ପ୍ରେରିତ 25

25
ସମ୍ରାଟଙ୍କ ନିକଟରେ ପାଉଲଙ୍କ ଆବେଦନ
1ଫେଷ୍ଟସ୍ ଏହି ପ୍ରଦେଶରେ ପହଞ୍ଚିବାର ତିନିଦିନ ପରେ ସିସେରିଆରୁ ଯିରୁଶାଲମକୁ ଗଲେ। 2ସେଠାରେ ମୁଖ୍ୟ ଯାଜକ ଓ ଇହୁଦୀ ନେତାମାନେ ପୁନର୍ବାର ପାଉଲଙ୍କ ବିରୁଦ୍ଧରେ ଅଭିଯୋଗ କଲେ। 3ପାଉଲଙ୍କୁ ଯିରୂଶାଲମକୁ ଆଣି ସେମାନଙ୍କୁ ଅନୁଗୃହୀତ କରିବା ପାଇଁ ସେମାନେ ଫେଷ୍ଟସ୍ଙ୍କୁ ନିବେଦନ କଲେ, କାରଣ ସେମାନେ ପାଉଲଙ୍କୁ ବାଟରେ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। 4ଫେଷ୍ଟସ୍ କହିଲେ, “ପାଉଲଙ୍କୁ ଏକ ବନ୍ଦୀ ରୂପେ ସିସେରିଆରେ ରଖାଯାଇଛି ଓ ଶୀଘ୍ର ମୁଁ ନିଜେ ସେଠାକୁ ଫେରିଯିବି। 5ଯଦି ସେ କିଛି ଦୋଷ କରିଛି, ତେବେ ତୁମର ନେତାମାନେ ମୋ’ ସହିତ ସିସେରିଆକୁ ଯାଆନ୍ତୁ ଓ ତା’ ବିରୁଦ୍ଧରେ ସେମାନଙ୍କ ଅଭିଯୋଗ ଉପସ୍ଥାପିତ କରନ୍ତୁ।”
6ଫେଷ୍ଟସ୍ ସେମାନଙ୍କ ସହିତ ଆଠ ଦଶ ଦିନ ରହି ସିସେରିଆକୁ ଫେରିଲେ। ତହିଁ ଆର ଦିନ ସେ ବିଚାରାଳୟରେ ବସି ପାଉଲଙ୍କୁ ଆଣିବା ପାଇଁ ଆଦେଶ ଦେଲେ। 7ପାଉଲ ଆସିବା କ୍ଷଣି ଯିରୂଶାଲମର ଇହୁଦୀମାନେ ତାଙ୍କ ଚାରିପଟେ ଘେରି ଯାଇ ଛିଡ଼ା ହେଲେ ଓ ତାଙ୍କ ବିରୁଦ୍ଧରେ ଅନେକ ଗୁରୁତର ଅଭିଯୋଗ କଲେ। କିନ୍ତୁ ସେମାନେ ଏସବୁ ପ୍ରମାଣ କରିବାକୁ ସମର୍ଥ ହେଲେ ନାହିଁ। 8ବରଂ ପାଉଲ ଆତ୍ମସମର୍ଥନ କରି କହିଲେ, “ଇହୁଦୀମାନଙ୍କର ବ୍ୟବସ୍ଥା କିମ୍ବା ମନ୍ଦିର କିମ୍ବା ରୋମୀୟ ସମ୍ରାଟ୍, କାହା ବିରୁଦ୍ଧରେ ମୁଁ କୌଣସି ଦୋଷ କରି ନାହିଁ।”
