ମାଥିଉଲିଖିତ ସୁସମାଚାର 15
15
ପୂର୍ବପୁରୁଷମାନଙ୍କର ଶିକ୍ଷା
(ମାର୍କ ୭:୧-୧୩)
1ଦିନେ କେତେ ଜଣ ଫାରୁଶୀ ଓ ଧର୍ମଗୁରୁ ଯିରୁଶାଲମରୁ ଆସି ଯୀଶୁଙ୍କୁ ପଚାରିଲେ, 2“ଆମ ପିତୃପୁରୁଷ ଯେଉଁସବୁ ଶିକ୍ଷା ଦେଇ ଯାଇଛନ୍ତି, ଆପଣଙ୍କ ଶିଷ୍ୟମାନେ କାହିଁକି ସେସବୁ ଲଘଂନ କରୁଛନ୍ତି? ଖାଇବା ପୂର୍ବରୁ ସେମାନେ ବିଧିମତେ ହାତ ଧୋଉ ନାହାନ୍ତି।”
3ଯୀଶୁ ଉତ୍ତର ସେଲେ, “ତୁମ୍ଭମାନେ କାହିଁକି ଈଶ୍ୱରଙ୍କ ଆଜ୍ଞା ଲଘଂନ କରି ନିଜ ଶିକ୍ଷା ଅନୁସାରେ କାର୍ଯ୍ୟ କରୁଛ? 4ଈଶ୍ୱର ଆଜ୍ଞା କରିଛନ୍ତି, ‘ପିତା ମାତାଙ୍କୁ ସମାଦର କର। ଯେ’ କେହି ତା’ ପିତା ବା ମାତାଙ୍କୁ ହତାଦର କରି କିଛି କହେ, ସେ ପ୍ରାଣଦଣ୍ଡ ପାଇବ।’#ଯାତ୍ରା. ୨୦:୧୨; ୨୧:୧୭; ଦ୍ୱି. ବିବରଣୀ ୫:୧୬; ଲେବୀ ୨୦:୯।
5“କିନ୍ତୁ ତୁମ୍ଭମାନେ ଶିକ୍ଷା ଦେଉଛ ଯେ ଜଣେ ବ୍ୟକ୍ତି ଯେଉଁ ଅର୍ଥ ଦ୍ୱାରା ନିଜ ପିତାମାତାଙ୍କୁ ସାହାଯ୍ୟ କରି ପାରିଥାଆନ୍ତା, ତା' 'ଈଶ୍ୱରଙ୍କୁ ଦାନ କରିଛି' ବୋଲି କହିଦେଲେ, 6ସେ ଆଉ ତା' ପିତାମାତାଙ୍କ ଦାୟିତ୍ୱ ନେବା ଅନାବଶ୍ୟକ। ତୁମେ ଏହିପରି ଭାବରେ ଈଶ୍ୱରଙ୍କର ଆଜ୍ଞା ଅବଜ୍ଞା କରି ନିଜ ଶିକ୍ଷଶ ଅନୁସାରେ ଚାଲୁଛି। 7ଆରେ ଛଳ ଧାର୍ମିକ ଦଳ, ତୁମ୍ଭମାନଙ୍କ ସମ୍ପର୍କରେ ଯିଶାଇୟଙ୍କ ଭବିଷ୍ୟବାଣୀ କେଡ଼େ ଯଥାର୍ଥ:
8‘ଈଶ୍ୱର କହୁଛନ୍ତି, ଏହି ଲୋକମାନେ କେବଳ କଥାରେ ମୋତେ ସମ୍ମାନ ଦିଅନ୍ତି,
କିନ୍ତୁ ସେମାନଙ୍କ ହୃଦୟ ମୋ’ଠାରୁ ବହୁତ ଦୂରରେ।#ଯିଶାଇୟ ୨୯:୧୩।
9ମୋତେ ସେମାନେ ଆରାଧନା କରିବା ନିରର୍ଥକ,
କାରଣ ସେମାନେ ମଣିଷ ରାଢ଼ା ନିୟମକୁ, ମୋର ଆଜ୍ଞା ବୋଲି କହୁଛନ୍ତି’।”
ମନୁଷ୍ୟକୁ ଅପବିତ୍ର କରୁଥିବା ବିଷୟ
(ମାର୍କ ୭:୧୪-୨୩)
10ତା’ ପରେ ଯୀଶୁ ଲୋକମାନଙ୍କୁ ଡ଼ାକି କହିଲେ, “ମନଦେଇ ଶୁଣ ଓ ବୁଝିବାକୁ ଚେଷ୍ଟା କର। 11ମନୁଷ୍ୟର ମୁଖ ଦେଇ ଯାହା ତା’ ଭିତରକୁ ଯାଏ, ତାହା ତାକୁ ଅପବିତ୍ର କରେ ନାହିଁ; ବରଂ ଯାହା ତା’ ଭିତରୁ ବାହାରକୁ ଆସେ, ତାହା ତାକୁ ଅପବିତ୍ର କରେ।”
12ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସି କହିଲେ, “ଆପଣଙ୍କ କଥା ଶୁଣଇ ଫାରୁଶୀମାନେ ବିରକ୍ତ ହୋଇଛନ୍ତି, ଏହା କ’ଣ ଆପଣ ଜାଣନ୍ତି ନାହିଁ?”
