YouVersion Logo
Search Icon

ହୋଶେୟ 1

1
ହୋଶେୟଙ୍କ ଜରିଆରେ ସଦାପ୍ରଭୁ ପରମେଶ୍ୱରଙ୍କ ବାର୍ତ୍ତା
1ବେରିଙ୍କ ପୁତ୍ର ହୋଶେୟଙ୍କ ନିକଟକୁ ସଦାପ୍ରଭୁଙ୍କ ଏହି ବାର୍ତ୍ତା ଆସିଲା। ଏହି ବାର୍ତ୍ତା ଯିହୁଦାର ରାଜା ଉଷିୟ, ଯୋଥମ୍, ଆହସ ଓ ହିଜକିୟଙ୍କ ରାଜତ୍ୱ କାଳରେ ଓ ଇସ୍ରାଏଲର ରାଜା ଯୋୟାସଙ୍କ ପୁତ୍ର ଯାରବିୟାମଙ୍କ ସମୟରେ ଆସିଥିଲା।
2ସଦାପ୍ରଭୁଙ୍କର ହୋଶେୟ ପ୍ରତି ଏହା ଥିଲା ପ୍ରଥମ ବାର୍ତ୍ତା। ସଦାପ୍ରଭୁ କହିଲେ, “ଯାଅ, ଏକ ଗଣିକାକୁ ବିବାହ କର, ଯାହାଫଳରେ ବେଶ୍ୟାର ପୁତ୍ର ଜନ୍ମ ହେବ। କାରଣ ଏହି ଦେଶର ଲୋକମାନେ ଗଣିକା ପରି କାର୍ଯ୍ୟ କରିଛନ୍ତି। ସଦାପ୍ରଭୁଙ୍କଠାରେ ଅବିଶ୍ୱସ୍ତ ହୋଇଛନ୍ତି।”
ଯିଷ୍ରିୟେଲଙ୍କ ଜନ୍ମ
3ତେଣୁ ହୋଶେୟ ଦିବ୍ଲାଇମଙ୍କ କନ୍ୟା ଗୋମରଙ୍କୁ ବିବାହ କଲେ। ଗୋମରା ଗର୍ଭବତୀ ହେଲେ ଏବଂ ହୋଶେୟଙ୍କ ପାଇଁ ଏକ ପୁତ୍ର ସନ୍ତାନ ଜନ୍ମ କଲେ। 4ସଦାପ୍ରଭୁ ହୋଶେୟକୁ କହିଲେ, “ତା'ର ନାମ ଯିଷ୍ରିୟେଲ ଦିଅ। କାରଣ ଅଳ୍ପ ସମୟ ପରେ ମୁଁ ଯେହୂର ପରିବାରକୁ ଦଣ୍ତ ଦେବି। କାରଣ ସେ ଯିଷ୍ରିୟେଲ ଉପତ୍ୟକାରେ ରକ୍ତପାତ କରିଥିଲେ। ତା'ପରେ ମୁଁ ଇସ୍ରାଏଲ ସାମ୍ରାଜ୍ୟର ପତନ ଘଟାଇବି। 5ମୁଁ ଇସ୍ରାଏଲର ଧନୁକୁ ସେହି ଯିଷ୍ରିୟେଲ ଉପତ୍ୟକାରେ ଭାଙ୍ଗିବି।”
ଲୋ-ରୁହାମାଙ୍କ ଜନ୍ମ
6ତା'ପରେ ଗୋମର ପୁନର୍ବାର ଗର୍ଭବତୀ ହେଲେ ଓ ଏକ କନ୍ୟା ସନ୍ତାନ ଜନ୍ମ ଦେଲେ। ସଦାପ୍ରଭୁ ହୋଶେୟକୁ କହିଲେ, “ତା'ର ନାମ ଲୋ-ରୁହାମା ଦିଅ। କାରଣ ଆମ୍ଭେ ଏଣିକି ଇସ୍ରାଏଲ ଜାତିକୁ ଆଉ ଦୟା ଦେଖାଇବା ନାହିଁ। ଆମ୍ଭେ ସେମାନଙ୍କୁ କ୍ଷମା ଦେବା ନାହିଁ। 