1
ଏଫିସୀୟ 2:10
ପବିତ୍ର ବାଇବଲ (CL) NT (BSI)
ODCLBSI
ଆମେ ଯାହା ହୋଇ ପାରିଛୁ, କେବଳ ଈଶ୍ୱର ହିଁ ତାହା କରିଛନ୍ତି, ଯେଉଁସବୁ ସତ୍ କର୍ମ ଆମେ କରିବୁ ବୋଲି ଈଶ୍ୱର ପୂର୍ବରୁ ନିରୂପଣ କରିଥିଲେ, ଆମେ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ଆମ ଜୀବନରେ ତାହା ସମ୍ଭବ ହୋଇଛି।
ប្រៀបធៀប
រុករក ଏଫିସୀୟ 2:10
2
ଏଫିସୀୟ 2:8-9-8-9
କାରଣ ଈଶ୍ୱରଙ୍କ ଅନୁଗ୍ରହ ହେତୁ ବିଶ୍ୱାସ ଦ୍ୱାରା ତୁମ୍ଭେମାନେ ପରିତ୍ରାଣ ପାଇଛ। ଏହା ତୁମ ନିଜ ପ୍ରଚେଷ୍ଟାର ଫଳ ନୁହେଁ, ମାତ୍ର ଈଶ୍ୱରଙ୍କ ଦାନ ଅଟେ। ତେଣୁ ଏ ବିଷୟରେ କେହି ଦର୍ପ କରିପାରିବ ନାହିଁ।
រុករក ଏଫିସୀୟ 2:8-9-8-9
3
ଏଫିସୀୟ 2:4-5-4-5
କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଏତେ ପ୍ରଚୁର ଓ ଆମ ପ୍ରତି ତାଙ୍କ ପ୍ରେମ ଏତେ ମହାନ୍ ଯେ, ଆମ ଅବାଧ୍ୟତା ହେତୁ ଆମେ ଆଧ୍ୟାତ୍ମିକ ଭାବେ ମୃତ ଥିବା ସମୟରେ ସେ ଖ୍ରୀଷ୍ଟଙ୍କ ସହିତ ଆମକୁ ସଞ୍ଜୀବିତ କଲେ। ଈଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ହିଁ ତୁମ୍ଭେମାନେ ପରିତ୍ରାଣ ପାଉଛ।
រុករក ଏଫିସୀୟ 2:4-5-4-5
4
ଏଫିସୀୟ 2:6
ଖ୍ରୀଷ୍ଟ ଯୀଶୁଙ୍କ ସହିତ ଏକ ହେବା ଦ୍ୱାରା ତାଙ୍କ ସହିତ ସ୍ୱର୍ଗରେ କର୍ତ୍ତୃତ୍ୱ କରିବା ପାଇଁ ସେ ଆମ୍ଭମାନଙ୍କୁ ମଧ୍ୟ ଉତ୍ଥିତ କରିଛନ୍ତି।
រុករក ଏଫିସୀୟ 2:6
5
ଏଫିସୀୟ 2:19-20
ତେଣୁ ହେ ଅଣଇହୁଦୀମାନେ, ତୁମେ ଆଉ ବିଦେଶୀ କିମ୍ବା ପ୍ରବାସୀ ନୁହଁ, ବର୍ତ୍ତମାନ ଈଶ୍ୱରଙ୍କ ଲୋକମାନଙ୍କ ସହିତ ତୁମ୍ଭେମାନେ ମଧ୍ୟ ତାଙ୍କ ରାଜ୍ୟର ନାଗରିକ ଓ ତାଙ୍କ ପରିବାରଭୁକ୍ତ। ତୁମ୍ଭେମାନେ ମଧ୍ୟ ପ୍ରେରିତ ଶିଷ୍ୟ ଓ ଭାବବାଦୀମାନଙ୍କ ଦ୍ୱାରା ସ୍ଥାପିତ ଭିତ୍ତିମୂଳ ଉପରେ ନିର୍ମିତ ଗୃହ ସଦୃଶ। ସେହି ଗୃହର କୋଣ ପ୍ରସ୍ତର ସ୍ୱୟଂ ଯୀଶୁ ଖ୍ରୀଷ୍ଟ।
រុករក ଏଫିସୀୟ 2:19-20
គេហ៍
ព្រះគម្ពីរ
គម្រោងអាន
វីដេអូ