ପ୍ରେରିତ 12
12
ଅଧିକ ନିର୍ଯ୍ୟାତନା
1ଏହି ସମୟରେ ରାଜା ହେରୋଦ ମଣ୍ଡଳୀର କେତେକ ସଭ୍ୟଙ୍କ ପ୍ରତି ଉପଦ୍ରବ ଆରମ୍ଭ କଲେ। 2ସେ ଯୋହନଙ୍କ ଭାଇ ଯାକୁବଙ୍କୁ ଖଡ୍ଗରେ ହତ୍ୟା କରାଇଲେ। 3ଇହୁଦୀମାନେ ଏଥିରେ ସନ୍ତୁଷ୍ଟ ଦେଖି ସେ ପିତରଙ୍କୁ ମଧ୍ୟ ବନ୍ଦୀ କଲେ। (ଏହି ଘଟଣା ତାଡ଼ିଶୂନ୍ୟ ରୋଟୀ ପର୍ବ ସମୟରେ ଘଟିଥିଲା।) 4ପିତର ବନ୍ଦୀ ହୋଇ କାରାଗାରରେ ନିକ୍ଷିପ୍ତ ହେଲେ ଏବଂ ଚାରି ଚାରି ଜଣ ସୈନ୍ୟଙ୍କୁ ନେଇ ଗଠିତ ଚାରି ଦଳ ସୈନ୍ୟ ତାଙ୍କୁ ଜଗି ରହିଲେ। ନିସ୍ତାର ପର୍ବ ପରେ ସର୍ବସାଧାରଣରେ ତାଙ୍କର ବିଚାର କରିବା ହେରୋଦଙ୍କର ଉଦ୍ଦେଶ୍ୟ ଥିଲା।#ଯାତ୍ରା. ୧୨:୧-୨୭। 5ପିତର କାରାଗାରରେ ଥିବାବେଳେ ମଣ୍ଡଳୀର ଲୋକମାନେ ଏକାଗ୍ର ଚିତ୍ତରେ ତାଙ୍କ ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଥିଲେ।
କାରାଗାରରୁ ପିତରଙ୍କ ମୁକ୍ତି
6ଯେଉଁ ଦିନ ହେରୋଦ ପିତରଙ୍କୁ ଲୋକମାନଙ୍କ ସମ୍ମୁଖକୁ ଆଣିବା ପାଇଁ ସଂକଳ୍ପ କରିଥିଲେ, ତା’ର ପୂର୍ବ ରାତ୍ରିରେ ପିତର ଦୁଇ ଜଣ ପ୍ରହରୀଙ୍କ ମଝିରେ ଶୋଇଥିଲେ। ଦୁଇଟି ଜଞ୍ଜିରରେ ତାଙ୍କୁ ବନ୍ଧା ହୋଇଥିଲା ଓ କାରାଗାରର ଦ୍ୱାର ପାଖରେ ପ୍ରହରୀମାନେ ଜଗି ରହିଥିଲେ। 7ହଠାତ୍ ପ୍ରଭୁଙ୍କର ଜଣେ ଦୂତ ଆସି ଠିଆ ହେଲେ ଓ କୋଠରୀଟି ଆଲୋକରେ ଉଦ୍ଭାସିତ ହେଲା। ସ୍ୱର୍ଗଦୂତ ପିତରଙ୍କ କାନ୍ଧକୁ ହଲାଇ ତାଙ୍କୁ ନିଦରୁ ଉଠାଇ କହିଲେ, “ଶୀଘ୍ର ଉଠ!” ସଙ୍ଗେ ସଙ୍ଗେ ପିତରଙ୍କ ହାତରେ ବନ୍ଧା ଯାଇଥିବା ଜଞ୍ଜିର ଖସି ପଡ଼ିଲା। 8ତା’ପରେ ସ୍ୱର୍ଗଦୂତ କହିଲେ, “କମରପଟି ଭିଡ଼, ପାଦୁକା ପିନ୍ଧ।” ପିତର ତାହା କରିବା ପରେ ସ୍ୱର୍ଗଦୂତ କହିଲେ, “ଦେହରେ ଚାଦର ପକାଇ ମୋ’ ସହିତ ଆସ।” 9ସ୍ୱର୍ଗଦୂତ ଯାହା କରୁଥିଲେ, ତାହା ଏକ ବାସ୍ତବ ଘଟଣା କି ନୁହେଁ, ପିତର ଜାଣିପାରିଲେ ନାହିଁ। ସେ ସ୍ୱପ୍ନ ଦେଖୁଛନ୍ତି ବୋଲି ଭାବିଲେ। ତଥାପି ପିତର କାରାଗାରରୁ ବାହାରି ସ୍ୱର୍ଗଦୂତଙ୍କୁ ଅନୁସରଣ କଲେ। 