YouVersion Logo
Search Icon

ନାହୂମ 3

3
ନୀନିବୀ ପାଇଁ ଦୁଃଖ ସମ୍ବାଦ
1ଘାତକମାନଙ୍କର ନଗରୀକୁ ଧିକ୍।
ନୀନିବୀ ଏକ ମିଥ୍ୟା ନଗରୀ,
ଗ୍ଭେରି ଓ ମୃତ୍ୟୁ ଯନ୍ତ୍ରଣାରେ
ପରିପୂର୍ଣ୍ଣ ଅଟେ।
2ତୁମ୍ଭେ ଗ୍ଭବୁକ ପ୍ରହାରର ଶବ୍ଦ,
ଚକ୍ର ଘୂରିବା ଶବ୍ଦ,
ଘୋଡ଼ାର ଟାପୁ ଶବ୍ଦ
ଏବଂ ରଥର ଗ୍ଭଳନା ଶବ୍ଦ ଶୁଣି ପାରିବ।
3ସୈନ୍ୟମାନେ ଅଶ୍ୱପୃଷ୍ଠରେ ଆକ୍ରମଣ କରୁଛନ୍ତି।
ସେମାନଙ୍କର ଖଣ୍ତାଗୁଡ଼ିକ ଚ‌କ୍‌ଚକ୍ କରୁଛି
ଏବଂ ସେମାନଙ୍କର ବର୍ଚ୍ଛାଗୁଡ଼ିକ ଉଜ୍ଜ୍ୱଳ ଦେଖା ଯାଉଛି।
ତେଣୁ ବହୁ ମୃତ ଶରୀର ରହିଛି
ଯାହାକୁ ଗଣି ହେବ ନାହିଁ।
ଲୋକମାନେ ସେହି ମୃତ ଶରୀର ଉପରେ ଝୁଣ୍ଟି ପଡ଼ୁଛନ୍ତି।
4ନୀନିବୀରେ ଅତ୍ୟନ୍ତ ଗଣିକା କର୍ମ ପାଇଁ ଏସବୁ ଘଟିଲା।
ସେ ଏକ କୁପଥର ଉତ୍ସ
ଯିଏ କି ତା'ର ଗଣିକା କାର୍ଯ୍ୟ ପାଇଁ
ରାଜ୍ୟକୁ କ୍ରୀତଦାସ କଲା।
ସେ ତା'ର ଯାଦୁ ବଳରେ ଲୋକମାନଙ୍କୁ ତା'ର କ୍ରୀତଦାସ କରିଛନ୍ତି।
5ସର୍ବଶକ୍ତିମାନ୍ ସଦାପ୍ରଭୁ ପରମେଶ୍ୱର କୁହନ୍ତି,
“ହେ ନୀନିବୀ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଅଛୁ।
ଆମ୍ଭେ ମୁଖମଣ୍ତଳରୁ ତୁମ୍ଭର ପୋଷାକ ଉଠେଇ ନେବା।
ସମସ୍ତ ଦେଶ ତୁମ୍ଭର ଉଲଗ୍ନ ଶରୀର ଦେଖିବେ।
ସେହି ରାଜ୍ୟଗୁଡ଼ିକ ତୁମ୍ଭର ଲଜ୍ଜିତରୂପ ଦେଖିବେ।
6ଆମ୍ଭେ କୁତ୍ସିତ ପଦାର୍ଥ ତୁମ୍ଭ ଉପରକୁ ପକାଇବା,
ତୁମ୍ଭକୁ ଘୃଣାପୂର୍ଣ୍ଣ ଭାବେ ଆମ୍ଭେ ବ୍ୟବହାର କରିବା।
ତୁମ୍ଭକୁ ଲୋକମାନେ ଦେଖି ଉପହାସ କରିବେ।
7ଯେଉଁମାନେ ତୁମ୍ଭର ଅବସ୍ଥାକୁ ଦେଖିବେ,
ସମସ୍ତେ ମର୍ମାହତ ହେବେ ଓ ତୁମ୍ଭଠାରୁ ଦୂରେଇ ଯିବେ।
ସେମାନେ କହିବେ, ‘ନୀନିବୀ ଧ୍ୱଂସ ହେଉଛି।
କିଏ ତା’ ପାଇଁ କାନ୍ଦିବ?’
ଆମ୍ଭେ ତୁମ୍ଭକୁ ସାନ୍ତ୍ୱନା ଦେବା ପାଇଁ ଜଣଙ୍କୁ କେଉଁଠାରୁ ପାଇବା?”
