ଆମୋଷ 3
3
ଇସ୍ରାଏଲକୁ ସତର୍କ ଘଣ୍ଟି
1ହେ ଇସ୍ରାଏଲର ଲୋକମାନେ, ଏହି ବାର୍ତ୍ତା ଶୁଣ। ଇସ୍ରାଏଲ ବିଷୟରେ ସଦାପ୍ରଭୁ ଏହି କଥା କହିଲେ। ମିଶରରୁ ଅଣାଇଥିବା ସମସ୍ତ ଇସ୍ରାଏଲୀୟ ପରିବାର ବିଷୟରେ ଏହା ବାର୍ତ୍ତା ଥିଲା। 2“ଏହି ପୃଥିବୀରେ ବହୁ ପରିବାର ଅଛନ୍ତି। କିନ୍ତୁ ତୁମ୍ଭେମାନେ ଏପରି ଏକ ଗୋଷ୍ଠୀ ସ୍ୱତନ୍ତ୍ର ଭାବରେ ଜାଣିବାକୁ ତୁମ୍ଭମାନଙ୍କୁ ବାଛିଥିଲୁ। ମାତ୍ର ତୁମ୍ଭେମାନେ ଆମ୍ଭ ବିରୁଦ୍ଧରେ ଗଲ। ତେଣୁ ତୁମ୍ଭମାନଙ୍କର ପାପ ପାଇଁ ଆମ୍ଭେ ତୁମ୍ଭମାନଙ୍କୁ ଦଣ୍ତ ଦେବା।”
ଇସ୍ରାଏଲର ଦଣ୍ତର କାରଣ
3ଏକମତ ନ ହେଲେ
ଦୁଇଜଣ ଏକତ୍ର ଗମନ କରିବେ ନାହିଁ।
4ସିଂହଟି ଗର୍ଜନ କରେ
ଯଦି ତାକୁ ଶିକାର ଦୃଶ୍ୟମାନ ହୁଏ।
ଯଦି ଗୋଟିଏ ଯୁବା ସିଂହ ତା'ର ଗୁମ୍ଫାରେ ଗର୍ଜନ କରୁଛି
ତେବେ ଜାଣିବ ସେ କିଛି ଗୋଟିଏ ଶିକାର ଧରିଛି।
5ଯଦି ଫାଶରେ କିଛି ଖାଦ୍ୟ ନାହିଁ,
ତେବେ ପକ୍ଷୀଟିଏ ତା’ ମଧ୍ୟକୁ ପ୍ରବେଶ କରିବ ନାହିଁ।
ପକ୍ଷୀକୁ କବଳିତ କରିବା ପାଇଁ
ଫାଶ ଭିତରେ ଥୋପ ନ ଥିଲେ ଫାଶ ବସାଯାଏ ନାହିଁ।
6ଯଦି ନଗରରେ ତୂରୀ ବାଜି ଉଠିବ
ତେବେ ଲୋକମାନେ ଭୟରେ ଥରହର ହେବେ।
ସଦାପ୍ରଭୁ ନ ଗ୍ଭହିଁଲା ପର୍ଯ୍ୟନ୍ତ
ନଗର ମଧ୍ୟରେ କୌଣସି ଅସୁବିଧା ଘଟିବ ନାହିଁ।
7ସଦାପ୍ରଭୁ ମୋର ପ୍ରଭୁ, କୌଣସି ଯୋଜନା ତାଙ୍କର ସେବକର ଅଗୋଚରରେ କରନ୍ତି ନାହିଁ। 8ଯଦି ସିଂହ ଗର୍ଜନ କରେ, ତେବେ ଲୋକମାନେ ଭୟଭୀତ ହେବେ। ଯଦି ସଦାପ୍ରଭୁ କହନ୍ତି, ଭବିଷ୍ୟଦ୍ବାଣୀ ପ୍ରଗ୍ଭର କରିବାକୁ, କିଏ ସେହି ଭବିଷ୍ୟଦ୍ବାଣୀ ପ୍ରଗ୍ଭର ନ କରିବ।
9ତୁମ୍ଭେ ଅସ୍ଦୋଦର ଓ ମିଶର ରାଜପ୍ରାସାଦରେ ଏହି ବାର୍ତ୍ତା ଘୋଷଣା କର, “ଶମରିୟାର ପର୍ବତମାଳା ଶିଖରକୁ ଆସ ଏବଂ ସେଠାକାର କୋଳାହଳ ଓ ଦଙ୍ଗାକୁ ଦେଖ। ସେମାନେ ଅନ୍ୟ ଲୋକମାନଙ୍କ ପ୍ରତି ବହୁତ ନିଷ୍ଠୁର ଅଟନ୍ତି। 10ଲୋକମାନେ ସେଠାରେ କିପରି ସାଧୁତ୍ୱଭାବରେ ଜୀବନଧାରଣ କରିବାକୁ ହୁଏ, ଜାଣନ୍ତି ନାହିଁ। କାରଣ ସେମାନଙ୍କର ଗୋଦାମ ଘର ଯୁଦ୍ଧରୁ ଲୁଟିଥିବା ସମ୍ପତ୍ତିରେ ପୁରିଯାଇଛି।”
