ମୀଖା 5
5
1ବର୍ତ୍ତମାନ, ହେ ଶକ୍ତିଶାଳୀ ନଗରୀ, ତୁମ୍ଭର ସୈନ୍ୟଦଳକୁ ଏକତ୍ରିତ କର।
ସେମାନେ ଆକ୍ରମଣ କରିବାକୁ ଆମ୍ଭମାନଙ୍କୁ ଘେରି ରହନ୍ତୁ।
ସେମାନେ ମଧ୍ୟ ଇସ୍ରାଏଲର ବିଗ୍ଭରକଙ୍କୁ
ତାଙ୍କ ଗାଲରେ ବାଡ଼ି ସାହାଯ୍ୟରେ ଆଘାତ କରିବେ।
ମସିହା ବୈଥ୍ଲେହମରେ ଜନ୍ମ ନେବେ
2କିନ୍ତୁ ହେ ବୈଥ୍ଲେହମ୍-ଉଫ୍ରାଥା,
ତୁମ୍ଭେ ଯିହୁଦାର ଗୋଟିଏ କ୍ଷୁଦ୍ରତମ ସହର ଅଟ।
କିନ୍ତୁ ତୁମ୍ଭ ମଧ୍ୟରୁ “ଇସ୍ରାଏଲର ଶାସନକର୍ତ୍ତା” ହେବା ନିମନ୍ତେ
ଜଣେ ବ୍ୟକ୍ତି ଆମ୍ଭ ଉଦ୍ଦେଶ୍ୟରେ ଜନ୍ମ ହେବେ।
ତାଙ୍କର ଉତ୍ପତ୍ତି ପୁରାତନ
ତଥା ଅନାଦିକାଳରୁ ହୋଇଅଛି।
3ସେଥିପାଇଁ ସଦାପ୍ରଭୁ ତାଙ୍କର ସନ୍ତାନମାନଙ୍କୁ ତ୍ୟାଗ କରିବେ,
ଯେପର୍ଯ୍ୟନ୍ତ ସ୍ତ୍ରୀଲୋକ ତା'ର ସନ୍ତାନ ପ୍ରସବ ନ କରିଛି।
ତାହାପରେ ଅବଶିଷ୍ଟ ଭାତୃଗଣ
ଇସ୍ରାଏଲର ଲୋକଙ୍କ ନିକଟକୁ ଫେରି ଆସିବେ।
4ତା'ପରେ ଇସ୍ରାଏଲର ଶାସକ ସଦାପ୍ରଭୁଙ୍କ ଶକ୍ତିରେ
ଓ ତାଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଅପୂର୍ବ ମହିମାରେ ଦଣ୍ଡାୟମାନ ହୋଇ ତାଙ୍କ ପଲଙ୍କୁ ଚରାଇବେ।
ସେମାନେ ଶାନ୍ତିରେ ବାସ କରିବେ
କାରଣ ସେ ସମୟରେ ତାଙ୍କର ମହାନତା ପୃଥିବୀର ଶେଷ ପ୍ରାନ୍ତ ପର୍ଯ୍ୟନ୍ତ ବିସ୍ତୃତ ହେବ।
5ସେଠାରେ ଶାନ୍ତି ବିରାଜିତ ହେବ।
ଯଦି ଅଶୂରୀୟ ଗୋଷ୍ଠୀ ଆମ୍ଭ ଦେଶକୁ ଆସିବେ
ଏବଂ ଆମ୍ଭ ରାଜ୍ୟକୁ ଆକ୍ରମଣ କରିବେ,
ତେବେ ଆମ୍ଭେ ଇସ୍ରାଏଲର ସାତ ଜଣ ମେଷପାଳକ
ଓ ଆଠଜଣ ପ୍ରଧାନ ଲୋକଙ୍କୁ ନିର୍ବାଚନ କରିବୁ।
6ସେମାନେ ସେମାନଙ୍କର ଖଡ଼୍ଗ ବ୍ୟବହାର କରିବେ ଓ ଅଶୂରୀୟମାନଙ୍କୁ ଶାସନ କରିବେ।
ସେମାନେ ମଧ୍ୟ ନିମ୍ରୋଦ ଦେଶର ଲୋକମାନଙ୍କୁ ହସ୍ତରେ ଖଡ଼୍ଗ ଧାରଣ କରି ଶାସନ କରିବେ।
କିନ୍ତୁ ଇସ୍ରାଏଲର ଶାସକ ଯେଉଁ ଅଶୂରୀୟମାନେ ଆମ୍ଭ ଦେଶକୁ ଆସିବେ
ଓ ଆମ୍ଭ ସୀମା ମଧ୍ୟରେ ପ୍ରବେଶ କରିବେ ସେମାନଙ୍କଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ।
7କିନ୍ତୁ ଯାକୁବର ଅବଶିଷ୍ଟାଂଶ, ବହୁ ଜାତି ମଧ୍ୟରେ ସଦାପ୍ରଭୁଙ୍କର ସକାଳର କାକରପରି ବିକ୍ଷିପ୍ତ ହେବେ,