8ହେ ନୀନିବୀ, ତୁମ୍ଭେ କ’ଣ ନୀଳନଦୀ ଉପରେ ଅବସ୍ଥିତ ନୋ-ଆମୋନଠାରୁ ଭଲରେ ଅଛ? ନା, ତୁମ୍ଭେ ତା'ଠାରୁ ଭଲରେ ନାହଁ। ନୋ-ଆମୋନ ଗ୍ଭରିପାଖରେ ଜଳ ଥିଲା। ନୋ-ଆମୋନ ନିଜକୁ ରକ୍ଷା କରିବାକୁ ସେହି ଜଳକୁ ବ୍ୟବହାର କରୁଥିଲା। ସେ ତାକୁ ପ୍ରାଚୀର ସଦୃଶ ବ୍ୟବହାର କରୁଥିଲା। 9ଇଥିଓପିଆ ଓ ମିଶର ନୋ-ଆମୋନକୁ ବହୁ ଶକ୍ତି ଦେଉଥିଲେ। ପୂଟୀୟ ଓ ଲୂବୀୟ ତାକୁ ସମର୍ଥନ କରୁଥିଲେ। 10କିନ୍ତୁ ନୋ-ଆମୋନ ପରାଜିତ ହେଲା। ତା'ର ଲୋକମାନେ ବନ୍ଦୀଭାବରେ ଗୋଟିଏ ବିଦେଶକୁ ନିଆଗଲେ। ସୈନ୍ୟମାନେ ରାସ୍ତାର ପ୍ରତ୍ୟେକ କୋଣରେ ତା'ର ଛୋଟ ପିଲାମାନଙ୍କୁ ପିଟି ପିଟି ମାରି ଦେଲେ। ଏବଂ ସେମାନେ ତାଙ୍କର ମାନ୍ୟ ପୁରୁଷମାନଙ୍କ ନିମନ୍ତେ ଗୁଲିବାଣ୍ଟ କଲେ, ତାଙ୍କର ବଡ଼ ଲୋକ ସମସ୍ତେ ଶୃଙ୍ଖଳରେ ବନ୍ଧା ହେଲେ।
11ହେ ନୀନିବୀ, ତୁମ୍ଭେବି ଜଣେ ମଦ୍ୟପ ପରି ପଡ଼ି ରହିବ। ତୁମ୍ଭେ ଲୁଚିବାକୁ ଚେଷ୍ଟା କରିବ। ତୁମ୍ଭେ ଶତ୍ରୁଠାରୁ ରକ୍ଷା ପାଇବାକୁ ଗୋଟିଏ ନିରାପଦ ସ୍ଥାନ ଖୋଜିବ। 12କିନ୍ତୁ ନୀନିବୀ, ତୁମ୍ଭର ସମସ୍ତ ସୁଦୃଢ଼ ସ୍ଥାନଗୁଡ଼ିକ ଡିମ୍ବିରି ଗଛ ସଦୃଶ ହେବ। ନୂଆ ଡିମ୍ବିରି ପାଚିବ। ଜଣେ ଲୋକ ଆସିବ ଏବଂ ଗଛକୁ ହଲାଇବ ଏବଂ ଡିମ୍ବିରି ଫଳ ତା'ର ପାଟିରେ ପଡ଼ିବ।
13ନୀନିବୀ, ତୁମ୍ଭର ଲୋକମାନେ ସ୍ତ୍ରୀଲୋକ ସଦୃଶ। ତୁମ୍ଭ ଦେଶର ଫାଟକଗୁଡ଼ିକ ଶତ୍ରୁସୈନ୍ୟ ପ୍ରବେଶ କରିବାକୁ ସମ୍ପୂର୍ଣ୍ଣ ଉନ୍ମୁକ୍ତ। ଫାଟକଗୁଡ଼ିକରେ ଲାଗିଥିବା କାଠର ଦଣ୍ତଗୁଡ଼ିକ ଅଗ୍ନି ପୋଡ଼ି ଦେଇଛି।
14ଅବରୋଧ ସମୟ ନିମନ୍ତେ ପାଣି କାଢ଼ି ଆଣ। ଇଟା ତିଆରି କରିବାକୁ ମାଟି ରଖ, ସେଥିରେ ଚୂନ ମିଶାଅ, ଇଟା ତିଆରି ପାଇଁ ସେହି କାଦୁଅକୁ ନିଅ। ତୁମ୍ଭମାନଙ୍କର ଦୁର୍ଗଗୁଡ଼ିକ ଶକ୍ତିଶାଳୀ କର। 15ତୁମ୍ଭେ ସେହିସବୁ କାମ କରି ପାରିବ। କିନ୍ତୁ ଅଗ୍ନି ତଥାପି ତୁମ୍ଭକୁ ସମ୍ପୂର୍ଣ୍ଣଭାବେ ଧ୍ୱଂସ କରିବ। ଖଣ୍ତା ତୁମ୍ଭକୁ ହତ୍ୟା କରିବ, ତୁମ୍ଭର ଜମିରେ ଦଳେ ପଙ୍ଗପାଳ ସଦୃଶ ଦେଖାଯିବେ ଯିଏ କି ଆସିବ ଏବଂ ସବୁ ଖାଇ ଦେବେ।