10ସେମାନେ ପ୍ରହରୀମାନଙ୍କର ପ୍ରଥମ ଓ ଦ୍ୱିତୀୟ ସ୍ଥାନ ପାର ହୋଇ ଶେଷରେ ନଗର ପ୍ରବେଶ ପଥରେ ଥିବା ଲୌହ ଫାଟକ ପାଖକୁ ଆସିଲେ। ସେମାନଙ୍କ ପାଇଁ ଫାଟକଟି ଆପଣା ମନକୁ ଖୋଲିଗଲା ଓ ସେମାନେ ବାହାରି ଚାଲି ଆସିଲେ। ସେମାନେ ରାସ୍ତାରେ ଯାଉ ଯାଉ ହଠାତ୍ ସ୍ୱର୍ଗଦୂତ ପିତରଙ୍କୁ ଛାଡ଼ି ଚାଲିଗଲେ।
11ତା’ପରେ, ଯାହା ଘଟିଥିଲା, ପିତର ତାହା ଜାଣିପାରି କହିଲେ, “ଏହା ପ୍ରକୃତରେ ସତ୍ୟ ବୋଲି ମୁଁ ଜାଣିପାରୁଛି। ହେରୋଦର କବଳରୁ ଓ ଇହୁଦୀ ଲୋକମାନେ ଯାହା ଘଟିବ ବୋଲି ଆଶା କରିଥିଲେ, ତହିଁରୁ ମୋତେ ରକ୍ଷା କରିବା ପାଇଁ ପ୍ରଭୁ ସ୍ୱର୍ଗଦୂତଙ୍କୁ ପଠାଇଥିଲେ।”
12ନିଜର ପରିସ୍ଥିତି ସମ୍ପର୍କରେ ସଚେତନ ହୋଇ ସେ ଯୋହନ ଓ ମାର୍କଙ୍କ ମାତା ମରିୟମଙ୍କ ଗୃହକୁ ଗଲେ। ସେଠାରେ ଅନେକ ଲୋକ ଏକତ୍ରିତ ହୋଇ ପ୍ରାର୍ଥନା କରୁଥିଲେ। 13ପିତର ବାହାର କବାଟରେ ଆଘାତ କଲେ, ରୋଦା ନାମ୍ନୀ ଜଣେ ଦାସୀ କବାଟ ଖୋଲିବାକୁ ଆସିଲା। 14ପିତରଙ୍କ ସ୍ୱର ବାରିପାରି ସେ ଏତେ ଆନନ୍ଦିତ ହେଲା ଯେ କବାଟ ନ ଖୋଲି ପିତର ବାହାରେ ଠିଆ ହୋଇଛନ୍ତି ବୋଲି ଖବର ଦେଲା। 15ସେମାନେ ତାକୁ କହିଲେ, “ତୁ ପାଗଳୀ ହୋଇଛୁ।” କିନ୍ତୁ “ଏହା ସତ୍ୟ” ବୋଲି ସେ ଦୃଢ଼ ଭାବରେ କହିବାରୁ, ସେମାନେ ଭାବିଲେ, “ତେବେ ବୋଧହୁଏ, ଏ ତାଙ୍କର ପ୍ରେତାତ୍ମା।”
16ପିତର ବାରମ୍ବାର କବାଟରେ ଆଘାତ କରୁଥିଲେ। ଶେଷରେ ସେମାନେ କବାଟ ଫିଟାଇ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲେ। 17ସେ ହାତରେ ସଙ୍କେତ ଦେଇ ନୀରବ ରହିବାକୁ କହିଲେ ଓ ପ୍ରଭୁ ତାଙ୍କୁ କିପରି କାରାଗାରରୁ ବାହାର କରି ଆଣିଲେ, ସେ ବିଷୟ ସେମାନଙ୍କ ଆଗରେ ବର୍ଣ୍ଣନା କଲେ। ତା’ପରେ ଏସବୁ କଥା ଯାକୁବ ଓ ଅନ୍ୟ ସମସ୍ତ ବିଶ୍ୱାସୀମାନଙ୍କୁ ଜଣାଇବା ପାଇଁ ନିର୍ଦ୍ଦେଶ ଦେଇ ସେ ସେଠାରୁ ଅନ୍ୟ ଆଡ଼େ ଚାଲିଗଲେ।
