1
ଯାତ୍ରା ପୁସ୍ତକ 20:2-3
ପବିତ୍ର ବାଇବଲ (Re-edited) - (BSI)
ODIAOV-BSI
ଯେ ତୁମ୍ଭକୁ ଦାସଗୃହ ସ୍ଵରୂପ ମିସର ଦେଶରୁ ବାହାର କରି ଆଣିଅଛନ୍ତି, ତୁମ୍ଭର ସେହି ସଦାପ୍ରଭୁ ପରମେଶ୍ଵର ଆମ୍ଭେ। ଆମ୍ଭ ସାକ୍ଷାତରେ ତୁମ୍ଭର ଆଉ କୌଣସି ଦେବତା ହେବ ନାହିଁ।
ប្រៀបធៀប
រុករក ଯାତ୍ରା ପୁସ୍ତକ 20:2-3
2
ଯାତ୍ରା ପୁସ୍ତକ 20:4-5
ତୁମ୍ଭେ ଆପଣା ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ; କି ଉପରିସ୍ଥ ସ୍ଵର୍ଗରେ, କି ନୀଚସ୍ଥ ପୃଥିବୀରେ, କି ପୃଥିବୀର ନୀଚସ୍ଥ ଜଳରେ ଥିବା କୌଣସି ବସ୍ତୁର ପ୍ରତିମୂର୍ତ୍ତି ନିର୍ମାଣ କରିବ ନାହିଁ। ତୁମ୍ଭେ ସେମାନଙ୍କୁ ପ୍ରଣାମ କରିବ ନାହିଁ, କି ସେମାନଙ୍କର ସେବା କରିବ ନାହିଁ; ଯେହେତୁ ଆମ୍ଭେ ତୁମ୍ଭର ସଦାପ୍ରଭୁ ପରମେଶ୍ଵର ସ୍ଵଗୌରବ-ରକ୍ଷଣରେ ଉଦ୍ଯୋଗୀ ପରମେଶ୍ଵର ଅଟୁ, ପୁଣି ଯେଉଁମାନେ ଆମ୍ଭଙ୍କୁ ଘୃଣା କରନ୍ତି, ଆମ୍ଭେ ସେମାନଙ୍କ ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନମାନଙ୍କ ଉପରେ ପୈତୃକ ଅପରାଧର ପ୍ରତିଫଳଦାତା
រុករក ଯାତ୍ରା ପୁସ୍ତକ 20:4-5
3
ଯାତ୍ରା ପୁସ୍ତକ 20:12
ତୁମ୍ଭେ ଆପଣା ପିତା ଓ ଆପଣା ମାତାଙ୍କୁ ସମ୍ଭ୍ରମ କର; ତହିଁରେ ତୁମ୍ଭର ସଦାପ୍ରଭୁ ପରମେଶ୍ଵର ତୁମ୍ଭକୁ ଯେଉଁ ଦେଶ ଦେବେ, ସେହି ଦେଶରେ ତୁମ୍ଭର ଦୀର୍ଘ ପରମାୟୁ ହେବ।
រុករក ଯାତ୍ରା ପୁସ୍ତକ 20:12
4
ଯାତ୍ରା ପୁସ୍ତକ 20:8
ବିଶ୍ରାମ ଦିନ ପବିତ୍ର ରୂପେ ପାଳିବାକୁ ସ୍ମରଣ କର।
រុករក ଯାତ୍ରା ପୁସ୍ତକ 20:8
5
ଯାତ୍ରା ପୁସ୍ତକ 20:7
ତୁମ୍ଭେ ଆପଣା ସଦାପ୍ରଭୁ ପରମେଶ୍ଵରଙ୍କ ନାମ ମିଥ୍ୟାରେ ନେବ ନାହିଁ; ଯେହେତୁ ଯେ କେହି ତାହାଙ୍କର ନାମ ମିଥ୍ୟାରେ ନିଏ, ସଦାପ୍ରଭୁ ତାହାକୁ ନିରପରାଧ ଗଣନା କରିବେ ନାହିଁ।
រុករក ଯାତ୍ରା ପୁସ୍ତକ 20:7
6
ଯାତ୍ରା ପୁସ୍ତକ 20:9-10
ଛଅ ଦିନ ପରିଶ୍ରମ ଓ ଆପଣାର ସବୁ କର୍ମ କରିବ; ମାତ୍ର ସପ୍ତମ ଦିନ ତୁମ୍ଭ ସଦାପ୍ରଭୁ ପରମେଶ୍ଵରଙ୍କର ବିଶ୍ରାମ ଦିନ ଅଟେ; ତ ହିଁରେ ତୁମ୍ଭେ, କି ତୁମ୍ଭର ପୁତ୍ର, କି ତୁମ୍ଭର କନ୍ୟା, ତୁମ୍ଭର ଦାସ, କି ଦାସୀ, ତୁମ୍ଭର ପଶୁ, କି ତୁମ୍ଭର ନଗରଦ୍ଵାରବର୍ତ୍ତୀ ବିଦେଶୀ, କେହି କୌଣସି କାର୍ଯ୍ୟ କରିବ ନାହିଁ।
រុករក ଯାତ୍ରା ପୁସ୍ତକ 20:9-10
7
ଯାତ୍ରା ପୁସ୍ତକ 20:17
ତୁମ୍ଭେ ଆପଣା ପ୍ରତିବାସୀର ଗୃହକୁ ଲୋଭ କରିବ ନାହିଁ, ତୁମ୍ଭେ ଆପଣା ପ୍ରତିବାସୀର ଭାର୍ଯ୍ୟା, କି ଦାସ, କି ଦାସୀ, କି ତାହାର ଗୋରୁ, କି ଗଧ, କି ତୁମ୍ଭ ପ୍ରତିବାସୀର କୌଣସି ବସ୍ତୁକୁ ଲୋଭ କରିବ ନାହିଁ।
រុករក ଯାତ୍ରା ପୁସ୍ତକ 20:17
8
ଯାତ୍ରା ପୁସ୍ତକ 20:16
ତୁମ୍ଭେ ଆପଣା ପ୍ରତିବାସୀ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେବ ନାହିଁ।
រុករក ଯାତ୍ରା ପୁସ୍ତକ 20:16
9
ଯାତ୍ରା ପୁସ୍ତକ 20:14
ତୁମ୍ଭେ ବ୍ୟଭିଚାର କରିବ ନାହିଁ।
រុករក ଯାତ୍ରା ପୁସ୍ତକ 20:14
10
ଯାତ୍ରା ପୁସ୍ତକ 20:13
ତୁମ୍ଭେ ନରହତ୍ୟା କରିବ ନାହିଁ।
រុករក ଯାତ୍ରା ପୁସ୍ତକ 20:13
11
ଯାତ୍ରା ପୁସ୍ତକ 20:15
ତୁମ୍ଭେ ଚୋରି କରିବ ନାହିଁ।
រុករក ଯାତ୍ରା ପୁସ୍ତକ 20:15
គេហ៍
ព្រះគម្ពីរ
គម្រោងអាន
វីដេអូ