13ଯୀଶୁ ଉତ୍ତର ଦେଲେ, “ଯେଉଁ ଗଛଗୁଡ଼ିକୁ ମୋ’ ପିତା ଈଶ୍ୱର ରୋପଣ କରି ନାହାନ୍ତି, ସେସବୁ ଉତ୍ପାଟିତ ହେବ।
14“ସେମାନଙ୍କ ବିଷୟରେ ବ୍ୟସ୍ତ ହୁଅ ନାହିଁ। ସେମାନେ ଅନ୍ଧ ପଥପ୍ରଦର୍ଶକ। ଗୋଟିଏ ଅନ୍ଧ ଆଉ ଗୋଟିଏ ଅନ୍ଧକୁ ବାଟ କଡ଼ାଇଲେ ଦୁଇଜଣ ଯାକ ଖାଲରେ ପଡ଼ନ୍ତି।”#ଲୂକ ୬:୩୯।
15ପିତର କହିଲେ, “କଥାଟିକୁ ସ୍ପଷ୍ଟଭାବେ ବୁଝାଇ ଦିଅନ୍ତୁ।” 16ଯୀଶୁ କହିଲେ, “ଆଜି ପର୍ଯ୍ୟନ୍ତ ଅନ୍ୟମାନଙ୍କଠାରୁ ତୁମର ବୁଝିବା ଶକ୍ତି କିଛି ଅଧିକ ହୋଇ ନାହିଁ। 17ଏତିକି ବୁଝିପାରୁ ନାହିଁ? ଯେଉଁ ପଦାର୍ଥ ମଣିଷର ମୁହଁ ବାଟେ ପଶେ, ତାହାଂ ପେଟ ଭିତରେ ଯାଏ ଓ ପୁଣି ଦେହରୁ ବାହାରି ଯାଏ। 18କିନ୍ତୁ ଯେଉଁସବୁ ବିଷୟ ତା’ ମୁହଁ ବାଟେ ବାହାରକୁ ଆସେ, ତାହା ତା’ର ହୃଦୟରୁ ଜାତ ହୋଇଥାଏ ଏବଂ ତଦ୍ୱାରା ସେ ଅପବିତ୍ର ହୁଏ;#ମାଥିଉ ୧୨:୩୪। 19କାରଣ ତା’ ହୃଦୟରୁ ଜାତ ଅସତ୍ ଚିନ୍ତା ଦ୍ୱାରା ସେ ନରହତ୍ୟା, ବ୍ୟଭିଚାର, ଲଣ୍ଠନ, ମିଥ୍ୟା ଓ ପର କୁତ୍ସାରଟନା ପରି ନାନା ପ୍ରକାର ନୀତିହୀନ କାର୍ଯ୍ୟ କରିଥାଏ। 20ଏହିସବୁ କାର୍ଯ୍ୟ ମନୁଷ୍ୟକୁ ଅପର୍ବତ୍ର କରେ। କିନ୍ତୁ ସେମାନେ କହିବା ଅନୁଯାୟୀ ହାତ ନ ଥୋଇ ଖାଇଲେ, କେହି ଅପବିତ୍ର ହୋଇଯାଏ ନାହିଁ।”
ଜଣେ ସ୍ତ୍ରୀ ଲୋକର ବିଶ୍ୱାସ
(ମାର୍କ ୭:୨୪-୩୦)
21ଯୀଶୁ ସେହି ସ୍ଥାନ ଛାଡ଼ି ସୋର ଓ ସୀଦୋନ ଅଞ୍ଚଳକୁ ଗଲେ। 22ସେଠାରେ ବାସ କରୁଥିବା ଜଣେ କିଣାନୀୟ ସ୍ତ୍ରୀଲୋକ ଯୀଶଉ ଙ୍କ ନିକଟକୁ ଆସି କହିଲା, “ହେ ପ୍ରଭୁ, ଦାଉଦ ବଂଶଜ, ମୋତେ ଦୟା କର। ମୋ’ ଝିଅକୁ ଭୁତ ଥରିଛି ଓ ସେ ବଡ଼ କଷ୍ଟ ଭୋଗିଛି।”