ଏବଂ କେବେ ମନୁଷ୍ୟମାନଙ୍କ ଉପରେ ନିର୍ଭରଶୀଳ ହେବେ ନାହିଁ।
ଆଉ ମଧ୍ୟ ସେମାନେ ତୃଣ ଉପରେ ବୃଷ୍ଟି ସଦୃଶ ହେବେ
ଏବଂ ମନୁଷ୍ୟମାନଙ୍କ ଉପରେ ଭରସା ରଖିବେ ନାହିଁ।
8ବହୁ ଗୋଷ୍ଠୀ ମଧ୍ୟରେ ବିକ୍ଷିପ୍ତ ହୋଇଥିବା
ଯାକୁବର ଅବଶିଷ୍ଟାଂଶ
ଜଙ୍ଗଲର ପ୍ରାଣୀମାନଙ୍କ ମଧ୍ୟରେ
ସିଂହ ସଦୃଶ ବସବାସ କରିବେ।
ଆଉ ମଧ୍ୟ ସେମାନେ ମେଷ ପଲରେ
ଯୁବା ସିଂହ ସଦୃଶ ଲୋକମାନଙ୍କୁ ଦଳି ପକାଇବେ।
ସିଂହ ଜଙ୍ଗଲ ମଧ୍ୟରେ
ନିଜ ଇଚ୍ଛା ଅନୁସାରେ ଗତି କରେ
ଓ ଯେଉଁ ପ୍ରାଣୀକୁ ଆକ୍ରମଣ କରେ,
ତାକୁ କେହି ରକ୍ଷା କରି ପାରିବେ ନାହିଁ।
9ତୁମ୍ଭେ ତୁମ୍ଭର ଶତ୍ରୁଗଣ ଉପରେ ହସ୍ତ ଉତ୍ତୋଳନ କରିବ
ଓ ସେମାନଙ୍କୁ ଧ୍ୱଂସ କରିବ।
ଲୋକମାନେ ପରମେଶ୍ୱରଙ୍କ ଉପରେ ନିର୍ଭର କରିବେ
10ସଦାପ୍ରଭୁ କୁହନ୍ତି,
“ସେତେବେଳେ ଆମ୍ଭେ ତୁମ୍ଭର ଘୋଡ଼ାଗୁଡ଼ିକୁ ନେଇଯିବା
ଏବଂ ତୁମ୍ଭର ରଥଗୁଡ଼ିକୁ ଧ୍ୱଂସ କରିବା।
11ତୁମ୍ଭ ରାଜ୍ୟର ନଗରଗୁଡ଼ିକୁ ଧ୍ୱଂସ କରିବା
ଏବଂ ତୁମ୍ଭର ଦୁର୍ଗ ସଦୃଶ ଅଟ୍ଟାଳିକାଗୁଡ଼ିକୁ ଭାଙ୍ଗି ପକାଇବା।
12ତୁମ୍ଭେମାନେ ଆଉ କୁହୁଳ ବିଦ୍ୟା ଦେଖାଇ ପାରିବ ନାହିଁ
କି ଜ୍ୟୋତିଷ ପରି ଭବିଷ୍ୟଦ୍ବାଣୀ ଶୁଣାଇ ପାରିବ ନାହିଁ।
13ଆମ୍ଭେ ସେହି ମିଥ୍ୟାପ୍ରଭୁର ମୂର୍ତ୍ତିଗୁଡ଼ିକୁ ଭାଙ୍ଗି ପକାଇବା।
ଆଉ ମଧ୍ୟ ସେହି ମୂର୍ତ୍ତି ଦେବତାଙ୍କର ପବିତ୍ର ସ୍ତମ୍ଭଗୁଡ଼ିକୁ ଧ୍ୱଂସ କରି ଦେବା।
ତୁମ୍ଭେ ହାତରେ ତିଆରି କରିଥିବା ସେହି ମୂର୍ତ୍ତିଗୁଡ଼ିକୁ ଆଉ ପୂଜା କରି ପାରିବ ନାହିଁ।
14ଆଉ ମଧ୍ୟ ଆମ୍ଭେ ସେହି ଆଶେରା ସ୍ତମ୍ଭକୁ ଭାଙ୍ଗି ପକାଇବା
ଏବଂ ତୁମ୍ଭର ନଗରଗୁଡ଼ିକୁ ଧ୍ୱଂସ କରିଦେବା।
15କେତେକ ଲୋକ ଆମ୍ଭ କଥା ଶୁଣିବେ ନାହିଁ।
କିନ୍ତୁ ଆମ୍ଭେ ଆପଣା କ୍ରୋଧ ପ୍ରକାଶ କରିବା
ଏବଂ ସେହି ଲୋକମାନଙ୍କ ଉପରେ ପ୍ରତିଶୋଧ ନେବା।”
Currently Selected:
ମୀଖା 5: OERV
Highlight
Copy
Compare
Share
Want to have your highlights saved across all your devices? Sign up or sign in
Odia Holy Bible: Easy-to-Read Version (OERV)
@ 2004 Bible League International