ପ୍ରେରିତ 18
18
କରିନ୍ଥରେ ପାଉଲଙ୍କ କାର୍ଯ୍ୟ
1ଏହାପରେ ପାଉଲ ଆଥେନ୍ସ୍ ଛାଡ଼ି କରିନ୍ଥକୁ ଗଲେ। 2ସେଠାରେ ସେ ପନ୍ତସ୍ରେ ଜନ୍ମ ଲାଭ କରିଥିବା ଆକ୍ୱିଲା ନାମକ ଜଣେ ଇହୁଦୀଙ୍କୁ ଭେଟିଲେ। ସମ୍ରାଟ୍ ଜୁଡିଅସ୍ ସମସ୍ତ ଇହୁଦୀଙ୍କୁ ରୋମ୍ ପରିତ୍ୟାଗ କରିବା ପାଇଁ ଆଦେଶ ଦେଇଥିବାରୁ, ସେ ଅଳ୍ପଦିନ ତଳେ ତାଙ୍କ ସ୍ତ୍ରୀ ପ୍ରିସ୍କିଲାଙ୍କ ସହିତ ଇଟାଲୀରୁ ଆସିଥିଲେ। 3ପାଉଲ ସେମାନଙ୍କୁ ଦେଖା କରିବାକୁ ଯାଇ ସେମାନଙ୍କ ସହିତ ବାସ କଲେ, କାରଣ ସେ ମଧ୍ୟ ସେମାନଙ୍କ ପରି ତମ୍ବୁ ନିର୍ମାଣ କରି ଜୀବିକା ନିର୍ବାହ କରୁଥିଲେ। 4ଇହୁଦୀ ତଥା ଗ୍ରୀକ୍ମାନଙ୍କ ମନରେ ପ୍ରଭୁଙ୍କ ପ୍ରତି ବିଶ୍ୱାସ ଜନ୍ମାଇବା ନିମନ୍ତେ ପ୍ରତ୍ୟେକ ବିଶ୍ରାମବାର ଦିନ ସେ ସମାଜ ଗୃହରେ ଆଲୋଚନା କରୁଥିଲେ।
5ଶୀଲା ଓ ତୀମଥି ମାସିଦୋନିଆରୁ ଫେରି ଆସିବା ପରେ ପାଉଲ ଇହୁଦୀମାନଙ୍କ ନିକଟରେ ଯୀଶୁଙ୍କ ଶୁଭବାର୍ତ୍ତା ପ୍ରଚାର କରିବାରେ ପୂର୍ଣ୍ଣ ସମୟ ବିନିଯୋଗ କଲେ ଏବଂ ଯୀଶୁଙ୍କୁ ମସୀହ ବୋଲି ସାକ୍ଷ୍ୟ ଦେଲେ। 6କିନ୍ତୁ ସେମାନେ ତାଙ୍କର ବିରୋଧ କରି ତାଙ୍କର କୁତ୍ସାରଟନା କରିବାରୁ, ଏହାର ପ୍ରତିବାଦ ସ୍ୱରୂପ ସେ ନିଜ ବସ୍ତ୍ରରୁ ଧୂଳି ଝାଡ଼ି ଦେଇ ସେମାନଙ୍କୁ କହିଲେ, “”ଯଦି ତୁମ୍ଭେମାନେ ବିନଷ୍ଟ ହୁଅ, ତେବେ ସେଥିପାଇଁ ତୁମ୍ଭେମାନେ ନିଜେ ଦାୟୀ ହେବ। ମୁଁ ଏଥିପାଇଁ ଦାୟୀ ନୁହେଁ। ଏଣିକି ମୁଁ ଅଣଇହୁଦୀମାନଙ୍କ ପାଖକୁ ଯିବି।” 7ତେଣୁ ସେ ସେମାନଙ୍କୁ ଛାଡ଼ି ଈଶ୍ୱରଙ୍କ ଉପାସନା କରୁଥିବା ତିତସ୍ ଯୁସ୍ତ ନାମକ ଜଣେ ଅଣଇହୁଦୀଙ୍କ ଘରେ ରହିବାକୁ ଗଲେ। ଯୁସ୍ତଙ୍କ ଘର ସମାଜ ଗୃହ ପାଖରେ ଥିଲା। 