18ସକାଳ ହେବା ପରେ ପିତର କୁଆଡ଼େ ଗଲେ ବୋଲି ପ୍ରହରୀମାନଙ୍କ ଭିତରେ ଭାଳେଣି ପଡ଼ିଲା। 19ହେରୋଦ ତାଙ୍କୁ ଖୋଜିବା ପାଇଁ ଆଦେଶ ଦେଲେ, କିନ୍ତୁ ସେମାନେ ତାଙ୍କୁ ପାଇଲେ ନାହିଁ। ଶେଷରେ ପ୍ରହରୀମାନଙ୍କୁ ଜେରା କରି ସେମାନଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ଆଦେଶ ଦେଲେ।
ଏହା ପରେ ହେରୋଦ ଯିହୁଦା ପ୍ରଦେଶରୁ ଯାଇ କାଇସରିଆରେ ରହିଲେ।
ହେରୋଦଙ୍କ ମୃତ୍ୟୁ
20ସେହି ସମୟରେ ହେରୋଦ ସୋର ଓ ସୀଦନର ଲୋକମାନଙ୍କ ଉପରେ ଅତ୍ୟନ୍ତ କ୍ଷୁବ୍ଧ ହୋଇଥିଲେ। ତେଣୁ ସେମାନଙ୍କ ମଧ୍ୟରୁ ଗୋଟିଏ ଦଳ ତାଙ୍କୁ ଦେଖା କରିବା ପାଇଁ ଗଲେ। ପ୍ରଥମେ ସେମାନେ ରାଜପ୍ରାସାଦ ଦାୟିତ୍ୱରେ ଥିବା ବ୍ଳାଷ୍ଟସ୍ଙ୍କୁ ବୁଝାଇ ତାଙ୍କର ସାହାଯ୍ୟ ପାଇଲେ। ତା’ପରେ ସେମାନେ ହେରୋଦଙ୍କ ପାଖକୁ ଯାଇ ଶାନ୍ତି ଭିକ୍ଷା କଲେ, କାରଣ ହେରୋଦଙ୍କ ରାଜ୍ୟରୁ ସେମାନଙ୍କ ଦେଶକୁ ଖାଦ୍ୟ ସାମଗ୍ରୀ ରପ୍ତାନୀ ହେଉଥିଲା।
21ନିରୂପିତ ଦିନରେ ହେରୋଦ ରାଜକୀୟ ପୋଷାକ ପରିଧାନ କଲେ ଏବଂ ସିଂହାସନରେ ବସି ଲୋକମାନଙ୍କୁ ଏକ ଭାଷଣ ଦେଲେ। 22ସେମାନେ ଚିକ୍ରାର କଲେ, “ଏହା କୌଣସି ମନୁଷ୍ୟର ନୁହେଁ, ମାତ୍ର ଜଣେ ଦେବତାର ସ୍ୱର!” 23ସେହିକ୍ଷଣି ପ୍ରଭୁଙ୍କର ଦୂତ ହେରୋଦଙ୍କୁ ଆଘାତ କଲେ, କାରଣ ଈଶ୍ୱରଙ୍କୁ ଯେଉଁ ଗୌରବ ଦେବା କଥା, ସେ ତାହା ତାଙ୍କୁ ଦେଇ ନ ଥିଲେ। କୀଟଦ୍ରଂଷ୍ଟ ହୋଇ ସେ ମୃତ୍ୟୁଭୋଗ କଲେ।
24ଏହି ସମୟ ମଧ୍ୟରେ ଈଶ୍ୱରଙ୍କ ବାକ୍ୟ ବିକଶିତ ହୋଇ ପ୍ରସାର ଲାଭ କଲା।
25ବର୍ଣ୍ଣବା ଓ ଶାଉଳ ଯିରୂଶାଲମରେ ସେବାକାର୍ଯ୍ୟ ଶେଷ କରି ଯୋହନ (ଓରଫ ମାର୍କ)ଙ୍କୁ ସଙ୍ଗରେ ନେଇ ଯିରୂଶାଲମରୁ ଆଣ୍ଟିୟୋଖକୁ ଫେରିଲେ।
ទើបបានជ្រើសរើសហើយ៖
ପ୍ରେରିତ 12: ODCLBSI
គំនូសចំណាំ
ចែករំលែក
ចម្លង

ចង់ឱ្យគំនូសពណ៌ដែលបានរក្សាទុករបស់អ្នក មាននៅលើគ្រប់ឧបករណ៍ទាំងអស់មែនទេ? ចុះឈ្មោះប្រើ ឬចុះឈ្មោះចូល
Odia (CL) NT - ପବିତ୍ର ବାଇବଲ
© The Bible Society of India, 2018.
Used by permission. All rights reserved worldwide.

: