ନାହୂମ 2
2
ନୀନିବୀ ଧ୍ୱଂସ ହେବ
1କେହି ଜଣେ ତୁମ୍ଭମାନଙ୍କୁ ଛିନ୍ନଛତ୍ର କରିବାକୁ ଆସୁଛି।
ତେଣୁ ତୁମ୍ଭ ସୁଦୃଢ଼ ସ୍ଥାନଗୁଡ଼ିକୁ ଜଗ।
ରାସ୍ତାଗୁଡ଼ିକ ଉପରେ ଦୃଷ୍ଟି ରଖ।
ଯୁଦ୍ଧ ପାଇଁ ସଜ ହୁଅ
ଏବଂ ନିଜର ପାରୁ ପର୍ଯ୍ୟନ୍ତ ନିଜକୁ ସଜାଗ ରଖ।
2ସଦାପ୍ରଭୁ ଯାକୁବର ଶୋଭା ପୂର୍ଣ୍ଣ ପ୍ରତିଷ୍ଠା କରିଛନ୍ତି,
ଯାହାକି ଇସ୍ରାଏଲର ଶୋଭା ସଦୃଶ।
ଶତ୍ରୁ ସେମାନଙ୍କୁ ଧ୍ୱଂସ କଲେ
ଓ ସେମାନଙ୍କର ଦ୍ରାକ୍ଷାଲତା ସବୁ ନଷ୍ଟ କଲେ।
3ସେହି ସୈନ୍ୟମାନଙ୍କର ମୋହରଗୁଡ଼ିକ ଲାଲ।
ସେମାନଙ୍କର ପୋଷାକ ଅତି ଲାଲ।
ସେମାନଙ୍କର ରଥଗୁଡ଼ିକ ଯୁଦ୍ଧ ପାଇଁ ଧାଡ଼ିରେ ପ୍ରସ୍ତୁତ ହୋଇ ରହିଛି,
ସେଗୁଡ଼ିକ ଅଗ୍ନିଶିଖା ପରି ଉଜ୍ଜ୍ୱଳ ଦେଖା ଯାଉଛି।
ସେମାନଙ୍କର ବର୍ଚ୍ଛାସବୁ ଉତ୍ତୋଳିତ।
4ଅଶ୍ୱଗ୍ଭଳିତ ରଥଗୁଡ଼ିକ ରାସ୍ତାରେ ଧାଉଁଛନ୍ତି।
ସେମାନେ ଖୋଲାଛକରେ ଏଣେତେଣେ ଭିଡ଼ କରୁଛନ୍ତି।
ସେଗୁଡ଼ିକ ମଶାଲପରି
ଓ ବିଜୁଳି ପରି ଦେଖାଯାଉଛି।
5ସେ ତାଙ୍କର ଅଧିକାରୀମାନଙ୍କୁ ଆଦେଶ ଦିଅନ୍ତି।
ଯେତେବେଳେ ସେମାନେ ଆଗକୁ ଗତି କରନ୍ତି, ସେମାନେ ଝୁଣ୍ଟି ପଡ଼ନ୍ତି।
ସେମାନେ କାନ୍ଥ ନିକଟକୁ ଯାଆନ୍ତି
ଏବଂ ସେମାନଙ୍କର ଢାଲଗୁଡ଼ିକ ଠିକ୍ କରନ୍ତି।
6ନଦୀର ଫାଟକଗୁଡ଼ିକ ଖୋଲା ଅଛି
ଏବଂ ରାଜପ୍ରାସାଦ ଭାସି ଯାଉଛି,
7ରାଣୀ ଶତ୍ରୁମାନଙ୍କ ଦ୍ୱାରା ଧରା ପଡ଼ିଛନ୍ତି ଓ ଦୂରକୁ ନିଆ ହୋଇଛନ୍ତି।
ଏବଂ ତାଙ୍କର ଦାସୀମାନେ ଦୁଃଖରେ କପୋତ ପରି କ୍ରନ୍ଦନ କରୁଛନ୍ତି।
ସେମାନେ ସେମାନଙ୍କର ଦୁଃଖ ଜଣାଇବାକୁ ଛାତିକୁ ପ୍ରହାର କରୁଛନ୍ତି।
8ନୀନିବୀ ଏକ ପୁଷ୍କରଣୀ ସଦୃଶ ଯାହାର ଜଳ ବାହାରି ଯାଉଛି।
ଲୋକମାନେ, “ଦୌଡ଼ୁଛନ୍ତି
ଏବଂ ତାହା ବନ୍ଦ କରିବାକୁ ଚିତ୍କାର କରୁଛନ୍ତି!”
