YouVersion Logo
Search Icon

ମୀଖା 6

6
ସଦାପ୍ରଭୁଙ୍କର ଅଭିଯୋଗ
1ଶୁଣ, ସଦାପ୍ରଭୁ ଯାହା କହନ୍ତି,
“ଉଠ ଏବଂ ତୁମ୍ଭର ଅଭିଯୋଗ ପର୍ବତମାନଙ୍କ ସମ୍ମୁଖରେ ଓ ସେହି ପାହାଡ଼ ଗୁଡ଼ିକ ସମ୍ମୁଖରେ ପ୍ରକାଶ କର,
ଯେଉଁ ପାହାଡ଼ଗୁଡ଼ିକ ତୁମ୍ଭର କଥା ଶୁଣନ୍ତି।
2ସଦାପ୍ରଭୁଙ୍କର ଏକ ଅଭିଯୋଗ ଲୋକମାନଙ୍କ ବିରୁଦ୍ଧରେ ଅଛି।
ତେଣୁ ହେ ପର୍ବତଗଣ ଓ ପୃଥିବୀର ସମସ୍ତ ମୂଳଦୁଆ,
ସଦାପ୍ରଭୁଙ୍କର ଅଭିଯୋଗ ଶୁଣ,
ଇସ୍ରାଏଲ ଭୁଲ୍ ବୋଲି ପ୍ରମାଣିତ ହେବ।”
3ସଦାପ୍ରଭୁ ପୁଣି କୁହନ୍ତି, “ହେ ଆମ୍ଭର ଲୋକମାନେ, ତୁମ୍ଭେମାନେ କୁହ
ଆମ୍ଭେ ତୁମ୍ଭମାନଙ୍କ ବିପକ୍ଷରେ କି କାର୍ଯ୍ୟ କରିଅଛୁ।
ତୁମ୍ଭମାନଙ୍କର ଜୀବନକୁ କଠିନତର କରିଛି ବୋଲି ସାକ୍ଷ୍ୟ ଦିଅ।
4ଆମ୍ଭେ କ’ଣ କରିଅଛୁ ତୁମ୍ଭମାନଙ୍କୁ କହିବା।
ଆମ୍ଭେ ମୋଶା, ହାରୋଣ ଓ ମରିୟମକୁ ତୁମ୍ଭମାନଙ୍କ ନିକଟକୁ ପଠାଇଅଛୁ।
ମିଶରରୁ ତୁମ୍ଭମାନଙ୍କୁ ଆଣିଅଛୁ
ଓ ତୁମ୍ଭମାନଙ୍କୁ ଦାସତ୍ୱରୁ ମୁକ୍ତ କରିଅଛୁ।
5ହେ ଆମ୍ଭର ଲୋକମାନେ, ମୋୟାବର ରାଜା ବାଲାକ୍ କିପ୍ରକାର ମନ୍ଦ ଯୋଜନା କରିଥିଲେ, ସ୍ମରଣ କର।
ଆଉ ବିୟୋରର ପୁତ୍ର ବିଲିୟମ୍ ତାଙ୍କୁ କି ଉତ୍ତର ଦେଇଥିଲେ, ତାକୁ ସ୍ମରଣ କର।
ଶିଟୀ‌‌ମ୍‌‌ଠାରୁ ଗି‌ଲ୍‌ଗଲ୍ ପର୍ଯ୍ୟନ୍ତ ଯାହାସବୁ ଘଟିଯାଇଛି, ତାକୁ ମଧ୍ୟ ମନେ ପକାଅ।
ତାହାହେଲେ ସଦାପ୍ରଭୁଙ୍କର ନ୍ୟାୟ କର୍ମ ବିଷୟରେ ତୁମ୍ଭେମାନେ ଜାଣି ପାରିବ।”
ପରମେଶ୍ୱର ଆମ୍ଭମାନଙ୍କଠାରୁ କ’ଣ ଗ୍ଭହାନ୍ତି
6ଆମ୍ଭେମାନେ କ’ଣ ଆଣି ସଦାପ୍ରଭୁଙ୍କୁ ଭେଟିବା?
କ’ଣ କରି ଆମ୍ଭେ ଊର୍ଦ୍ଧ୍ୱସ୍ଥ ପରମେଶ୍ୱରଙ୍କୁ ପ୍ରଣାମ କରିବା?
କ’ଣ ହୋମବଳି ଓ ଏକ ବର୍ଷୀୟ ଗୋବତ୍ସ ନେଇ
ଆମ୍ଭେ ସଦାପ୍ରଭୁଙ୍କୁ ଭେଟି ଦେବା?
7ହଜାର ହଜାର ମେଷରେ କି ଅୟୁତ ଅୟୁତ ତୈଳର ନଦୀରେ
ସଦାପ୍ରଭୁ କ’ଣ ଆନନ୍ଦିତ ହେବେ?
ମୋର ଅପରାଧ ପାଇଁ କ’ଣ ମୋର ପ୍ରଥମ ସନ୍ତାନକୁ ପ୍ରତିଦାନ ସ୍ୱରୂପ ଦେବି?
ମୋର ଶରୀରର ଫଳ ସ୍ୱରୂପ ସନ୍ତାନକୁ ମୋର ପାପ ପାଇଁ କ’ଣ ପରିଶୋଧ କରିବି?
8ହେ ମାନବ, ଯାହା ଉତ୍ତମ ତାହା ସଦାପ୍ରଭୁ ତୁମ୍ଭକୁ ଜଣାଇଛନ୍ତି।
ଏହା ହିଁ ସଦାପ୍ରଭୁ ତୁମ୍ଭଠାରୁ ଇଚ୍ଛା କରନ୍ତି।
ଅନ୍ୟମାନଙ୍କ ପ୍ରତି ଭଲହୁଅ,
