ପ୍ରେରିତ 20
20
ମାସିଦୋନିଆ ଓ ଆଖାୟାକୁ ଯାତ୍ରା
1ଗଣ୍ଡଗୋଳ ଅବସାନ ହେବା ପରେ ପାଉଲ ବିଶ୍ୱାସୀମାନଙ୍କୁ ଏକତ୍ରିତ କରାଇ ଉତ୍ସାହପୂର୍ଣ୍ଣ ବାଣୀ ଶୁଣାଇଲେ। ସେମାନଙ୍କଠାରୁ ବିଦାୟ ନେଇ ସେ ମାସିଦୋନିଆକୁ ଗଲେ। 2ସେ ସବୁ ଅଞ୍ଚଳ ଦେଇ ଯାତ୍ରା କଲେ ଓ ଅନେକ ଉପଦେଶ ଦେଇ ଲୋକମାନଙ୍କୁ ଉତ୍ସାହିତ ଲେ। 3ତା’ପରେ ସେ ଆଖାୟାରେ ପହଞ୍ଚି ସେଠାରେ ତିନି ମାସ ରହିଲେ। ସେ ସିରିଆକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଇହୁଦୀମାନେ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଖବର ପାଇ ମାସିଦୋନିଆ ବାଟେ ଫେରିଯିବା ପାଇଁ ସ୍ଥିର କଲେ। 4ବେରିଆ ନିବାସୀ ପୁରଙ୍କ ପୁତ୍ର ସୋପାତ୍ର, ଥେସଲନିକୀର ଆରିଷ୍ଟାର୍ଖସ୍ ଓ ସେକୁନ୍ଦ, ଦର୍ବୀର ଗାୟ, ଆସିଆ ଦେଶର ତୁଖିକ ଓ ତ୍ରଫିମ, ପୁଣି ତୀମଥି ତାଙ୍କ ସହିତ ଗଲେ। 5ସେମାନେ ଆଗରୁ ଯାଇ ତ୍ରୋୟାରେ ଆମକୁ ଅପେକ୍ଷା କରିଥିଲେ। 6ଖମୀରଶୂନ୍ୟ ରୋଟୀ ପର୍ବ ପରେ ଆମେ ଫିଲିପ୍ପୀରୁ ଜଳଯାତ୍ରା କରି ପାଞ୍ଚ ଦିନ ପରେ ତ୍ରୋୟାରେ ସେମାନଙ୍କ ସହିତ ଯୋଗ ଦେଲୁ ଓ ସେଠାରେ ଏକ ସପ୍ତାହ ଅତିବାହିତ କଲୁ।#20:6 ଆମ୍ଭେ ସମ୍ଭବତଃ, ଏହି ପୁସ୍ତକର ଲେଖକ ଲୂକ ସେତେବେଳେ ପାଉଲଙ୍କ ସହିତ ଥିଲେ। ଅନ୍ୟମାନେ ଚାଲି ଯାଇ ତ୍ରୋୟାରେ ଅପେକ୍ଷା କରୁଥିବା ସମୟରେ, ଲୂକ ଓ ପାଉଲ ଫିଲିପ୍ପୀରୁ ଜାହାଜ ଯୋଗେ ବାହାରିଲେ। ଏହା ଏକ ପ୍ରତ୍ୟକ୍ଷଦର୍ଶୀଙ୍କ ବିବରଣୀ।
ତ୍ରୋୟାରେ ପାଉଲଙ୍କ ଶେଷ ଅବସ୍ଥାନ
