ଦାନିୟେଲ 12
12
1ସେହି ଲୋକଟି ଦର୍ଶନରେ କହିଲେ, “ଦାନିୟେଲ, ସେ ସମୟରେ ତୁମ୍ଭ ଲୋକ ଯିହୁଦୀଙ୍କ, ତତ୍ତ୍ୱାବଧାରକ ରୂପେ ମୀଖାୟେଲ ମୁଖ୍ୟ ଅଧିପତିରୂପେ ଠିଆ ହେବେ। ମନୁଷ୍ୟ ଗୋଷ୍ଠୀର ସ୍ଥିତିକାଳ ଆରମ୍ଭରୁ ସେ ସମୟ ପର୍ଯ୍ୟନ୍ତ ଯେଉଁ ପ୍ରକାର ସଙ୍କଟର କାଳ କେବେ ହୋଇ ନାହିଁ। ଆଉ ତୁମ୍ଭ ଯିହୁଦୀୟ ଗୋଷ୍ଠୀୟ ଯେଉଁ ପ୍ରତ୍ୟେକର ନାମ ପୁସ୍ତକରେ ଲିଖିତ ହୋଇଅଛି, ସେମାନେ ପ୍ରତ୍ୟେକ ସେ ସମୟରେ ଉଦ୍ଧାର ପାଇବେ। 2ପୁଣି ଯେଉଁମାନେ ମୃତ ଓ କବର ପ୍ରାପ୍ତ ସେମାନଙ୍କ ମଧ୍ୟରୁ ଅନେକ ଜାଗି ଉଠିବେ। କେତେକ ଅନନ୍ତ ଜୀବନ, କେତେକ ଲଜ୍ଜା ଓ କେତେକ ଚିର ଅପମାନ ଭୋଗ ପାଇଁ ଉଠିବେ। 3ଆଉ ଜ୍ଞାନୀ ଲୋକମାନେ ଆକାଶର ଦୀପ୍ତିର ଗୌରବ ତୁଲ୍ୟ ହେବେ ଏବଂ ଯେଉଁମାନେ ଅନ୍ୟକୁ ବହୁତ ଧାର୍ମିକତା କାର୍ଯ୍ୟ କରିବେ, ଶେଷ ସମୟ ପର୍ଯ୍ୟନ୍ତ ତାରାଗଣ ତୁଲ୍ୟ ଉଜ୍ଜ୍ୱଳ ହେବେ।
4“ମାତ୍ର ହେ ଦାନିୟେଲ, ତୁମ୍ଭେ ଶେଷକାଳ ପର୍ଯ୍ୟନ୍ତ ଏହି ବାକ୍ୟ ସକଳ ବନ୍ଦ କରି ଓ ଏହି ପୁସ୍ତକ ମୁଦ୍ରିତ କରି ରଖ। ଅନେକ ଏଣେତେଣେ ପ୍ରକୃତ ଜ୍ଞାନର ଅନ୍ୱେଷଣ କରିବେ ଓ ଜ୍ଞାନର ବୃଦ୍ଧି ହେବ।”
5ସେତେବେଳେ ମୁଁ ଦାନିୟେଲ, ଅନାଇ ଦେଖିଲି, ଅନ୍ୟ ଦୁଇଜଣ ଠିଆ ହୋଇଅଛନ୍ତି, ଜଣେ ନଦୀତୀରର ଏ ପାଖରେ ଓ ଅନ୍ୟଜଣକ ନଦୀର ସେ ପାଖରେ। 6ଏବଂ ସେ ଶୁକ୍ଳବସ୍ତ୍ର ପରିହିତ ଓ ନଦୀର ଜଳ ଉପରିସ୍ଥ ଯେଉଁ ମନୁଷ୍ୟ, ତାହାଙ୍କୁ ଏକ ବ୍ୟକ୍ତି ପଗ୍ଭରିଲେ, “ଏହିସବୁ ଆଶ୍ଚର୍ଯ୍ୟ ବିଷୟ ଘଟିବା ପାଇଁ କେତେକ ସମୟ ଲାଗିବ?”
7ତା'ପରେ ମୁଁ ଶୁଣିଲି, ଶୁକ୍ଳବସ୍ତ୍ର ପରିହିତ ଲୋକଟି ତା'ର ହସ୍ତ ଉପରକୁ ଟେକି ପରମେଶ୍ୱରଙ୍କ ନାମରେ ଶପଥ କରି କହିଲେ, “ଏହା ସାଢ଼େ ତିନି ବର୍ଷ ଯିବ। ଏହି ସମସ୍ତ ସତ୍ୟ ହେବ ଯେତେବେଳେ ପବିତ୍ର ଲୋକମାନଙ୍କର ଯନ୍ତ୍ରଣା ଶେଷ ହେବ।”
8ମୁଁ ଯଦିଓ ଉତ୍ତର ଶୁଣିଲି, ମାତ୍ର ବୁଝିଲି ନାହିଁ, ତହୁଁ ମୁଁ କହିଲି, “ହେ ମୋର ପ୍ରଭୁ, ଏସବୁର ପରିଣାମ କ’ଣ ହେବ?”
9ତେଣୁ ସେ କହିଲେ, “ହେ ଦାନିୟେଲ, ତୁମ୍ଭେ ଆପଣା ପଥରେ ଗମନ କର। କାରଣ ଶେଷକାଳ ପର୍ଯ୍ୟନ୍ତ ଏହି ବାକ୍ୟ ସକଳ ବନ୍ଦ ଓ ମୁଦ୍ରିତ ହୋଇଅଛି। 10ଅନେକ ଲୋକ ନିଜକୁ ସ୍ୱଚ୍ଛ ଓ ନିର୍ମଳମୟ ମନ କରିବେ। ମାତ୍ର ଦୁଷ୍ଟମାନଙ୍କର ଦୁଷ୍ଟାଚରଣ ବଢ଼ି ବଢ଼ି ଗ୍ଭଲିବ। ଦୁଷ୍ଟମାନଙ୍କ ମଧ୍ୟରୁ କେହି ହୃଦ୍ବୋଧ କରିବେ ନହିଁ। ମାତ୍ର ଜ୍ଞାନୀ ଲୋକମାନେ ଏସବୁ ବୁଝିବେ।
11“ପୁଣି ଯେଉଁ ସମୟରେ ନିତ୍ୟ ବଳିଦାନ ନିବୃତ୍ତ ହେବ ଓ ବିନାଶକାରୀଙ୍କ ଘୃଣାଯୋଗ୍ୟ ବସ୍ତୁ ସ୍ଥାପିତ ହେବ ସେହି ସମୟଠାରୁ 1,290 ଦିନ ହେବ। 12ଯେଉଁ ଲୋକ ଅପେକ୍ଷା କରିବ ଓ 1,335 ଦିନ ପର୍ଯ୍ୟନ୍ତ ଥିବ, ସେ ଧନ୍ୟ।
13“ମାତ୍ର ଶେଷକାଳ ପର୍ଯ୍ୟନ୍ତ ତୁମ୍ଭେ, ଦାନିୟେଲ ନିଜ ପଥରେ ଗମନ କର। କାରଣ ତୁମ୍ଭେ ବି ଶ୍ରାମ ପାଇବ ଓ କାଳର ଶେଷରେ ନିଜର ଅଧିକାରରେ ଛିଡ଼ା ହେବ।”
Currently Selected:
ଦାନିୟେଲ 12: OERV
Highlight
Copy
Compare
Share
Want to have your highlights saved across all your devices? Sign up or sign in
Odia Holy Bible: Easy-to-Read Version (OERV)
@ 2004 Bible League International