8ସମାଜ ଗୃହର ଅଧ୍ୟକ୍ଷ କ୍ରିସ୍ପସ୍ ଓ ତାଙ୍କ ପରିବାରର ସମସ୍ତେ ପ୍ରଭୁଙ୍କଠାରେ ବିଶ୍ୱାସ କଲେ ଏବଂ କରିନ୍ଥର ଆହୁରି ଅନେକ ଲୋକ ପାଉଲଙ୍କ ଶିକ୍ଷା ଶୁଣି ବିଶ୍ୱାସ କଲେ ଓ ଜଳଦୀକ୍ଷା ଗ୍ରହଣ କଲେ।
9ଗୋଟିଏ ରାତିରେ ପାଉଲ ଏକ ଦର୍ଶନ ପାଇଲେ, ଦର୍ଶନରେ ପ୍ରଭୁ ତାଙ୍କୁ କହିଲେ, “ଭୟ କର ନାହିଁ, ପ୍ରଚାର କରୁଥାଅ, ସେଥିରୁ ବିରତ ହୁଅ ନାହିଁ, 10କାରଣ ମୁଁ ତୁମ ସଙ୍ଗେ ସଙ୍ଗେ ଅଛି। କେହି ତୁମର କ୍ଷତି କରିପାରିବ ନାହିଁ, କାରଣ ଏହି ନଗରରେ ମୋର ଅନେକ ଲୋକ ଅଛନ୍ତି।” 11ତେଣୁ ପାଉଲ ସେଠାରେ ଈଶ୍ୱରଙ୍କ ବାକ୍ୟ ବିଷୟରେ ଶିକ୍ଷା ଦେଇ ଦେଢ଼ ବର୍ଷ ରହିଗଲେ।
12ଗାଲିୟୋ ଆଖାୟାର ରୋମୀୟ ଶାସକ ଥିବା ସମୟରେ, ଇହୁଦୀମାନେ ଏକତ୍ରିତ ହୋଇ ପାଉଲଙ୍କୁ ଧରି ବିଚାରାଳୟକୁ ନେଲେ। 13ସେମାନେ କହିଲେ, “ଏହି ଲୋକ ଆମ ବ୍ୟବସ୍ଥା ବିରୁଦ୍ଧ ରୀତିରେ ଈଶ୍ୱରଙ୍କ ଉପାସନା କରିବାକୁ ଲୋକମାନଙ୍କୁ ପ୍ରବର୍ତ୍ତାଉଛି।”
14ପାଉଲ ଉତ୍ତର ଦେବାକୁ ଉଦ୍ୟତ ହେବା ସମୟରେ, ଗାଲିୟୋ ଇହୁଦୀମାନଙ୍କୁ କହିଲେ, “ଯଦି ଏଥିରେ କୌଣସି ଦୋଷ ବା ଅପରାଧର ବିଷୟ ଥାଏ, ତେବେ ତୁମ ପ୍ରତି ସହିଷ୍ଣୁ ହୋଇ ତୁମ କଥା ଶୁଣିବା ମୋ’ ପକ୍ଷରେ ଯୁକ୍ତିଯୁକ୍ତ ହେବ। 15କିନ୍ତୁ ଏହି ମାମଲା କେବଳ ତୁମର ନିଜ ବିଧିବିଧାନ, ଶବ୍ଦାର୍ଥ ଓ ନାମ ସଂକ୍ରାନ୍ତୀୟ ହୋଇଥିବାରୁ ତୁମେ ନିଜେ ଏହାର ନିଷ୍ପତ୍ତି କରିବା ଉଚିତ। ମୁଁ ଏପରି ବିଷୟ, ବିଚାର କରିବି ନାହିଁ।” 16ଏହା କହି ସେ ସେମାନଙ୍କୁ ବିଚାରାଳୟରୁ ତଡ଼ି ଦେଲେ। 17ସେମାନେ ସମାଜର ଗୃହର ଅଧ୍ୟକ୍ଷ ସସ୍ଥନସ୍ଙ୍କୁ ଧରି ବିଚାରାଳୟ ସମ୍ମୁଖରେ ମାଡ଼ କାରିଲେ। କିନ୍ତୁ ଗାଲିୟୋ ସେଥିପ୍ରତି ଭ୍ରୂକ୍ଷେପ କଲେ ନାହିଁ।