7ଶନିବାର ସନ୍ଧ୍ୟାରେ ଆମ୍ଭେମାନେ ସମ୍ମିଳିତ ଭୋଜନ ପାଇଁ ଏକତ୍ରିତ ହେଲୁ। ପାଉଲ ଲୋକମାନଙ୍କୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ଉପଦେଶ ଦେଲେ, କାରଣ ତହିଁ ଆରଦିନ ସେ ସେହି ସ୍ଥାନ ପରିତ୍ୟାଗ କରିବାକୁ ଯାଉଥିଲେ। 8ଯେଉଁ ଉପର କୋଠରୀରେ ଆମେ ସଭା କରିଥିଲୁ, ସେଠାରେ ଅନେକ ପ୍ରଦୀପ ଜଳୁଥିଲା। 9ସେଠାରେ ଇଉଟିକସ୍ ନାମକ ଜଣେ ଯୁବକ ଝରକା ଉପରେ ବସିଥିଲା, ପାଉଲ କଥା କହୁଥିବା ସମୟରେ ତାକୁ ନିଦ ଲାଗି ଆସିଲା। ସେ ନିଦ୍ରାଭିଭୂତ ହୋଇ ତିନି ମହଲା ଉପରୁ ତଳେ ପଡ଼ିଗଲା। ସେମାନେ ତାକୁ ଉଠାଇବାବେଳେ ସେ ମରି ଯାଇଥିଲା। 10କିନ୍ତୁ ପାଉଲ ତଳକୁ ଓହ୍ଲାଇ ଆସି ତାକୁ କୁଣ୍ଢାଇ ଧରି କହିଲେ, “ବ୍ୟସ୍ତ ହୁଅ ନାହିଁ। ସେ ବଞ୍ଚିଛି।” 11ତା’ପରେ ସେ ଉପରକୁ ଫେରି ଯାଇ ରୋଟୀ ଭାଙ୍ଗି ଭୋଜନ କଲେ ଓ ସୂର୍ଯ୍ୟୋଦୟ ହେବା ପର୍ଯ୍ୟନ୍ତ ସେମାନଙ୍କ ସହିତ ବହୁତ କଥାବାର୍ତ୍ତା କରି ସେଠାରୁ ପ୍ରସ୍ଥାନ କଲେ। 12ଲୋକମାନେ ଯୁବକଟିକୁ ଜୀବିତ ଦେଖି ତା’ ଘରକୁ ନେଇଗଲେ ଏବଂ ବହୁ ଆଶ୍ୱାସନା ପାଇଲେ।
ତ୍ରୋୟାରୁ ମିଲୀଟସକୁ ଯାତ୍ରା!
13ଆମେ ଆଗରୁ ଜାହାଜରେ ଚଢ଼ି ଆସୋସ୍କୁ ଯାତ୍ରା କଲୁ। ସେଠାରୁ ଆମେ ପାଉଲଙ୍କୁ ଜାହାଜରେ ନେଇ ଯିବାର ସ୍ଥିର ହୋଇଥିଲା, କାରଣ ସେ ସ୍ଥଳପଥରେ ଯାଇ ସେହି ସ୍ଥାନରେ ପହଞ୍ଚିବେ ବୋଲି କହିଥିଲେ। 14ସେ ଯେତେବେଳେ ଆମକୁ ଆସୋସ୍ରେ ଭେଟିଲେ, ଆମେ ତାଙ୍କୁ ଜାହାଜରେ ଉଠାଇ ମିତିଲିନୀକୁ ଗଲୁ। 15ସେଠାରୁ ପୁଣି ଯାତ୍ରା କରି ତହିଁ ଆରଦିନ ଖିଅସ୍ ନିକଟରେ ପହଞ୍ଚିଲୁ। ଆଉ ଦିନକ ପରେ ଆମେ ସାମୋସ୍ରେ ପହଞ୍ଚି, ତା’ ପରଦିନ ମିଲୀଟସରେ ପହଞ୍ଚିଲୁ। 16ଆସିଆ ପ୍ରଦେଶରେ ଆଉ ଅଧିକ ସମୟ ଅତିବାହିତ ନ କରି ଏଫିସସ୍ କୂଳେ କୂଳେ ଜାହାଜ ଚଳାଇବାକୁ ପାଉଲ ସ୍ଥିର କଲେ। ଯଦି ସମ୍ଭବ ହୁଏ, ପେଣ୍ଟିକଷ୍ଟ ଦିନରେ ଯିରୂଶାଲମରେ ପହଞ୍ଚିବା ପାଇଁ ସେ ଉଦ୍ଗ୍ରୀବ ହେଉଥିଲେ।