23କିନ୍ତୁ ଯୀଶଉ ତାକୁ ପଦେ ହେଲେ ଉତ୍ତର ଦେଲେ ନାହିଁ। ଶିଷ୍ୟମାନେ ତାଙ୍କ ପାଖକୁ ଆସି ଅନୁରୋଧ କଲେ, “ତାକୁ ଶୀଘ୍ର ବିଦାୟ କରି ଦିଅନ୍ତୁ। ଦେଖନ୍ତୁ ସେ କିପରି ପାଟି କରି ଆମ ପଛରେ ଗୋଡ଼େଇଛି।”
24ଯୀଶୁ ଉତ୍ତର ଦେଲେ, “ହଜିଲା ମେଣ୍ଢାପରି ପଥଭ୍ରଷ୍ଟ ଇଶ୍ରାୟେଲ ଲୋକଙ୍କ ଗୋଡ଼ ତଳେ ପଡ଼ି କହିଲା, “ପ୍ରଭୁ , ମୋତେ ଦୟା କରନ୍ତୁ।”
25ସ୍ତ୍ରୀ ଲୋକଟି ଆସି ଯୀଶୁଙ୍କ ଗୋଡ଼ ତଳେ ପଡ଼ି କହିଲା, "ପ୍ରଭୁ, ମୋତେ ଦୟା କରନ୍ତୁ।”
26ଯୀଶୁ କହିଲେ, “ ପିଲାମାନଙ୍କର ଖାଦ୍ୟ ନେଇ କୁକୁର ଆଜରେ ପକେଇବା ଠିକ୍ ନୁହେଁ।” 27ସ୍ତ୍ରୀ ଲୋକଟି ଉତ୍ତର ଦେଲା, “ତାହା ସତ ହ୍ରଭୁ, କିନ୍ତୁ କୁକୁରମାନେ ମଧ୍ୟ ମେଜ ତଳେ ମୁନିବର ଅଇଁଠା ଖାଇବାକୁ ପାହାନ୍ତି।”
28ଯୀଶୁ ତା’ କଥାର ଉତ୍ତର ଦେଇ କହିଲେ, “ତୁମେ ଜଣେ ଦୃଡ଼ ବିଶ୍ୱାସିନୀ। ତୁମ ଇଚ୍ଛା ପୂର୍ଣ୍ଣ ହେବ।” ସେହି ମୁହୂର୍ତ୍ତରେ ତା’ର ଝିଅ ସୁସ୍ଥ ହେଲା।
ଯୀଶୁ ଅନେକ ଲୋକଙ୍କୁ ସୁସ୍ଥ କଲେ
29ସେଠାରୁ ବାହାରି ଯୀଶୁ ହ୍ରଦ କୂଳେ କୂଳେ ଯାଇ ଗୋଟିଏ ପାହାଡ଼ ଉପରେ ବସିଲେ। 30ବହୁ ସଂଖ୍ୟାରେ ଲୋକମାନେ ଆସି ତାଙ୍କ ନିକଟରେ ଜମା ହେଲେ। ସେମାନେ ପଙ୍ଗୁ, ଅନ୍ଧ, ବିକଳାଙ୍ଗ ଓ ଅନେକ ପୀଡ଼ିତ ଲୋକମାନଙ୍କୁ ଆଣି ଯୀଶୁଙ୍କ ପାଦ ତଳେ ରଖିଲେ ଏବଂ ଯୀଶଉ ସେ ସମସ୍ତଙ୍କୁ ସୁସ୍ଥ କଲେ। 31ମୂକ କଥା କହିବା, ବିକଳାଙ୍ଗ ସୁସ୍ଥ ହେବା, ପଙ୍ଗୁ ଚାଲିବା ଓ ଅନ୍ଧ ଦୃଷ୍ଟି ଲାଭ କରିବା ଦେଖି ଲୋକେ ବିସ୍ମୟାଭିଭୂତ ହେଲେ ଏବଂ ଇଶ୍ରାୟେଲର ଈଶ୍ୱରଙ୍କୁ ପ୍ରଶଂସା କଲେ।
ଯୀଶୁ ଚାରି ହଜାର ଲୋକଙ୍କୁ ଖୁଆଇଥିଲେ
(ମାର୍କ ୮:୧-୧୦)
