୁଣିପାରିଥା’ନ୍ତେ। ସେମାନଙ୍କ ମସ୍ତିଷ୍କରେ ବୁଝିବା ଶକ୍ତି ଥାଆନ୍ତା; ସେମାନେ ଈଶ୍ୱରଙ୍କୁ ଆଡ଼କୁ ଫେରି ଯାଆନ୍ତେ ଓ ମୁଁ ସେମାନଙ୍କୁ ସୁସ୍ଥ କରିଥାଆନ୍ତି’।”