ଏଫିସୀୟ ମଣ୍ଡଳୀର ନେତାମାନଙ୍କୁ ପାଉଲଙ୍କର ବିଦାୟ ଭାଷଣ
17ଏଫିସୀୟ ମଣ୍ଡଳୀର ବୟୋଜ୍ୟେଷ୍ଠ ନେତାମାନଙ୍କୁ ତାଙ୍କ ସହିତ ସାକ୍ଷାତ କରିବା ପାଇଁ ପାଉଲ ଡକାଇଲେ। 18ସେମାନେ ଆସି ଉପସ୍ଥିତ ହେବାରୁ ପାଉଲ କହିଲେ, “ଆସିଆ ପ୍ରଦେଶରେ ପହଞ୍ଚିବାର ପ୍ରଥମ ଦିନଠାରୁ ମୁଁ କିପରି ତୁମ୍ଭମାନଙ୍କ ସହିତ ଅଧିକାଂଶ ସମୟ ଅତିବାହିତ କରିଛି, ତାହା ତୁମ୍ଭେମାନେ ଜାଣ। 19ଇହୁଦୀମାନଙ୍କ ଷଡ଼ଯନ୍ତ୍ର ଲାଗି ମୋତେ ଯେଉଁ ସବୁ ଦୁଃଖକଷ୍ଟ ଭୋଗ କରିବାକୁ ପଡ଼ିଲା, ତା’ ଭିତରେ ମୁଁ ଈଶ୍ୱରଙ୍କ ସେବକ ରୂପେ ଅଶ୍ରୁପାତ କରି ନମ୍ରତାର ସହିତ ମୋର କାର୍ଯ୍ୟ କରି ଯାଇଛି। 20ତୁମେ ଜାଣ ଯେ, ମୁଁ ଲୋକମାନଙ୍କ ନିକଟରେ ପ୍ରଚାର କରିବା ସମୟରେ ଓ ତୁମ୍ଭମାନଙ୍କ ଗୃହରେ ଉପଦେଶ ଦେବା ସମୟରେ ତୁମର ଉପକାର ହେବା ଭଳି କୌଣସି ବିଷୟ ପ୍ରକାଶ କରିବାକୁ ସଙ୍କୋଚ ବୋଧ କରି ନ ଥିଲି। 21ଇହୁଦୀ ଓ ଅଣଇହୁଦୀ ସମସ୍ତଙ୍କୁ ମୁଁ ଦୃଢ଼ ସତର୍କ ବାଣୀ ଶୁଣାଇଥିଲି ଯେ, ସେମାନେ ପାପରୁ ବିମୁଖ ହୋଇ ଈଶ୍ୱରଙ୍କ ପ୍ରତି ମନ ଫେରାଇବେ ଏବଂ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରିବେ। 22ବର୍ତ୍ତମାନ ପବିତ୍ରଆତ୍ମାଙ୍କର ନିର୍ଦ୍ଦେଶ ପାଳନ କରି ମୁଁ ଯିରୂଶାଲମକୁ ଯାଉଛି - ଜାଣେନା ସେଠାରେ ମୋର କଅଣ ହେବ। 23ପବିତ୍ରଆତ୍ମା ମୋତେ ସତର୍କ କରିଦେଇଛନ୍ତି ଯେ ପ୍ରତି ନଗରରେ ମୁଁ କାରାବରଣ କରି କଷ୍ଟଭୋଗ କରିବି। 24କିନ୍ତୁ ମୋ’ ପାଇଁ ମୋ’ ନିଜ ଜୀବନକୁ ମୁଁ ନଗଣ୍ୟ ମନେ କରେ। ଈଶ୍ୱରଙ୍କ ଅନୁଗ୍ରହ ବିଷୟରେ ପ୍ରଭୁ ଯୀଶୁ ଯେଉଁ ବାର୍ତ୍ତା ଘୋଷଣା କରିବା ପାଇଁ ମୋତେ ଦାୟିତ୍ୱ ଦେଇଛନ୍ତି, ତାହା ପୂରଣ କରି ମୋର ପ୍ରଚାର କାର୍ଯ୍ୟ ସଂପୂର୍ଣ୍ଣ କରିବି - ଏତିକି କେବଳ ମୋର ଇଚ୍ଛା।#୨ ତୀମଥି ୪:୭।
