ସେମାନେ ସ୍ତିଫାନଙ୍କ ଉପରେ ପଥର ଫିଙ୍ଗୁଥିବା ସମୟରେ ସେ ପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ, “ପ୍ରଭୁ ଯୀଶୁ, ମୋର ଆତ୍ମାକୁ ଗ୍ରହଣ କର!” ସେ ଆଣ୍ଠୁମାଡ଼ି ଉଚ୍ଚ ସ୍ୱରରେ କହିଲେ, “ପ୍ରଭୁ! ଏମାନଙ୍କ ବିରୁଦ୍ଧରେ ଏହି ପାପ ସ୍ମରଣ କର ନାହିଁ।” ଏହା କହି ସେ ପ୍ରାଣତ୍ୟାଗ କଲେ। ସ୍ତିଫାନଙ୍କ ପ୍ରାଣଦଣ୍ଡକୁ ଶାଉଲ ଅନୁମୋଦନ କରିଥିଲେ।