ଆମୋଷ 2
2
ମୋୟାବ ପାଇଁ ଶାସ୍ତି
1ସଦାପ୍ରଭୁ ଏହା ହିଁ କହନ୍ତି: “ବହୁ ଅପରାଧ କରିଥିବା ମୋୟାବର ଲୋକମାନଙ୍କୁ ଆମ୍ଭେ ନିଶ୍ଚୟ ଦଣ୍ତ ଦେବା। କାରଣ ମୋୟାବ ଇଦୋମର ରାଜାଙ୍କର ଅସ୍ଥିକୁ ପୋଡ଼ି ଚୂର୍ଣ୍ଣରେ ପରିଣତ କରିଥିଲେ। 2ତେଣୁ ଆମ୍ଭେ ମୋୟାବରେ ଅଗ୍ନି ସଂଯୋଗ କରିବା। ସେହି ଅଗ୍ନିଶିଖା କିରିୟୋଥର ପ୍ରାସାଦଗୁଡ଼ିକ ଧ୍ୱଂସ କରିଦେବ। ସେଠାରେ କୋଳାହଳ ଓ ତୂରୀର ଶବ୍ଦ ହେବ ଏବଂ ମୋୟାବ ଧ୍ୱଂସ ହେବ। 3ମାତ୍ର ଆମ୍ଭେ ମୋୟାବର ରାଜାମାନଙ୍କୁ ହତ୍ୟା କରିବା ଏବଂ ମୋୟାବର ସମସ୍ତ ନେତାମାନଙ୍କର ଧ୍ୱଂସ କରି ପତନ ଘଟାଇବା।” ସଦାପ୍ରଭୁ ଏହା ହିଁ କହନ୍ତି।
ଯିହୁଦା ପାଇଁ ଶାସ୍ତି
4ସଦାପ୍ରଭୁ ଏହା କହନ୍ତି: “ଆମ୍ଭେ ବହୁ ଅପରାଧ କରିଥିବା ଯିହୁଦା ନିବାସୀମାନଙ୍କୁ ଦଣ୍ତ ଦେବା। କାରଣ ସେମାନେ ସଦାପ୍ରଭୁଙ୍କର ଆଦେଶକୁ ମାନିବାକୁ ମନା କଲେ। ସେମାନେ ତାଙ୍କର ଆଦେଶ ରଖିଲେ ନାହିଁ। ସେମାନଙ୍କର ପୂର୍ବପୁରୁଷଗଣ ଯେଉଁ ମିଥ୍ୟାକୁ ବିଶ୍ୱାସ କରୁଥିଲେ, ସେମାନେ ମଧ୍ୟ ତାହା ବିଶ୍ୱାସ କଲେ। 5ତେଣୁ ଆମ୍ଭେ ଯିହୁଦାରେ ଅଗ୍ନି ସଂଯୋଗ କରିବା ଏବଂ ସେହି ଅଗ୍ନି ଯିରୁଶାଲମର ସମସ୍ତ ଉଚ୍ଚ ଅଟ୍ଟାଳିକା ଧ୍ୱଂସ କରିଦେବ।”
ଇସ୍ରାଏଲ ପାଇଁ ଦଣ୍ତବିଧାନ
6ସଦାପ୍ରଭୁ ଏହା କହନ୍ତି: “ଆମ୍ଭେ ବହୁ ଅପରାଧ କରିଥିବା ଇସ୍ରାଏଲ ଲୋକଙ୍କୁ ଦଣ୍ତ ଦେବା। କାରଣ ସେମାନେ ରୌପ୍ୟ ବଦଳରେ ଉତ୍ତମ ଓ ନିରୀହ ଲୋକଙ୍କୁ ବୀକ୍ରି କରିଥିଲେ। ସେମାନେ ଏକହଳ ଜୋତା ପାଇଁ ଦରିଦ୍ର ଲୋକଙ୍କୁ ବୀକ୍ରି କରିଥିଲେ। 7ସେମାନେ ଦରିଦ୍ର ଲୋକମାନଙ୍କର ମୁଖମଣ୍ତଳକୁ ଭୂମିରେ ମାଡ଼ି ଦଣ୍ତ ଦେଉଥିଲେ ଓ ସେମାନଙ୍କୁ ପଦାଘାତ କରୁଥିଲେ। ସେମାନେ ଅସହାୟ ଲୋକମାନଙ୍କର ଦୁଃଖ ଓ ଦୁର୍ଦ୍ଦଶା ଶୁଣୁ ନ ଥିଲେ। ମୋର ପବିତ୍ର ନାମକୁ କଳୁଷିତ କରିବାକୁ ଯାଇ ଜଣେ ବ୍ୟକ୍ତି ଓ ତା'ର ପିତା, ଜଣେ ରମଣୀ ସହ ଯୌନ ସମ୍ପର୍କ ରଖିଥିଲେ। 8ସେମାନେ ଦରିଦ୍ର ଲୋକମାନଙ୍କର ବସ୍ତ୍ର ନିଅନ୍ତି ଏବଂ ସେହି ବସ୍ତ୍ର ଉପରେ ବସି ଯଜ୍ଞବେଦି ନିକଟରେ ପୂଜା କରନ୍ତି। ସେମାନେ ଦରିଦ୍ର ଲୋକମାନଙ୍କୁ ଅର୍ଥ ଋଣ ଆକାରରେ ଧାର ଦିଅନ୍ତି ଏବଂ ଆନୁଷଙ୍ଗିକ ପରି ସେମାନେ ବସ୍ତ୍ରଗୁଡ଼ିକ ନେଇଯାଆନ୍ତି। ସେମାନେ ସେହି ଦରିଦ୍ରମାନଙ୍କ ଉପରେ ଅର୍ଥ ଦଣ୍ତ କରନ୍ତି ଏବଂ ସେହି ଅର୍ଥରେ ଦ୍ରାକ୍ଷାରସ କିଣି ସେମାନଙ୍କର ପରମେଶ୍ୱରଙ୍କ ମନ୍ଦିରରେ ସେବନ କରନ୍ତି।