25“ଈଶ୍ୱରଙ୍କ ରାଜ୍ୟ ବିଷୟରେ ପ୍ରଚାର କରିବା ପାଇଁ ମୁଁ ତୁମ ସମସ୍ତଙ୍କ ନିକଟକୁ ଯାଇଛି। ବର୍ତ୍ତମାନ ମୁଁ ଜାଣେ ଯେ, ତୁମ ମଧ୍ୟରୁ କେହି ମୋତେ ଆଉ ଥରେ ଦେଖିବ ନାହିଁ। 26ତେଣୁ ଆଜିର ଏହି ସୁଯୋଗରେ ମୁଁ ଦୃଢ଼ଭାବେ ତୁମ ନିକଟରେ ଘୋଷଣା କରୁଛି ଯେ, ଯଦି ତୁମ ମଧ୍ୟରୁ କେହି ବିନଷ୍ଟ ହୁଏ, ସେଥିପାଇଁ ମୁଁ ଦାୟୀ ନୁହେଁ। 27କାରଣ ଈଶ୍ୱରଙ୍କ ସମୁଦାୟ ଉଦ୍ଦେଶ୍ୟ ତୁମ୍ଭମାନଙ୍କ ନିକଟରେ ପ୍ରକାଶ କରିବାକୁ ମୁଁ ସଙ୍କୋଚ ବୋଧ କରି ନାହିଁ। 28ଅତଏବ ତୁମ୍ଭେମାନେ ନେତା ରୂପେ ନିଜ ବିଷୟରେ ଓ ପବିତ୍ରଆତ୍ମା ତୁମ୍ଭମାନଙ୍କ ତତ୍ତ୍ୱାବଧାନରେ ଯେଉଁ ବିଶ୍ୱାସୀ ପଲକୁ ଛାଡ଼ି ଦେଇଛନ୍ତି, ସେହି ସମସ୍ତଙ୍କ ବିଷୟରେ ଯତ୍ନଶୀଳ ହୁଅ। ମେଷପାଳକ ପରି ଈଶ୍ୱରଙ୍କ ମଣ୍ଡଳୀର ଯତ୍ନ ନିଅ। ସେହି ମଣ୍ଡଳୀକୁ ସେ ତାଙ୍କ ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ନିଜସ୍ୱ କରିଅଛନ୍ତି। 29ମୁଁ ଜାଣେ, ମୁଁ ଯିବା ପରେ ତୁମ ମଧ୍ୟକୁ ଭୟଙ୍କର ହେଟା ବାଘମାନେ ଆସିବେ ଓ ପଲକୁ କ୍ଷତବିକ୍ଷତ ନ କରି ଛାଡ଼ିବେ ନାହିଁ। 30ସମୟ ଆସିବ, ଯେତେବେଳେ ତୁମ୍ଭମାନଙ୍କ ନିଜ ଦଳର କେତେକ ଲୋକ ବିଶ୍ୱାସୀମାନଙ୍କୁ ମିଥ୍ୟା କହି ବିପଥରେ କଢ଼ାଇ ନେବେ। 31ସେତେବେଳେ ସତର୍କ ରୁହ, ମୁଁ ଯେ ଦିନ ରାତି ଅଶ୍ରୁ ଢାଳି ତିନି ବର୍ଷ ପର୍ଯ୍ୟନ୍ତ ତୁମ ପ୍ରତ୍ୟେକଙ୍କୁ ଶିକ୍ଷା ଦେଇଛି, ଏ କଥା ସ୍ମରଣରେ ରଖ।
