କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ ଦ୍ୱିତୀୟ ପତ୍ର 6

6
1ଈଶ୍ୱରଙ୍କ ପାଇଁ ଏକତ୍ର କାର୍ଯ୍ୟ କରୁଥିବାରୁ ଆମେ ତୁମ୍ଭମାନଙ୍କୁ ମିନତି କରୁଛୁ, ତୁମ ଜୀବନରେ ଈଶ୍ୱରଙ୍କ ଅନୁଗ୍ରହ ବିଫୁଳ କର ନାହିଁ। ୨ କାରଣ ସେ କହିଛନ୍ତି:#ଯିଶାଇୟ 49:8।
“ତୁମ୍ଭମାନଙ୍କ ପ୍ରତି ଦୟା ସମୟ ଆସିବାରୁ ମୁଁ ତୁମ୍ଭମାନଙ୍କର ଆବେଦନ ଶୁଣିଲି,
ପରିତ୍ରାଣ ଦିନାର ତୁମର ସହୟ ହେଲି।”
ଦେଖ! ଏହା ହେଉଛି, ଈଶ୍ୱରଙ୍କ ଅନୁଗ୍ରହ ଗ୍ରହଣ କରିବା ସମୟ।
ଆଜି ହେଉଛି ପରିତ୍ରାଣର ଦିନ।
3ଯେଉଁ ସେବକତ୍ୱ ଆମେ ଗ୍ରହଣ କରିଛୁ, ତା’ର ଅପବାଦ ଯେପରି ନ ହୁଏ, ସେଥିପାଇଁ ଆମେ କାହାରି କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ନ କରିବାକୁ ଚେଷ୍ଟା କରୁଛୁ। 4ବରଂ, ଆମେ ସବୁ ଅବସ୍ଥାରେ ନିଜକୁ ଈଶ୍ୱରଙ୍କ ସେବକ ରୂପେ ପରିଚିତ କରାଉଛୁ। ଅସୀମ ଧୈର୍ଯ୍ୟ ସହକାରେ ଆମେ ସବୁ ପ୍ରକାର କ୍ଳେଶ, ଅନାଟନ ଓ କଷ୍ଟ ସହ୍ୟ କରିଛୁ; 5ଆମେ ପ୍ରହାରିତ ହୋଇଛୁ, କାରାଦଣ୍ଡ ଭୋଗ କରିଛୁ, ଗଣବିକ୍ଷୋଭର ସମ୍ମୁଖୀନ ହୋଇଛୁ; କଠୋର ପରିଶ୍ରମ କରିଛୁ, ଅନିଦ୍ରା ହୋଇ ରହୁଛୁ ଓ ଅନାହାରରେ ଦିନ କାଟିଛୁ।#ପ୍ରେରିତ 16:23। 6ଆମର ପବିଭ୍ରତା, ଜ୍ଞାନ, ଧୈର୍ଯ୍ୟ, ଦୟା, ଅକପଟ ପ୍ରେମ ଓ ସତ୍ୟର ସମ୍ବାଦ ଯୋଗୁଁ ପବିତ୍ର ଈଶ୍ୱରଙ୍କର ପରାକ୍ରମ ଦ୍ୱାରା ଆମେ ଈଶ୍ୱରଙ୍କ ସେବକ ବୋଲି ପରିଚୟ ଦେଇଛୁ, 7ଶତ୍ରୁମାନଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ ଧାର୍ମିକତା ଆମର ପ୍ରଧାନ ଅସ୍ତ୍ର। 8ଆମେ ସମ୍ମାନିତ ଓ ଅପମାନିତ ହେଉଛୁ, ପ୍ରଶଂସିତ ଓ ଲାଞ୍ôଚତ ହେଉଛୁ। 9ଆମକୁ ମିଥ୍ୟାବାଦୀ ବୋଲି ଅପବାଦ ଦିଆଯାଇଛି, ଅଥଚ ଆମେ ନିରାଟ ସତ୍ୟ କହିଥାଉ। ଆମେ ସୁପରିଚିତ ହୋଇ ସୁଦ୍ଧା ଅପରିଚିତ ଜୀବତ ଥାଇ ସୁଦ୍ଧା, ମୃତ ବୋଲି ବିବେଚିତ। ଆମେ ଦଣ୍ଟିତ ହୋଇଛୁ, କିନ୍ତୁ ନିହତ ହୋଇ ନାହୁଁ। 10ଆମେ ଶୋକାର୍ତ୍ତ ହୋଇ ସୁଦ୍ଧା ସର୍ବଦା ଉଲ୍ଲସିତ। ଆମେ ଦରିଦ୍ର ପରି ମନେହୁଏ, କିନ୍ତୁ ବାସ୍ତବରେ ଆମେ ସବୁ କରିଛିର ଅଧିକାରୀ।