9“କିନ୍ତୁ ଆମ୍ଭେ ଯିଏ କି ଜଣେ ଥିଲୁ, ଇମୋରୀୟକୁ ସେମାନଙ୍କ ସମ୍ମୁଖରେ ଧ୍ୱଂସ କଲୁ। ଇମୋରୀୟ ଏରସ ବୃକ୍ଷ ସଦୃଶ ଉଚ୍ଚ ଓ ଆଲୋକ ଗଛ ସଦୃଶ ଶକ୍ତ ଥିଲା। ଆମ୍ଭେ ସେମାନଙ୍କର ଊର୍ଦ୍ଧ୍ୱ ଭାଗରେ ଥିବା ଫଳ ଓ ନିମ୍ନ ଭାଗରେ ଥିବା ମୂଳକୁ ନଷ୍ଟ କଲୁ।
10“ଆମ୍ଭେ ତୁମ୍ଭମାନଙ୍କୁ ମିଶରରୁ ଆଣିଲୁ ଏବଂ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ମରୁଭୂମିରେ ଆଗେଇ ନେଲୁ। ଆମ୍ଭେ ମଧ୍ୟ ଇମୋରୀୟମାନଙ୍କର ଭୂମିକୁ ଅଧିକାର କରିବାକୁ ତୁମ୍ଭମାନଙ୍କୁ ସାହାଯ୍ୟ କଲୁ। 11ତୁମ୍ଭମାନଙ୍କର ପୁତ୍ରମାନଙ୍କ ମଧ୍ୟରୁ କେତେକଙ୍କୁ ଭବିଷ୍ୟଦ୍ବକ୍ତା କରାଇଲୁ ଏବଂ ତୁମ୍ଭର କେତେକ ଯୁବକ ପୁରୁଷମାନଙ୍କୁ ନାସରୀୟ କରାଇଲୁ। ହେ ଇସ୍ରାଏଲୀୟ, ଏହା ସତ୍ୟ” ଏବଂ ସଦାପ୍ରଭୁ ଏହା ହିଁ କହିଥିଲେ। 12“କିନ୍ତୁ ତୁମ୍ଭେମାନେ ନାସରୀୟ ଲୋକମାନଙ୍କୁ ଦ୍ରାକ୍ଷାରସ ସେବନ କରାଇଲ। ତୁମ୍ଭ ସେହି ଭବିଷ୍ୟଦ୍ବକ୍ତାମାନଙ୍କୁ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର ନ କରିବାକୁ କହିଲ। 13ତୁମ୍ଭେମାନେ ଆମ୍ଭ ପାଇଁ ଭୟଙ୍କର ଗ୍ଭପ ସଦୃଶ। ଆମ୍ଭେ ତୁମ୍ଭକୁ ତଳକୁ ଗ୍ଭପ ଦେବା। ଆମ୍ଭେ ତୁମ୍ଭକୁ ନଡ଼ାରେ ବୋଝେଇ ଶଗଡ଼ ପରି ବଙ୍କା କରିଦେବା। 14କୌଣସି ଲୋକ ରକ୍ଷା ପାଇବ ନାହିଁ, ଏପରିକି ଦ୍ରୁତତମ ଦୌଡ଼ାଳି ମଧ୍ୟ ରକ୍ଷା ପାଇବ ନାହିଁ। ଶକ୍ତିଶାଳୀ ଲୋକର ମଧ୍ୟ ବଳ ନ ଥିବ। ସୈନ୍ୟମାନେ ନିଜକୁ ରକ୍ଷା କରି ପାରିବେ ନାହିଁ। 15ଧନୁର୍ଦ୍ଧାରୀମାନେ ମଧ୍ୟ ଆପଣାକୁ ରକ୍ଷା କରି ପାରିବେ ନାହିଁ। ଦ୍ରୁତତମ ଦୌଡ଼ାଳି ମଧ୍ୟ ଆପଣାକୁ ରକ୍ଷା କରି ପାରିବେ ନାହିଁ। ଅଶ୍ୱାରୋହୀମାନେ ନିଜ ନିଜକୁ ରକ୍ଷା କରି ପାରିବେ ନାହିଁ। 16ସେହି ସମୟରେ ସାହସୀ ସୈନ୍ୟମାନେ ଉଲଗ୍ନ ଦୌଡ଼ି ପଳାଇବେ।” ସଦାପ୍ରଭୁ ଏହି କଥା କହନ୍ତି।
Currently Selected:
ଆମୋଷ 2: OERV
Highlight
Copy
Compare
Share
Want to have your highlights saved across all your devices? Sign up or sign in
Odia Holy Bible: Easy-to-Read Version (OERV)
@ 2004 Bible League International