32“ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ଈଶ୍ୱରଙ୍କ ହାତରେ ଓ ତାଙ୍କ ଅନୁଗ୍ରହପୂର୍ଣ୍ଣ ବାକ୍ୟ ନିକଟରେ ସମର୍ପଣ କରୁଛି; ସେହି ବାକ୍ୟ ତୁମ୍ଭମାନଙ୍କୁ ବଳିଷ୍ଠ କରିବା ପାଇଁ ଓ ଈଶ୍ୱରଙ୍କ ଲୋକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ସମସ୍ତ ଆଶୀର୍ବାଦ ତୁମକୁ ଦେବା ପାଇଁ ସମର୍ଥ। 33ମୁଁ କାହାରି ରୂପା, ସୁନା କିମ୍ବା ବସ୍ତ୍ର ପାଇବାକୁ ଆଶା କରି ନାହିଁ। 34ତୁମ୍ଭେମାନେ ଜାଣ, ମୁଁ ମୋର ଏହି ଦୁଇ ହାତରେ ପରିଶ୍ରମ କରି ନିଜର ଓ ମୋ’ ସହକର୍ମୀମାନଙ୍କର ସମସ୍ତ ଆବଶ୍ୟକତା ପୂରଣ କରିଛି। 35‘ପାଇବାଠାରୁ ଦାନ କରିବାରେ ଅଧିକ ଆନନ୍ଦ ଥାଏ’, ସ୍ୱୟଂ ପ୍ରଭୁ ଯୀଶୁଙ୍କର ଏହି ବାକ୍ୟକୁ ସ୍ମରଣ କରି ଏହି ପ୍ରକାର କଠିଣ ପରିଶ୍ରମ ଦ୍ୱାରା ଆମେ ଦୁର୍ବଳ ଲୋକମାନଙ୍କୁ ସାହାଯ୍ୟ କରିବା ଉଚିତ, ଏ ସମ୍ପର୍କରେ ମୁଁ ସବୁବେଳେ ତୁମ୍ଭମାନଙ୍କୁ ଆଦର୍ଶ ଦେଖାଇଛି।”
36ଭାଷଣ ଶେଷ କରିବା ପରେ ପାଉଲ ସେମାନଙ୍କ ସହିତ ଆଣ୍ଠୁମାଡ଼ି ପ୍ରାର୍ଥନା କଲେ। 37ସମସ୍ତେ କାନ୍ଦି କାନ୍ଦି ତାଙ୍କୁ ଆଲିଙ୍ଗନ କରି ବିଦାୟ ଚୁମ୍ବନ ଦେଲେ। 38ସେମାନେ ତାଙ୍କୁ ଆଉ ଦେଖି ପାରିବେ ନାହିଁ ବୋଲି ସେ କହିଥିବାରୁ ସେମାନେ ଅତ୍ୟନ୍ତ ଶୋକାତୁର ହୋଇ ପଡ଼ିଥିଲେ। ସେମାନେ ତାଙ୍କୁ ବିଦାୟ ଦେବା ପାଇଁ ଜାହାଜ ନିକଟକୁ ଗଲେ।
ទើបបានជ្រើសរើសហើយ៖
ପ୍ରେରିତ 20: ODCLBSI
គំនូសចំណាំ
ចែករំលែក
ចម្លង

ចង់ឱ្យគំនូសពណ៌ដែលបានរក្សាទុករបស់អ្នក មាននៅលើគ្រប់ឧបករណ៍ទាំងអស់មែនទេ? ចុះឈ្មោះប្រើ ឬចុះឈ្មោះចូល
Odia (CL) NT - ପବିତ୍ର ବାଇବଲ
© The Bible Society of India, 2018.
Used by permission. All rights reserved worldwide.

: