1
ରୋମୀୟ 14:17-18
ପବିତ୍ର ବାଇବଲ (CL) NT (BSI)
ODCLBSI
ଈଶ୍ୱରଙ୍କ ରାଜ୍ୟର ବିଶେଷତ୍ୱ ଖାଦ୍ୟ ବା ପେୟ ନୁହେଁ। ତାହା ପବିତ୍ରଆତ୍ମାଙ୍କ ଦ୍ୱାରା ପ୍ରଦତ୍ତ ଧାର୍ମିକତା, ଶାନ୍ତି ଓ ଆନନ୍ଦ। ଯେ କେହି ଏହିପରି ଭାବେ ଖ୍ରୀଷ୍ଟଙ୍କ ସେବା କରେ; ସେ ଈଶ୍ୱରଙ୍କୁ ପ୍ରୀତ କରିବ, ମନୁଷ୍ୟ ସମାଜରେ ମଧ୍ୟ ଆଦୃତ ହେବ।
ប្រៀបធៀប
រុករក ରୋମୀୟ 14:17-18
2
ରୋମୀୟ 14:8
ପ୍ରଭୁଙ୍କ ଉଦ୍ଦେଶ୍ୟ ସାଧନ ନିମନ୍ତେ ଆମେ ବଞ୍ଚିଛୁ ଓ ମରିବୁ। ତେଣୁ ଜୀବନ ଓ ମରଣରେ ଆମେ ପ୍ରଭୁଙ୍କର।
រុករក ରୋମୀୟ 14:8
3
ରୋମୀୟ 14:19
ତେଣୁ ଆସ, ପରସ୍ପର ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବାକୁ ଓ ନିଷ୍ଠା ଜନ୍ମାଇବା ପାଇଁ ଯାହା ସବୁ ଆବଶ୍ୟକ, ସେଥିପ୍ରତି ଳକ୍ଷ୍ୟ ରଖିବା।
រុករក ରୋମୀୟ 14:19
4
ରୋମୀୟ 14:13
ତେଣୁ ପରସ୍ପରକୁ ବିଚାର କର ନାହିଁ। ଏପରି ମଧ୍ୟ କିଛି କର ନାହିଁ, ଯଦ୍ଦ୍ୱାରା ତୁମ ଭାଇ ଝୁଣ୍ଟି ପଡ଼ି ପାପ କରିବ।
រុករក ରୋମୀୟ 14:13
5
ରୋମୀୟ 14:11-12
କାରଣ ଯେପରିକି ଶାସ୍ତ୍ରରେ ଲେଖାଅଛି: “ପ୍ରଭୁ କହୁଛନ୍ତି, ଯେହେତୁ ଆମ୍ଭେ ଜୀବିତ ଈଶ୍ୱର, ସମସ୍ତେ ଆମ୍ଭ ସମ୍ମୁଖରେ ଆଣ୍ଠୁ ପାତିବେ। ଆମ୍ଭେ ଈଶ୍ୱର ବୋଲି ସମସ୍ତେ ସ୍ୱୀକାର କରିବେ।” ଆମ ପ୍ରତ୍ୟେକଙ୍କୁ ଈଶ୍ୱରଙ୍କ ନିକଟରେ ନିଜ ନିଜର ହିସାବ ଦେବାକୁ ପଡ଼ିବ।
រុករក ରୋମୀୟ 14:11-12
6
ରୋମୀୟ 14:1
ଦୁର୍ବଳ ବିଶ୍ୱାସୀକୁ ମଧ୍ୟ ଗ୍ରହଣ କର, କିନ୍ତୁ ତା’ର ବ୍ୟକ୍ତିଗତ ମତ ବିଷୟରେ ତର୍କ କର ନାହିଁ।
រុករក ରୋମୀୟ 14:1
7
ରୋମୀୟ 14:4
ଅନ୍ୟର ଦାସକୁ ବିଚାର କରିବା ପାଇଁ ତୁମେ କିଏ? ସେ ତା’ କାର୍ଯ୍ୟରେ କେତେ ଦୂର ସଫଳ ବା ବିଫଳ ହେଉଛି, ତାହା ତା’ର ମୁନିବ ବିଚାର କରିବେ। ସେ ନିଶ୍ଚୟ ସଫଳ ହେବ, କାରଣ ପ୍ରଭୁ ତାଙ୍କ ଦାସକୁ କୃତକାର୍ଯ୍ୟ କରାଇବା ପାଇଁ ସମର୍ଥ।
រុករក ରୋମୀୟ 14:4
គេហ៍
ព្រះគម្ពីរ
គម្រោងអាន
វីដេអូ