ବଦାନ୍ୟତା ଓ କରୁଣାକୁ ଭଲ ପାଅ,
ପରମେଶ୍ୱରଙ୍କ ସହିତ ନମ୍ରତାର ସହିତ ବାସ କର।
ଇସ୍ରାଏଲୀୟମାନେ କ’ଣ କରୁଥିଲେ
9ସଦାପ୍ରଭୁଙ୍କ ସ୍ୱର ନଗରକୁ ଆହ୍ୱାନ କରୁଛି।
ସଦାପ୍ରଭୁଙ୍କ ନାମକୁ ସମ୍ମାନ ଦେବା ବିଜ୍ଞତାର ପରିଗ୍ଭୟକ ଅଟେ।
ତେଣୁ ନଗରର ଲୋକ ଏବଂ ନିବାସୀମାନେ ଶୁଣ।
10ମନ୍ଦାଗ୍ଭରୀଗଣ କ’ଣ ଏବେ
ସୁଦ୍ଧା ଗ୍ଭେରି ଧନସମ୍ପତ୍ତିକୁ ଲୁଗ୍ଭଇ ରଖିଛନ୍ତି?
ସେହି ମନ୍ଦାଗ୍ଭରୀଗଣ ଏବେ କ’ଣ
ଛୋଟ ଐଫାରେ ଲୋକମାନଙ୍କୁ ପ୍ରତାରଣା କରୁଛନ୍ତି?
ହଁ, ଏହିସବୁ ଘଟଣା ଏବେ ମଧ୍ୟ ଘଟୁଅଛି।
11ବର୍ତ୍ତମାନ ଆମ୍ଭେ ଭୁଲ୍ ମାପକାଠି
ଏବଂ ଅସାଧୁ ଓଜନ
ସହ୍ୟ କରିବା ଉଚିତ୍ କି? ନା!
12ସେହି ନଗରୀର ଧନୀ ଲୋକମାନେ ନିଷ୍ଠୁର ଅଟନ୍ତି।
ସେହି ସ୍ଥାନର ଲୋକେ ତଥାପି ମିଥ୍ୟା କହୁଛନ୍ତି।
ହଁ, ସେହି ଲୋକମାନେ ପ୍ରବଞ୍ଚକ।
13ତେଣୁ ଆମ୍ଭେ ତୁମ୍ଭକୁ ଶାସ୍ତି ଦେବା ଆରମ୍ଭ କରିଅଛୁ।
ତୁମ୍ଭର ପାପ ଯୋଗୁଁ ଆମ୍ଭେ ତୁମ୍ଭକୁ ବିନଷ୍ଟ କରିବା।
14ତୁମ୍ଭେ ଭୋଜନ କରିବ ମାତ୍ର ତୃପ୍ତ ହେବ ନାହିଁ।
ତୁମ୍ଭେ ତଥାପି ଭୋକିଲା ଓ ଶୂନ୍ୟ ରହିବ।
ତୁମ୍ଭେ ଲୋକମାନଙ୍କୁ ନିରାପଦ ସ୍ଥାନକୁ ଆଣିବାକୁ ଚେଷ୍ଟା କରିବ
ମାତ୍ର ତୁମ୍ଭ ସୁରକ୍ଷିତ ଲୋକମାନେ ‌‌ଖ‌ଡ଼୍‌ଗରେ ନିହତ ହେବେ।
15ତୁମ୍ଭେ ଯଦିଓ ଶସ୍ୟ ବୁଣିବ
କିନ୍ତୁ ଫସଲ ଅମଳ କରିବ ନାହିଁ।
ତୁମ୍ଭେ ଅଲିଭ ଫଳ ପେଷିବ
ମାତ୍ର ତୈଳ ମର୍ଦ୍ଦନ ପାଇଁ ପାଇବ ନାହିଁ।
ଯଦିଓ ଦ୍ରାକ୍ଷାଫଳ ପେଷିବ,
ଦ୍ରାକ୍ଷାରସ ପାନୀୟ ପାଇଁ ପାଇବ ନାହିଁ।
16କାହିଁକି ଏସବୁ ଘଟିବ? କାରଣ ତୁମ୍ଭେ ଅମ୍ରିଙ୍କ ବ୍ୟବସ୍ଥା ପାଳନ କରୁଛ
ଏବଂ ଆହାବ ବଂଶର ପାଳିତ ସମସ୍ତ ଅବିଧିକୁ ଅନୁସରଣ କରୁଛ।
ଯେହେତୁ ସେମାନଙ୍କ ପରାମର୍ଶ ଗ୍ରହଣ କରିଛ,
ତେଣୁ ଆମ୍ଭେ ତୁମ୍ଭକୁ ବିନାଶ କରିବା।
ଯେତେବେଳେ ସେମାନେ ତୁମ୍ଭର ବିଧ୍ୱସ୍ତ ନଗର ଦେଖିବେ
ସେମାନେ ବିସ୍ମୟରେ ସିଟି ବଜାଇବେ।
ଅନ୍ୟ ଗୋଷ୍ଠୀର ଲଜ୍ଜା ଅପମାନ
ତୁମ୍ଭେ ବହନ କରିବ।”

Currently Selected:

ମୀଖା 6: OERV

Highlight

Copy

Compare

Share

None

Want to have your highlights saved across all your devices? Sign up or sign in