ଆଣ୍ଟିୟୋଖକୁ ପ୍ରତ୍ୟାବର୍ତ୍ତନ
18ପାଉଲ କରିନ୍ଥରେ ବିଶ୍ୱାସୀମାନଙ୍କ ସହିତ ଅନେକ ଦିନ ବାସ କଲେ। ତା’ପରେ ସେମାନଙ୍କୁ ଛାଡ଼ି ପ୍ରିସ୍କିଲା ଓ ଆକ୍ୱିଲାଙ୍କ ସହିତ ସିରିଆ ଅଭିମୁଖେ ଜଳଯାତ୍ରା କଲେ। ସେଂକ୍ରିୟାରୁ ଜଳଯାତ୍ରା ଆରମ୍ଭ କରିବା ପୂର୍ବରୁ ତାଙ୍କ ଏକ ମାନତ ଅନୁଯାୟୀ ସେ ତାଙ୍କ ମସ୍ତକ ମୁଣ୍ଡନ କଲେ।#ଗଣନା ୬:୧୮। 19ସେମାନେ ଏଫିସସ୍ରେ ପହଞ୍ଚିବା ପରେ ପାଉଲ ପ୍ରିସ୍କିଲା ଓ ଆକ୍ୱିଲାଙ୍କୁ ବିଦାୟ ଦେଲେ। ସେ ସେଠାରେ ସମାଜ ଗୃହକୁ ଯାଇ ଇହୁଦୀମାନଙ୍କ ସହିତ ଧର୍ମାଲୋଚନା କଲେ। 20ଲୋକମାନେ ତାଙ୍କୁ ଆହୁରି ବେଶୀ ଦିନ ରହିବାକୁ କହିଲେ, କିନ୍ତୁ ସେ ରାଜି ହେଲେ ନାହିଁ। 21ବିଦାୟ ନେବା ସମୟରେ ସେ ସେମାନଙ୍କୁ କହିଲେ, “ଯଦି ଈଶ୍ୱରଙ୍କର ଇଚ୍ଛା ଥାଏ, ମୁଁ ତୁମ୍ଭମାନଙ୍କ ନିକଟକୁ ଫେରି ଆସିବି।” ତା’ପରେ ସେ ଜାହାଜ ଯୋଗେ ଏଫିସସ୍ ଛାଡ଼ିଲେ।
22ସିସେରିଆରେ ପହଞ୍ଚି ସେଠାରୁ ସେ ଯିରୂଶାଲମକୁ ଗଲେ ଓ ମଣ୍ଡଳୀକୁ ଶୁଭେଚ୍ଛା ଜ୍ଞାପନ କରି ସେଠାରୁ ଆଣ୍ଟିୟୋଖକୁ ଗଲେ। 23ସେଠାରେ କିଛିଦିନ କଟାଇବା ପରେ ସେ ପୁଣି ଯାତ୍ରା କରି ଗାଲାତୀୟ ଓ ଫ୍ରିଜିୟା ଅଞ୍ଚଳ ମଧ୍ୟ ଦେଇ ଗଲେ ଓ ବାଟରେ ବିଶ୍ୱାସୀମାନଙ୍କୁ ସେମାନଙ୍କ ବିଶ୍ୱାସରେ ଦୃଢ଼ ହେବା ପାଇଁ ଉତ୍ସାହିତ କଲେ।
ଏଫିସସ୍ ଓ କରିନ୍ଥରେ ଆପୋଲ୍ଲୋ
