ହନନିୟ ଗଲେ, ଶାଉଲ ଥିବା ଗୃହରେ ପ୍ରବେଶ କରି ତାଙ୍କ ଉପରେ ହାତ ରଖିଲେ। ସେ କହିଲେ, “ଭାଇ ଶାଉଲ, ଏଠାକୁ ଆସିବା ପଥରେ ଯେଉଁ ପ୍ରଭୁ ଯୀଶୁ ତୁମକୁ ଦର୍ଶନ ଦେଲେ, ସେ ମୋତେ ପଠାଇଛନ୍ତି, ଯେପରି ଆଉ ଥରେ ତୁମେ ଦୃଷ୍ଟି ପାଇବ ଓ ପବିତ୍ରଆତ୍ମାରେ ପୂର୍ଣ୍ଣ ହେବ।” ସେହିକ୍ଷଣି ଶାଉଲଙ୍କ ଆଖିରୁ ମାଛ କାତି ପରି କିଛି ଖସି ପଡ଼ିଲା ଓ ସେ ଆଉ ଥରେ ଦେଖିବାକୁ ସମର୍ଥ ହେଲେ।