9କିନ୍ତୁ ଫେଷ୍ଟସ୍ ଇହୁଦୀମାନଙ୍କର ପ୍ରିୟପାତ୍ର ହେବାକୁ ଚାହିଁ ପାଉଲଙ୍କୁ ପଚାରିଲେ, “ଯିରୂଶାଲମକୁ ଯିବା ପାଇଁ ଓ ସେଠାରେ ମୋ’ ସମ୍ମୁଖରେ ଏହିସବୁ ଅଭିଯୋଗରେ ବିଚାରିତ ହେବା ପାଇଁ ତୁମେ କ’ଣ ରାଜି ହେବ?”
10ପାଉଲ କହିଲେ, “ମୁଁ ସମ୍ରାଟଙ୍କ ନିଜ ବିଚାରାଳୟ ସମ୍ମୁଖରେ ଛିଡ଼ା ହୋଇଛି। ଏହିଠାରେ ହିଁ ମୋର ବିଚାର ହେବା ଉଚିତ। ଆପଣ ନିଜେ ଭଲ ରୂପେ ଜାଣନ୍ତି ଯେ, ମୁଁ ଇହୁଦୀମାନଙ୍କ ବିରୁଦ୍ଧରେ କୌଣସି ଦୋଷ କରି ନାହିଁ। 11ଯଦି ମୁଁ ବ୍ୟବସ୍ଥା ଲଙ୍ଘନ କରି ମୃତ୍ୟୁଦଣ୍ଡ ଯୋଗ୍ୟ କୌଣସି କାର୍ଯ୍ୟ କରିଛି, ସେଥିରୁ ନିଷ୍କୃତି ପାଇବାକୁ ମୁଁ ଚାହୁଁ ନାହିଁ। କିନ୍ତୁ ସେମାନେ ମୋ’ ବିରୁଦ୍ଧରେ ଆଣିଥିବା ଅଭିଯୋଗଗୁଡ଼ିକରେ ଯଦି କୌଣସି ସତ୍ୟତା ନ ଥାଏ, ତେବେ କେହି ମୋତେ ସେମାନଙ୍କ ହାତରେ ଛାଡ଼ି ଦେଇପାରିବେ ନାହିଁ। ସମ୍ରାଟଙ୍କଠାରେ ମୁଁ ଏହି ଆବେଦନ କରୁଛି।”
12ତା’ପରେ ଫେଷ୍ଟସ୍ ତାଙ୍କର ସଭାସଦ୍ମାନଙ୍କ ସହିତ ପରାମର୍ଶ କରି ଉତ୍ତର ଦେଲେ, “ତୁମେ ସମ୍ରାଟଙ୍କଠାରେ ଆବେଦନ କରିଛ, ତେଣୁ ତୁମେ ସମ୍ରାଟଙ୍କ ନିକଟକୁ ଯିବ।”
ଆଗ୍ରୀପା ଓ ବର୍ଣ୍ଣିସ୍ଙ୍କ ସମ୍ମୁଖରେ ପାଉଲ
13କିଛିଦିନ ପରେ ରାଜା ଆଗ୍ରୀପା ଓ ବର୍ଣ୍ଣିସ୍ ଫେଷ୍ଟସ୍ଙ୍କୁ ସ୍ୱାଗତ ଜଣାଇବା ପାଇଁ କାଇସରିଆ ପରିଦର୍ଶନରେ ଆସିଲେ। 14ସେଠାରେ ସେମାନେ କିଛିଦିନ ରହିବା ପରେ ଫେଷ୍ଟସ୍ ରାଜାଙ୍କୁ ପାଉଲଙ୍କ ବିଷୟ ଜଣାଇ କହିଲେ, “ଫେଲିକ୍ସ୍ ବନ୍ଦୀ କରି ରଖି ଯାଇଥିବା ଜଣେ ଲୋ ଏଠାରେ ଅଛି। 15ମୁଁ ଯେତେବେଳେ ଯିରୂଶାଲମକୁ ଯାଇଥିଲି, ଇହୁଦୀ ପ୍ରଧାନ ଯାଜକ ଓ ଧର୍ମ ନେତାମାନେ ତା’ ବିରୁଦ୍ଧରେ କେତେକ ଅଭିଯୋଗ ଆଣିଲେ ଓ ମୋତେ ତାକୁ ଦୋଷୀ ସାବ୍ୟସ୍ତ କରିବାକୁ କହିଲେ। 