ନୀନିବୀ, ତୁମ୍ଭେ ବଢ଼ି ଗ୍ଭଲିଲ। ତୁମ୍ଭେ ପଲ ପଙ୍ଗପାଳ ସଦୃଶ ହେଲ। 16ତୁମ୍ଭର ବହୁ ବ୍ୟବସାୟୀ ଅଛନ୍ତି। ସେମାନେ ଆକାଶ ତାରା ସଦୃଶ ଅଗଣିତ ଏବଂ ସେମାନେ ପଙ୍ଗପାଳ ସଦୃଶ। ସେମାନେ ସବୁ ଶେଷ ହେବା ପର୍ଯ୍ୟନ୍ତ ଖାଆନ୍ତି ଏବଂ ପରେ ସେମାନେ ସେହି ସ୍ଥାନ ଛାଡ଼ନ୍ତି। 17ତୁମ୍ଭର ସରକାରୀ କର୍ମଗ୍ଭରୀମାନେ ମଧ୍ୟ ପଙ୍ଗପାଳ ସଦୃଶ। ତୁମ୍ଭମାନଙ୍କର ରାଜପୁତ୍ରମାନେ ଝିଣ୍ଟିକା ପରି। ସେମାନେ ଶୀତଦିନରେ କାନ୍ଥରେ ବାସ କରନ୍ତି। କିନ୍ତୁ ଯେତେବେଳେ ସୂର୍ଯ୍ୟ ଉପରକୁ ଉଠନ୍ତି ଏବଂ ପଥର ଉଷ୍ମ ହୁଏ, ସେହି ପଙ୍ଗପାଳମାନେ ଉଡ଼ି ପଳାନ୍ତି। ଏବଂ କେହି ଜାଣନ୍ତି ନାହିଁ ସେମାନେ କେଉଁ ଆଡ଼କୁ ଯାଇଛନ୍ତି।
18ହେ ଅଶୂରର ରାଜା, ତୁମ୍ଭର ମେଷପାଳକମାନେ ଶୋଇ ପଡ଼ିଲେ। ସେହି ଶକ୍ତିଶାଳୀ ଲୋକମାନେ ଶୋଇଛନ୍ତି। ବର୍ତ୍ତମାନ ତୁମ୍ଭ ଲୋକମାନେ ପର୍ବତ ଉପରେ ବିଛେଇ ହୋଇ ଯାଇଛନ୍ତି। ସେଠାରେ ସେମାନଙ୍କୁ ଫେରାଇ ଆଣିବାକୁ କେହି ଲୋକ ନାହାନ୍ତି। 19ହେ ନୀନିବୀ, ତୁମ୍ଭେ ଭୟଙ୍କର ଭାବରେ କ୍ଷତ ବିକ୍ଷତ ହୋଇଛ। କିଛି ତୁମ୍ଭର କ୍ଷତକୁ ଆରୋଗ୍ୟ କରି ପାରିବ ନାହିଁ। ଯେକେହି ତୁମ୍ଭ ବିଷୟରେ ସମ୍ବାଦ ଶୁଣେ ସେମାନେ ତାଳି ମାରନ୍ତି। ସେମାନେ ସମସ୍ତେ ଖୁସୀ ହୁଅନ୍ତି କାରଣ ସେମାନେ ସମସ୍ତେ ତୁମ୍ଭମାନଙ୍କର ଭୁଲ୍ ଯୋଗୁଁ ସର୍ବଦା ପୀଡ଼ିତ ହେଉଛନ୍ତି।

Currently Selected:

ନାହୂମ 3: OERV

Highlight

Copy

Compare

Share

None

Want to have your highlights saved across all your devices? Sign up or sign in