1
ରୋମୀୟ 12:2
ପବିତ୍ର ବାଇବଲ (CL) NT (BSI)
ODCLBSI
ଏ ଜଗତର ମାପ କାଠି ଅନୁଯାୟୀ ଆଚରଣ କର ନାହିଁ। ଈଶ୍ୱର ତୁମ୍ଭମାନଙ୍କର ମନୋଭାବକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରନ୍ତୁ ଏବଂ ତୁମ ଅନ୍ତର ସମ୍ପୂର୍ଣ୍ଣ ରୂପାନ୍ତରିତ ହେଉ। ତା’ହେଲେ, ଈଶ୍ୱରଙ୍କ ଇଚ୍ଛା କଅଣ, ତାଙ୍କ ଦୃଷ୍ଟିରେ କେଉଁ ସବୁ ବିଷୟ ସତ୍, ସନ୍ତୋଷଜନକ ଓ ସିଦ୍ଧ, ଏହା ତୁମ୍ଭେମାନେ ଜାଣିପାରିବ।
ប្រៀបធៀប
រុករក ରୋମୀୟ 12:2
2
ରୋମୀୟ 12:1
ତେଣୁ ଭାଇମାନେ, ଆମ୍ଭମାନଙ୍କ ପ୍ରତି ଈଶ୍ୱରଙ୍କ ମହାଅନୁଗ୍ରହ ଯୋଗୁଁ ତୁମ୍ଭମାନଙ୍କୁ ମୁଁ ନିବେଦନ କରୁଛି, ଈଶ୍ୱରଙ୍କଠାରେ ଆପଣାକୁ ପବିତ୍ର ଜୀବନ୍ତ ବଳି ରୂପେ ଉତ୍ସର୍ଗ କର। ତାଙ୍କ ସେବାରେ ନିଜକୁ ନିୟୋଜିତ କରି ତାଙ୍କର ପ୍ରୀତିଭାଜନ ହୁଅ। ଏହା ଈଶ୍ୱରଙ୍କ ପ୍ରକୃତ ଉପାସନା।
រុករក ରୋମୀୟ 12:1
3
ରୋମୀୟ 12:12
ଦୃଢ଼ ଭରସା ରଖି ଆନନ୍ଦ କର। ଦୁଃଖ ଦୁର୍ଦ୍ଦଶା ସମୟରେ ଧୈର୍ଯ୍ୟ ଧର। ଅନବରତ ପ୍ରାର୍ଥନାରେ ନିବିଷ୍ଟ ରୁହ।
រុករក ରୋମୀୟ 12:12
4
ରୋମୀୟ 12:21
ଅସତ୍ ଦ୍ୱାରା ପରାଜିତ ହୁଅ ନାହିଁ- ସମସ୍ତ ଅସତ୍ ବିଷୟକୁ ସଦାଚରଣ ଦ୍ୱାରା ଜୟ କର।
រុករក ରୋମୀୟ 12:21
5
ରୋମୀୟ 12:10
ଖ୍ରୀଷ୍ଟବିଶ୍ୱାସୀ ଭାଇ ସ୍ୱରୂପ ଏକାରେକକୁ ପ୍ରେମ କର ଓ ଏକାରେକକୁ ସମ୍ମାନ ପ୍ରଦର୍ଶନ କରିବା ପାଇଁ ଉତ୍ସୁକ ହୁଅ।
រុករក ରୋମୀୟ 12:10
6
ରୋମୀୟ 12:9
ପ୍ରେମ ଆନ୍ତରିକ ହେବା ଉଚିତ। ଯାହା ସବୁ ଅସତ୍; ତାହା ଘୃଣା କର, ସମସ୍ତ ସତ୍ ବିଷୟରେ ଆସକ୍ତ ହୁଅ।
រុករក ରୋମୀୟ 12:9
7
ରୋମୀୟ 12:18
ସମସ୍ତଙ୍କ ସହିତ ଶାନ୍ତିରେ ବସବାସ କରିବା ପାଇଁ ଯଥାସାଧ୍ୟ ଚେଷ୍ଟା କର।
រុករក ରୋମୀୟ 12:18
8
ରୋମୀୟ 12:19
ବନ୍ଧୁଗଣ, ତୁମେମାନେ ନିଜେ କାହା ବିରୁଦ୍ଧରେ ପ୍ରତିଶୋଧ ନିଅ ନାହିଁ। ଈଶ୍ୱରଙ୍କ କ୍ରୋଧର ପାତ୍ର ହେବାକୁ ତାକୁ ଛାଡ଼ି ଦିଅ। କାରଣ ଶାସ୍ତ୍ରରେ ଲେଖାଅଛି: “ପ୍ରଭୁ କହନ୍ତି, ଆମ୍ଭେ ପ୍ରତିଶୋଧ ନେବା। ଆମ୍ଭେ ପ୍ରତିଫଳ ଦେବା।”
រុករក ରୋମୀୟ 12:19
9
ରୋମୀୟ 12:11
ଉତ୍ସାହରେ ଶିଥିଳ ହୁଅ ନାହିଁ, ଆତ୍ମିକ ପ୍ରଜ୍ଜ୍ୱଳନ ଅନୁଭବ କର। ଭକ୍ତିପୂର୍ଣ୍ଣ ହୃଦୟରେ ପ୍ରଭୁଙ୍କ ସେବା କର।
រុករក ରୋମୀୟ 12:11
10
ରୋମୀୟ 12:3
ଈଶ୍ୱର ମୋତେ ବିଶେଷ ଅନୁଗ୍ରହ ପ୍ରଦାନ କରିଥିବାରୁ ତୁମ ପ୍ରତ୍ୟେକଙ୍କୁ ମୁଁ କହୁଛି, କେହି ନିଜର ଯୋଗ୍ୟତାଠାରୁ ନିଜକୁ ଅଧିକ ମଣ ନାହିଁ। ଈଶ୍ୱର ତୁମକୁ ଦେଇଥିବା ବିଶ୍ୱାସର ପରିମାଣ ଅନୁପାତରେ ନମ୍ର ହୋଇ ନିଜ ବିଷୟରେ ବିଚାର କର।
រុករក ରୋମୀୟ 12:3
11
ରୋମୀୟ 12:17
କେହି ତୁମ ପ୍ରତି ଅନ୍ୟାୟ କଲେ, ତୁମେ ତା’ ପ୍ରତି ଅନ୍ୟାୟ କର ନାହିଁ। ଅନ୍ୟମାନଙ୍କ ଦୃଷ୍ଟିରେ ଯାହା ସତ୍କାର୍ଯ୍ୟ, ତାହା ହିଁ କର।
រុករក ରୋମୀୟ 12:17
12
ରୋମୀୟ 12:16
ସମସ୍ତଙ୍କ ପାଇଁ ସମାନ ଭାବରେ ଦରଦ ପ୍ରକାଶ କର। ଅହଂଭାବ ତ୍ୟାଗ କରି ନମ୍ରଭାବରେ ନଗଣ୍ୟ କାର୍ଯ୍ୟଗୁଡ଼ିକୁ ମଧ୍ୟ ଗ୍ରହଣ କର। ନିଜକୁ ଜ୍ଞାନୀ ମନେକର ନାହିଁ।
រុករក ରୋମୀୟ 12:16
13
ରୋମୀୟ 12:20
ବରଂ ଶାସ୍ତ୍ରର ନିର୍ଦ୍ଦେଶ ଅନୁସାରେ “ତୁମ ଶତ୍ରୁ କ୍ଷୁଧିତ ଥିଲେ, ତାକୁ ଖାଇବାକୁ ଦିଅ; ତୃଷିତ ଥିଲେ, ପାନ କରାଅ। ଏଥିଦ୍ୱାରା ସେ ଲଜ୍ଜାରେ ଦଗ୍ଧ ହୋଇଯିବ।”
រុករក ରୋମୀୟ 12:20
14
ରୋମୀୟ 12:14-15
ତୁମକୁ ଯେଉଁମାନେ ତାଡ଼ନା କରନ୍ତି, ସେମାନଙ୍କର କଲ୍ୟାଣ କରବା ପାଇଁ ଈଶ୍ୱରଙ୍କଠାରେ ପ୍ରାର୍ଥନା କର। ସେମାନଙ୍କୁ ଆଶୀର୍ବାଦ କର, ଅଭିଶାପ ଦିଅ ନାହିଁ। ସୁଖୀ ଲୋକମାନଙ୍କର ସହିତ ଆନନ୍ଦ କର, ଶୋକାର୍ତ୍ତମାନଙ୍କ ସହିତ ସମଦୁଃଖୀ ହୁଅ।
រុករក ରୋମୀୟ 12:14-15
15
ରୋମୀୟ 12:13
ଖ୍ରୀଷ୍ଟବିଶ୍ୱାସୀମାନଙ୍କର ଅଭାବ ମୋଚନ କର। ଆତିଥ୍ୟପରାୟଣ ହୁଅ।
រុករក ରୋମୀୟ 12:13
16
ରୋମୀୟ 12:4-5
ଆମ ଶରୀରରେ ଅନେକ ଅଙ୍ଗପ୍ରତ୍ୟଙ୍ଗ ଅଛି ଏବଂ ପ୍ରତ୍ୟେକର କାର୍ଯ୍ୟ ସ୍ୱତନ୍ତ୍ର। ସେହିପରି ଆମେ ଅନେକ, କିନ୍ତୁ ସମସ୍ତେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଥିବାରୁ, ଆମେ ଏକ ଶରୀର ଏବଂ ଶରୀରର ଅଙ୍ଗପ୍ରତ୍ୟଙ୍ଗ ପରି ଆମେ ଏକାରେକ ସହିତ ସଂଲଗ୍ନ।
រុករក ରୋମୀୟ 12:4-5
គេហ៍
ព្រះគម្ពីរ
គម្រោងអាន
វីដេអូ