16କିନ୍ତୁ ମୁଁ ସେମାନଙ୍କୁ କହିଲି ଯେ, ଜଣେ ଦୋଷୀକୁ ବିଚାରାଳୟରେ ତା’ର ଅଭିଯୋଗକାରୀମାନଙ୍କ ସମ୍ମୁଖରେ ଆତ୍ମସମର୍ଥନ କରିବା ପାଇଁ ସୁଯୋଗ ଦେବା ପୂର୍ବରୁ ତାକୁ ଦୋଷୀ ସାବ୍ୟସ୍ତ କରିବା ଆମ ରୋମୀୟମାନଙ୍କର ଦେଶାଚାର ନୁହେଁ। 17ସେମାନେ ଏଠାକୁ ଆସିବା ପରେ ମୁଁ କାଳ ବିଳମ୍ବ ନ କରି ତା’ ପରଦିନ ବିଚାରାଳୟରେ ବସିଲି ଓ ଲୋକଟିକୁ ଭିତରକୁ ଆଣିବା ପାଇଁ ଆଦେଶ ଦେଲି। 18ତା’ର ପ୍ରତିପକ୍ଷର ଲୋକମାନେ ତା’ ବିରୁଦ୍ଧରେ କହିବାକୁ ଛିଡ଼ା ହେଲେ, କିନ୍ତୁ ସେମାନେ ଯେଉଁ ପ୍ରକାର ଅଭିଯୋଗ ଆଣିବେ ବୋଲି ମୁଁ ମନେ କରିଥିଲି, ତା’ ସେମାନେ କରିପାରିଲେ ନାହିଁ। 19ସେମାନେ କେବଳ ନିଜ ଧର୍ମ ବିଷୟରେ ଏବଂ ଯୀଶୁ ନାମକ ଯେଉଁ ମୃତ ବ୍ୟକ୍ତିଙ୍କୁ ପାଉଲ ଜୀବିତ ବୋଲି ଦାବୀ କରୁଛନ୍ତି, ତାଙ୍କ ବିଷୟ ନେଇ ଯୁକ୍ତିତର୍କ କଲେ। 20ଏହି ସମସ୍ତ ବିଷୟ ଆହୁରି ପ୍ରାଞ୍ଜଳଭାବେ ଜାଣିବା ନିମନ୍ତେ କ’ଣ କରିବାକୁ ହେବ, କିଛି ସ୍ଥିର କରି ନ ପାରି ଏହି ଅଭିଯୋଗରେ ବିଚାରିତ ହେବା ପାଇଁ ପାଉଲ ଯିରୂଶାଲମ ଯିବେ କି ବୋଲି ମୁଁ ତାଙ୍କୁ ପଚାରିଲି। 21କିନ୍ତୁ ପାଉଲ, ନିଜେ ସମ୍ରାଟ ତା’ର ମାମଲା ନିଷ୍ପତ୍ତି କରନ୍ତୁ ବୋଲି କହି ପ୍ରହରୀମାନଙ୍କ ଦ୍ୱାରା ସୁରକ୍ଷିତ ହେବା ପାଇଁ ଚାହିଁଲା। ତେଣୁ ସମ୍ରାଟଙ୍କ ପାଖକୁ ପଠାଇବା ପର୍ଯ୍ୟନ୍ତ ତାକୁ ବନ୍ଦୀ କରି ରଖିବା ପାଇଁ ମୁଁ ଆଦେଶ ଦେଇଛି।”
22ଆଗ୍ରୀପା ଫେଷ୍ଟସ୍ଙ୍କୁ କହିଲେ, “ମୁଁ ନିଜେ ଏହି ଲୋକର କଥା ଶୁଣିବାକୁ ଚାହେଁ।”
ଫେଷ୍ଟସ୍ ଉତ୍ତର ଦେଲେ, “ଆସନ୍ତା କାଲି ଆପଣ ତାହାର କଥା ଶୁଣିବେ।”