32ଯୀଶୁ ଶିଷ୍ୟମାନଙ୍କୁ ଡାକି କହିଲେ, “ଏହି ଲୋକମାନଙ୍କ ପାଇଁ ମୋତେ ଦୁଃଖ ଲାଗୁଛି, କାରଣ ଏମାନେ ମୋ’ ସାଙ୍ଗରେ ତିନି ଦିନ ରହିଗଲେଣି ଏବଂ ଏବେ ସେମାନଙ୍କ ପାଖରେ କିଛି ନାହିଁ। ସେମାନେ ନ ଖାଇ ଏଠାରୁ ଚାଲି ଯାଆନ୍ତୁ, ଏକଥା ମୁଁ ଚାହେଁ ନାହିଁ; କାରଣ ଫେରିଯିବାବେଳେ ବାଟରେ ସେମାନେ ଥକ୍କି ପଡ଼ିବେ।”
33ଶିଷ୍ୟମାନେ ପଚାରିଲେ, “ଏମରୁ ଅଞ୍ଚଳରେ ଏତେ ଲୋକଙ୍କୁ ଖୁଆଇବା ପାଇଁ ଆମେ କେଉଁଠୁ ଖାଦ୍ୟ ପାଇବା?”
34ଯୀଶୁ ପଚାରିଲେ, “ତୁମ ପାଖରେ କେତୋଟି ରୋଟୀ ଅଛି?”
ସେମାନେ ଉତ୍ତର ଦେଲେ, “ସାତୋଟି ରୋଟୀ ଓ କିଛି ଛୋଟ ମାଛ।”
35ଯୀଶୁ ଲୋକମାନଙ୍କୁ ଭୂମି ଉପରେ ବସିବାକୁ କହିଲେ।
36ତା’ପରେ ସେ ସେହି ସାତୋଟି ରୋଟୀ ଓ ମାଛ ନେଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଓ ସେଗୁଡ଼ିକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ଶିଷ୍ୟମାନଙ୍କୁ ଦେଲେ। ଶିଷମାନେ ତାହା ଲୋକମାନଙ୍କ ମଧ୍ୟରେ ବାଣ୍ଟିଲେ।
37ସମସ୍ତେ ଯଥେଷ୍ଟ ପରିମାଣରେ ଖାଇବାକୁ ପାଇଳେ ଏବଂ ଶିଷ୍ୟମାନେ ବଳି ପଡ଼ିଥିବା ଖାଦ୍ୟ ପଦାର୍ଥରେ ଦାତୋଟି ଟୋକେଇ ପୂର୍ଣ୍ଣ କଲେ।
38ସ୍ତ୍ରୀ ଓ ପିଲାମାନଙ୍କୁ ବିଦାୟ ଦେଇ ନୌକା ଚଢ଼ି ମଗଦାନ ଅଞ୍ଚଳକୁ ଗଲେ।
39ଏହା ପରେ ଯୀଶୁ ଲୋକମାନଙ୍କୁ ବିଦାୟ ଦେଇ ନୌକା ଚଢ଼ି ମଗଦାନ ଅଞ୍ଚଳକୁ ଗଲେ।
اکنون انتخاب شده:
ମାଥିଉଲିଖିତ ସୁସମାଚାର 15: ODCLBSI
هایلایت
کپی
مقایسه
به اشتراک گذاشتن
می خواهید نکات برجسته خود را در همه دستگاه های خود ذخیره کنید؟ برای ورودثبت نام کنید یا اگر ثبت نام کرده اید وارد شوید
Odia (CL) NT - ପବିତ୍ର ବାଇବଲ
© The Bible Society of India, 2018.
Used by permission. All rights reserved worldwide.