11କରିନ୍ଥର ପ୍ରିୟ ବନ୍ଧୁଗଣ, ଆମେ ନିଷ୍କପଟଭାବେ ତୁମ୍ଭମାନଙ୍କୁ ସବୁ କହିଅଛୁ। ତୁମ୍ଭମାନଙ୍କ ନିକଟରେ ଆମର ହୃଦୟ ଖୋଲି ଦେଇଛି। 12ଆମେ ତୁମ ପ୍ରତି ରୁଦ୍ଧ-ହୃଦୟ ହୋଇ ନାହୁଁ, ବରଂ ତୁମମାନଙ୍କ ହୃଦୟ ଆମ ପଅତି ରୁଦ୍ଧ ହେେଇଛି। 13ତୁମ୍ଭମାନଙ୍କ ମୋର ସନ୍ତାନ ମନେକରି ,ସବୁ କହୁଅଛି। ଆମ ଉଦାରତାର ପଅତିବାଦ ସ୍ୱରୂପ ତୁମମାନଙ୍କ ହୃଦୟ ଉନ୍ମୁକ୍ତ ହେଉ।
ମନ୍ଦ ପ୍ରଭାବ ବିଷୟରେ ସର୍ତକ କରାଇବା
14ତୁମ୍ଭେମାନେ ଅବିଶ୍ୱାସୀ ସଙ୍ଗେ ସମଭାବେ କାର୍ଯ୍ୟ କରିବା ପାଇଁ ଚେଷ୍ଟା କର ନାହିଁ। ଏହା କଦାପି ହୋଇପାରିବ ନାହିଁ ଧର୍ମ ଓ ଅଧର୍ମର ମେଳ କେଉଁଠି? ଆଲୋକ ଓ ଅନ୍ଧାକାର କିପରି ଏକତ୍ର ରହିବେ? 15ଖ୍ରୀଷ୍ଟ ଓ ଶୟତାନ କରିପରି ଏକମତ ହେବେ? ବିଶ୍ୱାସୀ ସହିତ ଅବିଶ୍ୱାସୀ କେଉଁ ବିଷୟରେ ଏକମତ ହୋଇପାରିବ? 16ଈଶ୍ୱରଙ୍କ ମନ୍ଦିରରେ କିପରି ପ୍ରତିମାର ପ୍ରତିଷ୍ଟା ହେଇପାରେ? ଆମେମାନେ ତ ଜୀବନ୍ତ ଈଶ୍ବରଙ୍କ ମନ୍ଦିର, କାରଣ ଈଶ୍ୱର ନିଜେ କହି ଅଛନ୍ତି,#ଲେବୀ 26:12; ଯିହିଜିକଲ 37:27; ୧ କରିନ୍ଥୀ 3:16; 6:19।
“ମୋର ଲୋକମାନଙ୍କ ସହିତ ମୁଁ ବାସ କରିବି
ଓ ସେମାନଙ୍କ ମଧ୍ୟରେ ବିଚରଣ କରିବି;
ମୁଁ ସେମାନଙ୍କ ଈଶ୍ୱର ହେବି
ଓ ସେମାନେ ମୋର ନିଚ ଲୋକ ହେବେ।”
17ତେଣୁ ପ୍ରଭୁ କହନ୍ତି,#ଯିଶାଇୟ ୫୨:୧୧।
ସେମାନଙ୍କ ମଧ୍ୟରୁ ତୁମେ ବାହାର ଆସ,
ସେମାନଙ୍କଠାରୁ ନିଚକୁ ଗ୍ରହଣ କରିବି,
18ମୁଁ ତୁମ୍ଭମାନଙ୍କର ପିତା ହେବି,#୨ ଶାମୁୟେଲ ୭:୧୪; ୧ ବଂଶାବଳୀ ୧୭:୧୩; ଯିଶାଇୟ ୪୩:୬; ଯିରିମିୟ ୩୧:୯।
ଆଉ ତୁମ୍ଭମାନନେ ହେବ ମୋର ପୁତ୍ରକନ୍ୟା,
ସର୍ବଶକ୍ତିମାନ ପ୍ରଭୁ ଏହି କଥା କହନ୍ତି।”

គំនូស​ចំណាំ

ចែក​រំលែក

ចម្លង

None

ចង់ឱ្យគំនូសពណ៌ដែលបានរក្សាទុករបស់អ្នក មាននៅលើគ្រប់ឧបករណ៍ទាំងអស់មែនទេ? ចុះឈ្មោះប្រើ ឬចុះឈ្មោះចូល