24ସେହି ସମୟରେ ଆଲେକ୍ଜାଣ୍ଡ୍ରିଆରେ ଜନ୍ମ ଗ୍ରହଣ କରିଥିବା ଆପୋଲ୍ଲୋ ନାମରେ ଜଣେ ଇହୁଦୀ ଏଫିସସ୍କୁ ଆସିଲେ। ସେ ଜଣେ ସୁବକ୍ତା ଓ ଧର୍ମଶାସ୍ତ୍ରରେ ତାଙ୍କର ଗଭୀର ଜ୍ଞାନ ଥିଲା। 25ସେ ପ୍ରଭୁଙ୍କ ମାର୍ଗ ବିଷୟରେ ଶିକ୍ଷା ପାଇଥିଲେ ଓ ଅତ୍ୟନ୍ତ ଉତ୍ସାହର ସହିତ ପ୍ରକୃତ ତଥ୍ୟ ପ୍ରକାଶ କରି ଶିକ୍ଷା ଦେଉଥିଲେ। କିନ୍ତୁ ଏ ସମ୍ପର୍କରେ ସେ କେବଳ ଯୋହନଙ୍କ ଜଳଦୀକ୍ଷା ବିଷୟ ଜାଣିଥିଲେ। 26ସମାଜ ଗୃହରେ ସେ ନିର୍ଭୀକଭାବେ ଶିକ୍ଷା ଦେବାକୁ ଲାଗିଲେ। ତାଙ୍କର ଶିକ୍ଷା ଶୁଣି ପ୍ରିସ୍କିଲା ଓ ଆକ୍ୱିଲା ତାଙ୍କୁ ନିଜ ଘରକୁ ନେଲେ ଓ ସେଠାରେ ତାଙ୍କୁ ଈଶ୍ୱରଙ୍କ ମାର୍ଗ ସମ୍ବନ୍ଧରେ ସଠିକ୍ ଭାବରେ ବୁଝାଇଦେଲେ। 27ତା’ପରେ ଆପୋଲ୍ଲୋ ଆଖାୟା ପ୍ରଦେଶକୁ ଯିବା ପାଇଁ ସ୍ଥିର କରିବାରୁ, ଏଫିସସ୍ର ବିଶ୍ୱାସୀମାନେ ତାଙ୍କୁ ସାହାଯ୍ୟ କଲେ ଏବଂ ତାଙ୍କୁ ସାଦରେ ଗ୍ରହଣ କରିବା ପାଇଁ ଅନୁରୋଧ ଜଣାଇ ଆଖାୟାର ବିଶ୍ୱାସୀମାନଙ୍କୁ ପତ୍ର ଲେଖିଲେ। ସେ ସେଠାରେ ପହଞ୍ଚି ଈଶ୍ୱରଙ୍କ ଅନୁଗ୍ରହରୁ ବିଶ୍ୱାସ ହୋଇଥିବା ବ୍ୟକ୍ତିମାନଙ୍କୁ ବହୁତ ସାହାଯ୍ୟ କଲେ। 28ଯୀଶୁ ଯେ ମସୀହ ଅଟନ୍ତି, ତାଙ୍କର ବଳିଷ୍ଠ ଯୁକ୍ତି ଦ୍ୱାରା ଧର୍ମଶାସ୍ତ୍ରରୁ ଏହା ପ୍ରମାଣ କରି ଭାଷଣ ଦେବା ସମୟରେ ସେ ଇହୁଦୀମାନଙ୍କୁ ପରାସ୍ତ କଲେ।
ទើបបានជ្រើសរើសហើយ៖
ପ୍ରେରିତ 18: ODCLBSI
គំនូសចំណាំ
ចែករំលែក
ចម្លង

ចង់ឱ្យគំនូសពណ៌ដែលបានរក្សាទុករបស់អ្នក មាននៅលើគ្រប់ឧបករណ៍ទាំងអស់មែនទេ? ចុះឈ្មោះប្រើ ឬចុះឈ្មោះចូល
Odia (CL) NT - ପବିତ୍ର ବାଇବଲ
© The Bible Society of India, 2018.
Used by permission. All rights reserved worldwide.

: