ସେ ହିଁ ମାନବ ଜାତିକୁ ବହୁ ବର ଦାନ କରି ଯାଇଛନ୍ତି। କେତେକଙ୍କୁ ପ୍ରେରିତ ଶିଷ୍ୟ, ଆଉ କେତେକଙ୍କୁ ଭାବବାଦୀ, କେତେକଙ୍କୁ ସୁସମାଚାର ପ୍ରଚାରକ, ପାଳକ ଓ ଶିକ୍ଷକରୂପେ ନିଯୁକ୍ତ କରିଛନ୍ତି। ଖ୍ରୀଷ୍ଟଙ୍କ ସେହି ଶରୀର ଗଠନ କରିବା ଉଦ୍ଦେଶ୍ୟରେ ଖ୍ରୀଷ୍ଟୀୟ ସେବା କାର୍ଯ୍ୟ ନିମନ୍ତେ ଈଶ୍ୱରଙ୍କ ଲୋକମାନଙ୍କୁ ପ୍ରସ୍ତୁତ କରିବାକୁ ସେ ଏହା କରିଛନ୍ତି। ସେଥିପାଇଁ ଆମେ ସମସ୍ତେ ଆମ ବିଶ୍ୱାସରେ ଓ ଈଶ୍ୱରଙ୍କ ପୁତ୍ର ସମ୍ପର୍କୀୟ ଜ୍ଞାନରେ ଐକ୍ୟବଦ୍ଧ ହେବୁ, ଖ୍ରୀଷ୍ଟଙ୍କ ପୂର୍ଣ୍ଣତାପ୍ରାପ୍ତ ହୋଇ ଆମେ ପରିପକ୍ୱ ହେବୁ।