କିନ୍ତୁ କେହି ମଧ୍ୟ ସେମାନଙ୍କର କ୍ରନ୍ଦନକୁ ଧ୍ୟାନ ଦେଉ ନାହାନ୍ତି।
9ତାଙ୍କ ପାଖରେ ବହୁ
ଧନସମ୍ପତ୍ତି ନେବାକୁ ଅଛି।
ତାଙ୍କର ରୂପା
ଓ ସୁନା ନିଅ।
10ବର୍ତ୍ତମାନ ନୀନିବୀ ଶୂନ୍ୟ ହୋଇ ଯାଉଛି।
ସମସ୍ତ ଜିନିଷ ଲୁଣ୍ଠିତ
ଓ ନଗରୀଟି ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହୋଇଛି।
ଲୋକମାନେ ସେମାନଙ୍କର ସାହସ ହରାଇଛନ୍ତି।
ସେମାନଙ୍କର ହୃଦୟ ଭୟରେ ବିଚଳିତ।
ସେମାନଙ୍କର ଆଣ୍ଠୁ ଓ ଶରୀର ଥରୁଛି।
ସେମାନଙ୍କର ମୁଖମଣ୍ତଳ ଭୟରେ ମଳିନ ହୋଇଯାଇଛି।
11ସେହି ସିଂହଗୁମ୍ଫା ନୀନିବୀ କେଉଁଠି?
ସିଂହ ଏବଂ ସିଂହୀ ସେଠାରେ ବାସ କରୁଥିଲେ।
ସେମାନଙ୍କର ସିଂହ ଶାବକଗୁଡ଼ିକୁ
ସେଠାରେ ଖାଉଥିଲେ ଏବଂ ଭୟଭୀତ ନ ଥିଲେ।
12ସିଂହ ନୀନିବୀର ରାଜା ତା'ର ଶାବକମାନଙ୍କୁ ଖୁଆଇବା ପାଇଁ ବହୁତ ଶିକାର କଲା
ଏବଂ ସିଂହୀ ପାଇଁ ଶିକାର କଲା।
ସେ ତା'ର ନୀନିବୀ ଗୁମ୍ଫାକୁ ଶିକାରରେ ପରିପୂର୍ଣ୍ଣ କଲା!
ସେ ତା'ର ଗୁମ୍ଫାକୁ ମାଂସରେ ପୂର୍ଣ୍ଣ କଲା।
13ସର୍ବଶକ୍ତିମାନ୍ ସଦାପ୍ରଭୁ ପରମେଶ୍ୱର କୁହନ୍ତି,
“ନୀନିବୀ ଆମ୍ଭେ ତୁମ୍ଭ ବିରୁଦ୍ଧରେ ଅଛୁ।
ଆମ୍ଭେ ତୁମ୍ଭର ରଥକୁ ଜାଳିଦେବା
ଓ ତୁମ୍ଭର ‘ଯୁବକ ସିଂହମାନଙ୍କୁ’ ଖଣ୍ଡାରେ ହତ୍ୟା କରିବା।
ଆମ୍ଭେ ତୁମ୍ଭମାନଙ୍କର ଶିକାରକୁ ପୃଥିବୀରୁ ଲୋପ କରିଦେବା।
ଲୋକମାନେ ଆଉ କେବେ ମନ୍ଦ ଖବର
ତୁମ୍ଭ ଦୂତଠାରୁ ଶୁଣିବେ ନାହିଁ।”
Currently Selected:
ନାହୂମ 2: OERV
Highlight
Copy
Compare
Share
Want to have your highlights saved across all your devices? Sign up or sign in
Odia Holy Bible: Easy-to-Read Version (OERV)
@ 2004 Bible League International