11ତେଣୁ ସଦାପ୍ରଭୁ ମୋର ପ୍ରଭୁ କୁହନ୍ତି: “ଜଣେ ଶତ୍ରୁ ତୁମ୍ଭ ଭୂମିକୁ ବେଷ୍ଟନ କରିବ। ସେ ତୁମ୍ଭର ସମସ୍ତ ଶକ୍ତି ଅପହରଣ କରିବ। ତୁମ୍ଭେ ଯେଉଁସବୁ ଜିନିଷକୁ ପ୍ରାସାଦରେ ଲୁଗ୍ଭଇଛ, ସବୁତକ ତାଙ୍କ ଦ୍ୱାରା ଲୁଣ୍ଠିତ ହେବ।”
12ସଦାପ୍ରଭୁ ଏହା କୁହନ୍ତି:
“ଯେତେବେଳେ ଗୋଟିଏ ସିଂହ ମେଣ୍ଢା ଛୁଆକୁ ଆକ୍ରମଣ କରେ
ଏବଂ ତା'ପରେ ଯଦି ମେଷପାଳକ ମେଣ୍ଢା ଛୁଆକୁ ରକ୍ଷା କରିବାକୁ ଯାଏ,
ସେ କେବଳ ସିଂହ ମୁହଁରୁ ଦୁଇଟି ଗୋଡ଼
କି କାନର କିଛି ଅଂଶ ପାଇବାକୁ ସକ୍ଷମ ହୋଇପାରେ।
ସେହିପରି, ଆମ୍ଭେ ଇସ୍ରାଏଲୀୟମାନଙ୍କୁ ରକ୍ଷା କରିବା,
ଯେଉଁମାନେ ଶମରିୟାରେ ବସବାସ କରନ୍ତି
ଏବଂ ସେମାନଙ୍କର ବିଛଣାର ଏକ କୋଣରେ କି ପଲଙ୍କର ସୋଫାରେ ବସିବାକୁ ଭଲପାନ୍ତି”
13ମୋର ପ୍ରଭୁ ସଦାପ୍ରଭୁ ପରମେଶ୍ୱର ସର୍ବଶକ୍ତିମାନ ସେ ଏହିକଥା କୁହନ୍ତି: “ଯାକୁବ ପରିବାର ଲୋକଙ୍କୁ ସତର୍କ କରିଦିଅ। 14ଇସ୍ରାଏଲ ପାପ କରିଛି ଏବଂ ସେ ପାପ ଲାଗି ଆମ୍ଭେ ସେମାନଙ୍କୁ ଦଣ୍ତ ଦେବା। ସେହି ଦିନ ଆମ୍ଭେ ମଧ୍ୟ ବୈଥେଲ୍ର ସମସ୍ତ ଯଜ୍ଞବେଦିକୁ ଧ୍ୱଂସ କରିବା। ସେହି ଯଜ୍ଞବେଦିର ତୂରୀସବୁ ଖଣ୍ତ ଖଣ୍ତ ହେବ ଓ ଭୂମିରେ ପକାଯିବ। 15ଆମ୍ଭେ ଆମ୍ଭ ଶୀତକାଳୀନ ଗୃହ ଓ ଗ୍ରୀଷ୍ମକାଳୀନ ଗୃହକୁ ଧ୍ୱଂସ କରିବା। ହାତୀ ଦାନ୍ତରେ ନିର୍ମିତ ଗୃହ ମଧ୍ୟ ଧ୍ୱଂସ ପାଇବ। ବହୁ ଘର ଏହିପରି ଧ୍ୱଂସ ଲାଭ କରିବ।” ସଦାପ୍ରଭୁ ଏହିସବୁ କୁହନ୍ତି।
Currently Selected:
ଆମୋଷ 3: OERV
Highlight
Copy
Compare
Share
Want to have your highlights saved across all your devices? Sign up or sign in
Odia Holy Bible: Easy-to-Read Version (OERV)
@ 2004 Bible League International