7କିନ୍ତୁ ଆମ୍ଭେ ଯିହୁଦାର ଲୋକଙ୍କୁ ଦୟା ଦେଖାଇବା। ଆମ୍ଭେ ଯିହୁଦା ଦେଶକୁ ରକ୍ଷା କରିବା। ଆମ୍ଭେ ସେମାନଙ୍କୁ ରକ୍ଷା କରିବାକୁ ଖଣ୍ତା କି ଧନୁ ବ୍ୟବହାର କରିବା ନାହିଁ। ଆମ୍ଭେ ସେମାନଙ୍କୁ ରକ୍ଷା କରିବାକୁ ଯୁଦ୍ଧରେ ଅଶ୍ୱ କି ସୈନ୍ୟ ବ୍ୟବହାର କରିବା ନାହିଁ। ଆମ୍ଭେ ସେମାନଙ୍କୁ ଆମ୍ଭ ନିଜ ଶକ୍ତି ବଳରେ ରକ୍ଷା କରିବା।”
ଲୋ-ଆମୀଙ୍କ ଜନ୍ମ
8ଗୋମରା ଲୋ-ରୁହାମାଙ୍କ ସେବା ଶେଷ କଲାପରେ ସେ ପୁନର୍ବାର ଗର୍ଭବତୀ ହେଲେ। ସେ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ଦେଲେ। 9ତା'ପରେ ସଦାପ୍ରଭୁ କହିଲେ, “ତା'ର ନାମ ଲୋ-ଆମୀ ଦିଅ। କାରଣ, ତୁମ୍ଭେମାନେ ଆମ୍ଭର ଲୋକ ନୁହଁ କି ଆମ୍ଭେ ତୁମ୍ଭର ପରମେଶ୍ୱର ନୁହଁ।”
10“ସମୁଦ୍ରର ବାଲୁକା ସଦୃଶ ଇସ୍ରାଏଲ ସନ୍ତାନଗଣର ସଂଖ୍ୟା ଭବିଷ୍ୟତରେ ବୃଦ୍ଧି ପାଇବ। ତୁମ୍ଭେ ସମୁଦ୍ରର ବାଲିକୁ ମାପି ପାରିବ ନାହିଁ କି ଗଣି ପାରିବ ନାହିଁ। ଯେଉଁ ସ୍ଥାନରେ ସେମାନଙ୍କୁ କୁହାଯାଇଥିଲା, ସେହି ସ୍ଥାନରେ ଏହା ଘଟିବ। ସେମାନଙ୍କୁ ମଧ୍ୟ କୁହାଯିବ, ‘ତୁମ୍ଭେମାନେ ମୋ’ ଲୋକ ନୁହଁ। ତୁମ୍ଭେ ଜୀବନ୍ତ ପରମେଶ୍ୱରଙ୍କର ସନ୍ତାନ ଅଟ।’
11“ତା'ପରେ ଯିହୁଦା ଓ ଇସ୍ରାଏଲର ଲୋକମାନେ ଏକତ୍ରିତ ହେବେ। ସେମାନେ ସେମାନଙ୍କ ପାଇଁ ଜଣେ ରାଜା ବାଛିବେ ଏବଂ ସେମାନଙ୍କର ଦେଶ ସବୁଠାରୁ ବଡ଼ ହେବ। ଯିଷ୍ରିୟେଲର ସମୟ ପ୍ରକୃତ ବଡ଼ ହେବ।”

Currently Selected:

ହୋଶେୟ 1: OERV

Highlight

Copy

Compare

Share

None

Want to have your highlights saved across all your devices? Sign up or sign in

Videos for ହୋଶେୟ 1