23ତହିଁ ଆରଦିନ ଆଗ୍ରୀପା ଓ ବର୍ଣ୍ଣିସ୍ ସୈନ୍ୟବାହିନୀର ମୁଖ୍ୟ ଓ ନଗରର ବିଶିଷ୍ଟ ବ୍ୟକ୍ତିମାନଙ୍କ ସହିତ ମହା ଆଡ଼ମ୍ବରରେ ଆସି ବିଚାରାଳୟରେ ପ୍ରବେଶ କଲେ। ଫେଷ୍ଟସ୍ଙ୍କ ଆଦେଶରେ ପାଉଲ ଭିତରକୁ ଅଣାଗଲେ। 24ଫେଷ୍ଟସ୍ କହିଲେ, “ରାଜା ଆଗ୍ରୀପା ଓ ଉପସ୍ଥିତ ଭଦ୍ରମଣ୍ଡଳୀ, ଆପଣମାନେ ଏହି ଯେଉଁ ଲୋକକୁ ଦେଖୁଛନ୍ତି, ତାହା ବିରୁଦ୍ଧରେ ଏଠାକାର ଓ ଯିରୂଶାଲମରେ ଥିବା ଇହୁଦୀମାନେ ମୋ’ ନିକଟରେ ଅଭିଯୋଗ କରିଛନ୍ତି। ସେମାନେ ତା’ର ମୃତ୍ୟୁ ଦାବୀ କରି ଚିକ୍ରାର କରୁଛନ୍ତି। 25କିନ୍ତୁ ସେ ମୃତ୍ୟୁଦଣ୍ଡ ପାଇବା ଭଳି କରିଥିବା କୌଣସି ଅପରାଧ ମୁଁ ଦେଖି ନାହିଁ। ସେ ନିଜେ ସମ୍ରାଟଙ୍କୁ ଆବେଦନ କରିଥିବାରୁ, ମୁଁ ତାହାଙ୍କୁ ସେଠାକୁ ପଠାଇବା ପାଇଁ ସ୍ଥିର କରିଛି। 26କିନ୍ତୁ ତା’ ବିଷୟରେ ନିର୍ଦ୍ଦିଷ୍ଟଭାବେ ସମ୍ରାଟଙ୍କୁ ଲେଖିବା ପାଇଁ ମୋର କିଛି ନାହିଁ। ତେଣୁ ମୁଁ ତାକୁ ଆପଣମାନଙ୍କ ସମ୍ମୁଖକୁ ଏବଂ ବିଶେଷଭାବେ ହେ ରାଜା ଆଗ୍ରୀପା, ଆପଣଙ୍କ ସମ୍ମୁଖକୁ ଆଣିଛି, ଯେପରି କି ତାହାର ବିଷୟ ଭଲ ଭାବରେ ତଦନ୍ତ କରିବା ପରେ ମୁଁ କିଛି ଲେଖିପାରିବି। 27କାରଣ ଗୋଟିଏ ବନ୍ଦୀ ବିରୁଦ୍ଧରେ ଥିବା ଅଭିଯୋଗଗୁଡ଼ିକ ପରିଷ୍କାରଭାବେ ନ ଦର୍ଶାଇ ତାକୁ ସମ୍ରାଟଙ୍କ ନିକଟକୁ ପଠାଇବା ଠିକ୍ ହେବ ନାହିଁ ବୋଲି ମୁଁ ମନେ କରୁଛି।”

ទើបបានជ្រើសរើសហើយ៖

ପ୍ରେରିତ 25: ODCLBSI

គំនូស​ចំណាំ

ចែក​រំលែក

ចម្លង

None

ចង់ឱ្យគំនូសពណ៌ដែលបានរក្សាទុករបស់អ្នក មាននៅលើគ្រប់ឧបករណ៍ទាំងអស់មែនទេ? ចុះឈ្មោះប្រើ ឬចុះឈ្មោះចូល